ଏକ ମାସ ମଧ୍ୟରେ ସର୍ବାଧିକ ଡାଟା ବ୍ୟବହାର କରନ୍ତି ଭାରତୀୟ ସ୍ମାର୍ଟଫୋନ ୟୁଜର :ରିପୋର୍ଟ

ମୋବାଇଲ୍ ଡାଟା ସ୍ପିଡ୍ ର ଗ୍ଲୋବାଲ୍ ତାଲିକାରେ ଭାରତ ୧୩୧ ନମ୍ବରରେ ଅଛି | ପାକିସ୍ତାନ, ଶ୍ରୀଲଙ୍କା ଏବଂ ନେପାଳ ମଧ୍ୟ ଭାରତଠାରୁ ଉର୍ଦ୍ଧ୍ୱରେ ଅଛନ୍ତି। କିନ୍ତୁ ମୋବାଇଲ୍ ଡାଟା ବ୍ୟବହାର ନାମ ଆସିଲେ ଏହି କ୍ଷେତ୍ରରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଏରିକ୍ସନ୍ ମୋବିଲିଟି ରିପୋର୍ଟ…

ବିଶ୍ୱ ଏଡସ ଦିବସ ୨୦୨୦: ଫ୍ଲୁ ଭଳି ସାଧାରଣ ହୋଇପାରେ ଏଡସ୍ ଲକ୍ଷଣ, ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ

ଏଡସକୁ ଏପର୍ଯ୍ୟନ୍ତ ମଧ୍ୟ ଦୁନିଆର ସବୁଠାରୁ ଭୟଙ୍କର ରୋଗ ଭାବେ ବିବେଚନା କରାଯାଏ | WHO ଅନୁଯାୟୀ, ୨୦୧୯ ଶେଷ ସୁଦ୍ଧା ସମଗ୍ର ବିଶ୍ୱରେ ଏହି ରୋଗର ୩୮ ନିୟୁତ ରୋଗୀ ଥିଲେ। UNAIDS ରିପୋର୍ଟରେ କୁହାଯାଇଛି ଯେ ୨୦୧୯ ମସିହାରେ ୧୭ ଲକ୍ଷ ନୂଆ ଏଡସ୍ ରୋଗ ହୋଇଛି। ସେହି ବର୍ଷ ଏହି ରୋଗ ସହ ଜଡିତ…

ପୁଣି ବର୍ବରତାର ସୀମା ଲଂଘିଲେ ଆତଙ୍କବାଦୀ: ଏକାସାଙ୍ଗରେ ୧୧୦ଜଣଙ୍କ ମୁଣ୍ଡକାଟି କଲେ ହତ୍ୟା

ନାଇଜେରିଆରେ ଏକ ବଡ଼ ଆତଙ୍କବାଦୀ ଘଟଣାରେ ଅତି କମରେ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ କୃଷକ ଏବଂ ମତ୍ସ୍ୟଜୀବୀ ରହିଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଲୋକଙ୍କ ମୁଣ୍ଡ କାଟିଦେଇଛନ୍ତି। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ବୋକୋ ହାରାମ ଦାୟୀ ବୋଲି…

କୃଷକଙ୍କ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟ୍ କହିଲେ- “ଜାରି ରହିବ MSP, ଶେଷ ହେବ ନାହିଁ ମଣ୍ଡି

କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ସକ୍ରିୟ ହୋଇଛନ୍ତି। କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କୃଷକମାନଙ୍କୁ ଆମନ୍ତ୍ରଣ କରାଯାଉଛି। ସୋମବାର ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଦେକର ଏବଂ ଅନ୍ୟ…

ଆଜି ହେଉଛି ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ : ଜାଣନ୍ତୁ କେଉଁମାନେ ରହିବେ ସାବଧାନ

ସୋମବାର ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣ ଭାରତ ସମେତ କେତେକ ଦେଶରେ ହେବ। ୨୦୨୦ ମସିହା ନଭେମ୍ବର ୩୦ରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ୨୦୨୦ର ଶେଷ ଚନ୍ଦ୍ରଗ୍ରହଣ ହେବ। ଗ୍ରହଣ ଦ୍ବିପ୍ରହର ୧.୦୪ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫.୨୨ରେ ଶେଷ ହେବ। ସୂଚନା ଅନୁଯାୟୀ ଏହା ଏକ ଉପଛାୟା ଗ୍ରହଣ…

