ସ୍ୱସ୍ତିକ ମିନେରାଲ କୋଇଲା ଡିପୋର ପ୍ରଦ୍ୟୁଷଣ ପାଇଁ ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ

Share It

କଟକ : ଚୌଦ୍ୱାରସ୍ଥିତ ସ୍ୱସ୍ତିକ ମିନେରାଲ କୋଇଲା ଡିପୋ ରେ ହାରାହାରି ୮ ହଜାର ଟନ ରୁ ଉର୍ଧ କୋଇଲା ଦୀର୍ଘ ୨ ବର୍ଷ ହେବ ଗଦା ହୋଇ ରହିଛି,ହେଲେ ଉକ୍ତ ଡିପୋ ର ମାଲିକ ଙ୍କୁ କେହି ଦେଖିନାହାନ୍ତି କି ଜାଣିନାହାନ୍ତି ।  କୟଳପଡା ପଂଚାୟତ ନୂଆପାଟଣା ଗ୍ରାମ ନାକଚଣା ପାଟ ନିକଟ ପ୍ଲଟ ନମ୍ବର ୧୦୨୧ ଓ ୧୫୮ ପ୍ଲଟ ରେ ସ୍ୱସ୍ତିକ ମିନେରାଲ ନାମ ରେ ଏକ କୋଇଲା ଡିପୋ କରି ଜଙ୍ଗଲ ପଶୁ ପକ୍ଷୀ , ପାର୍ଶ୍ୱ ରେ ବସବାସ କରୁଥିବା କିଛି ପରିବାର , ବିଦେଶାଗତ ପକ୍ଷୀ ,ଓ ଚାଷୀ ଙ୍କ ପାଇଁ ମୁଣ୍ଡବିନ୍ଧା ର କାରଣ ପାଲଟିଛି ।ଏହି ସ୍ଥାନ ଟି ଜଙ୍ଗଲ ଓ ନାକଚଣା ପାଟ ପାର୍ଶ୍ୱ ରେ ଥିବାରୁ ହାଥୀ ଙ୍କ ଚଲାପଥ , ମୟୁର ଙ୍କ ବିଚରଣ ସ୍ଥାନ , ବିଦେଶାଗତ ପକ୍ଷୀ ଓ ହରିଣ , ଠେକୁଆ ଙ୍କ ବିଚରଣ ସ୍ଥାନ ରହିଥିଲା । ତେବେ ଜୈନିକ ବ୍ୟକ୍ତି ସରକାରୀ କଳ ର କିଛି ଅଫିସର ଙ୍କୁ ହାତ କରି ଚଂଚକତା କରି କୋଇଲା ଡିପୋ ପାଇଁ ଅନୁମତି ଆଣିବା ପାଇଁ ସଫଳ ହୋଇଥିଲେ ।ପ୍ରଦ୍ୟୁଷଣ ବିଭାଗ , ଖଣି ବିଭାଗ , ବନ ବିଭାଗ , ତହସିଲଦାର , ସମସ୍ତେ ନିରବ ଦ୍ରଷ୍ଟା ସାଜିଥିଲେ,ଦୀର୍ଘ ୨ ବର୍ଷ ରୁ ଉର୍ଧ ହେବ ଗଦା ହୋଇରହିଛି ଏହି କୋଇଲା ,ଯାହାପାଇଁ ବିଭିନ୍ନ ଅସୁବିଧା ହେଉଥିବା ରୁ ପାର୍ଶ୍ୱ ରେ ବାସ କରୁଥିବା ପ୍ରଦୀପ କୁମାର ନାୟକ ଏହି ଡିପୋ କୁ ଉଠାଇବା ପାଇଁ ଚୌଦ୍ୱାର ଥାନା ଆଇଆଇସି , ପ୍ରଦ୍ୟୁଷଣ ବିଭାଗ , ଖଣି ବିଭାଗ , ବନ ବିଭାଗ , ତହସିଲଦାର ଆଦି ଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ଏ ନେଇ ଡିପୋ ମାଲିକ ଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଏ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି l


Share It

Comments are closed.