ଖରାରେ ବାହାରିଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ!

Share It

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ । ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ କିମ୍ବା କଠିନ ପରିଶ୍ରମ କରନ୍ତୁ ନାହିଁ । ଜରୁରୀ କାମରେ ବାହାରକୁ ଗଲେ ସାଙ୍ଗରେ ଛତା, ମୁଣ୍ଡରେ ଓଦା ଗାମୁଛା , ଜୋତା ଏବଂ ସନ ଗ୍ଲାସ ପିନ୍ଧନ୍ତୁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ପାଣି, ଓ ଆର୍ ଏସ୍, ତୋରାଣି, ଘୋଳଦହି , ତରଭୁଜ, କାକୁଡି ଇତ୍ୟାଦି ସେବନ କରିବା ସହ ହାଲୁକା ଓ ଢିଲା ପୋଷାକ ପରିଧାନ କରନ୍ତୁ । ଘରେ ରଖିଥିବା ଗୃହପାଳିତ ପଶୁ ପକ୍ଷୀ ଙ୍କୁ ଛାଇରେ ରଖନ୍ତୁ ଏବଂ ସେମାନଙ୍କୁ ଅଧିକ ପାଣି ପିଇବାକୁ ଦିଅନ୍ତୁ । ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନା ନିଅନ୍ତୁ ।


Share It

Comments are closed.