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୮୭୭୨ ନୂଆ ପଜିଟିଭ ଚିହ୍ନଟ, ୪୪୩ ଜଣଙ୍କ ମୃତ୍ୟୁ

ଦେଶ ଏବଂ ବିଶ୍ୱରେ କରୋନା ଭାଇରସ୍ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି | ତେବେ କିଛିଦିନ ହେବ ଭାରତରେ ଦୈନିକ ସଂକ୍ରମଣରେ କ୍ରମାଗତ ହ୍ରାସ ଦେଖାଯାଉଛି। ରବିବାର ତୁଳନାରେ ସୋମବାର ଦିନ କରୋନା ଭାଇରସ୍ ସଂଖ୍ୟାରେ ହ୍ରାସ ଘଟିଛି। ରବିବାର ଦିନ, କରୋନାର ୪୧,୮୧୦ ନୂତନ ମାମଲା ଚିହ୍ନଟ ହୋଇଥିଲା।…

ଆଜି ରାତିରେ ପୃଥିବୀ ଦେଇ ଗତି କରିବ ବିଶାଳକାୟ ଉଲକାପିଣ୍ଡ, କଣ ଏହା ପୃଥିବୀ ସହ ଧକ୍କା ହେବ?

ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସ୍‌ନାଲ୍‌ ଏରୋନଟିକ୍ସ୍‍ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ବା ନାସା ଅନୁଯାୟୀ, ଏକ ବିଶାଳ ମେଟେରାଇଟ୍ ବା ଉଲକାପିଣ୍ଡ ପୃଥିବୀ ଆଡକୁ ମାଡ଼ି ଆସୁଛି । ଏହାର ଆକାର ଦୁନିଆର ସବୁଠାରୁ ଉଚ୍ଚତମ ଦୁବାଇର ପ୍ରସିଦ୍ଧ ଅଟ୍ଟାଳିକ ବୁର୍ଜ ଖଲିଫା ପରି ବିଶାଳ |…

ଦେଶରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ

ବିଶ୍ୱର ଅନେକ ଅଂଶରେ କରୋନା ସଂକ୍ରମଣ ବଢିଚାଲିଛି । କିନ୍ତୁ ଭାରତରେ କରୋନା ଗ୍ରାଫ ଏବେ ତଳମୁହାଁ ରହିଛି । ଶନିବାର ତୁଳନାରେ ରବିବାର ସଂକ୍ରମଣରେ ସମାନ୍ୟ ବୃଦ୍ଧି ପାଇଛି । ଶନିବାର ଦିନ ୪୧,୩୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ୪୧,୮୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ହେମା ମାଲିନୀ ଏବଂ ଧର୍ମେନ୍ଦ୍ରଙ୍କ ଘରେ ଖୁସିର ଡବଲ ଡୋଜ: ଯାଆଁଳା ଝିଅଙ୍କୁ ଜନ୍ମ ଦେଲେ ଝିଅ ଆହାନା

ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଘରେ ପୁଣି ଥରେ ଖୁସିର ସମୟ ଆସି ପହଂଚିଛି ତାହାବି ଡବଲ | ହେମା ମାଳିନୀଙ୍କ ଝିଅ ଅହାନା ଦେଓଲ ମା ହୋଇଛନ୍ତି। ସବୁଠୁ ଖୁସିର କଥା ହେଉଛି ଅହାନା ଯାଆଁଳା ଝିଅ ଜନ୍ମ ଦେଇଛନ୍ତି। ଆହାନା ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ଅହାନା…

ଯୁଦ୍ଧ ପ୍ରସ୍ତୁତିରେ ଚୀନ! ସୈନିକଙ୍କୁ ଜିନପିଙ୍ଗଙ୍କ ନିର୍ଦେଶ-ମୃତ୍ୟୁକୁ ଭୟ ନକରି ବିଜୟ ପାଇଁ ହୁଅ ପ୍ରସ୍ତୁତ

ଯୁଦ୍ଧ ପାଇଁ ଅଂଟା ଭିଡିଲାଣି ଚୀନ୍ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସୈନିକମାନଙ୍କୁ ମୃତ୍ୟୁକୁ ଭୟ ନକରି ଯୁଦ୍ଧରେ ବିଜୟ ହାସଲ କରିବା ପାଇଁ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ କହିଛନ୍ତି। ମିଲଟାରୀ କମାଣ୍ଡରଙ୍କୁ ସମ୍ବୋଧିତ କରିବା ବେଳେ ଜିନପିଙ୍ଗ୍ ଏହା କହିଛନ୍ତି । ଚୀନ୍…