ହେମା ମାଲିନୀ ଏବଂ ଧର୍ମେନ୍ଦ୍ରଙ୍କ ଘରେ ଖୁସିର ଡବଲ ଡୋଜ: ଯାଆଁଳା ଝିଅଙ୍କୁ ଜନ୍ମ ଦେଲେ ଝିଅ ଆହାନା


ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଘରେ ପୁଣି ଥରେ ଖୁସିର ସମୟ ଆସି ପହଂଚିଛି ତାହାବି ଡବଲ | ହେମା ମାଳିନୀଙ୍କ ଝିଅ ଅହାନା ଦେଓଲ ମା ହୋଇଛନ୍ତି। ସବୁଠୁ ଖୁସିର କଥା ହେଉଛି ଅହାନା ଯାଆଁଳା ଝିଅ ଜନ୍ମ ଦେଇଛନ୍ତି। ଆହାନା ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ଅହାନା ଅଭିନନ୍ଦନ ଜଣାଇଛନ୍ତି ଯେଉଁଥିରେ ସେ ହେମା ମଲିନୀ ଏବଂ ଧର୍ମେନ୍ଦ୍ରଙ୍କୁ ଅତ୍ୟଧିକ ଆନନ୍ଦିତ ଅଜାଆଇ ବୋଲି କହିଛନ୍ତି।

Image :Bollywoodshadis.com

ଆହାନା ଇନଷ୍ଟା ଷ୍ଟୋରୀରେ ଏକ ଗ୍ରିଟିଙ୍ଗ କାର୍ଡ ପ୍ରକାଶ କରିଛନ୍ତି | ଏଥିରେ ସେ ଲେଖିଛନ୍ତି- ବେଳେବେଳେ ଚମତ୍କାର ଯୋଡି ହୋଇଯାଏ | ଆମେ ସୂଚନା ଦେଇ ଖୁସି ଯେ ଘରକୁ Astraia & Adea Vohra ନାମକ ଦୁଇ ଝିଅଙ୍କ ଆଗମନ ହୋଇଛି। ୨୬ ନଭେମ୍ବର ୨୦୨୦ ରେ ଉଭୟ ଝିଅ ଜନ୍ମ ହୋଇଛନ୍ତି | ଏହା ସହ ଆହାନା ଘରର ସମସ୍ତ ସଦସ୍ୟ କିପରି ଅନୁଭବ କରୁଛନ୍ତି ତାହା କହିଥିଲେ। ପିତାମାତା ବୈଭବ ଭୋହରା ଏବଂ ଅହାନା ଗର୍ବ ଅନୁଭବ କରୁଛନ୍ତି | ଭାଇ ଡାରିଆନ୍ ଭୋହରା ମଧ୍ୟ ଉତ୍ସୁକ ଅଛନ୍ତି | ଗ୍ରାଣ୍ଡପ୍ୟାରେଂଟ ଧର୍ମେନ୍ଦ୍ର ଏବଂ ହେମା ମାଲିନା ମଧ୍ୟ ଅତ୍ୟଧିକ ଆନନ୍ଦିତ ଅଛନ୍ତି |


Share It

Comments are closed.