ଯୁଦ୍ଧ ପ୍ରସ୍ତୁତିରେ ଚୀନ! ସୈନିକଙ୍କୁ ଜିନପିଙ୍ଗଙ୍କ ନିର୍ଦେଶ-ମୃତ୍ୟୁକୁ ଭୟ ନକରି ବିଜୟ ପାଇଁ ହୁଅ ପ୍ରସ୍ତୁତ


ଯୁଦ୍ଧ ପାଇଁ ଅଂଟା ଭିଡିଲାଣି ଚୀନ୍ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସୈନିକମାନଙ୍କୁ ମୃତ୍ୟୁକୁ ଭୟ ନକରି ଯୁଦ୍ଧରେ ବିଜୟ ହାସଲ କରିବା ପାଇଁ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ କହିଛନ୍ତି। ମିଲଟାରୀ କମାଣ୍ଡରଙ୍କୁ ସମ୍ବୋଧିତ କରିବା ବେଳେ ଜିନପିଙ୍ଗ୍ ଏହା କହିଛନ୍ତି ।

ଚୀନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ଜିନପିଙ୍ଗ୍ ସୈନିକଙ୍କୁ କହିଛନ୍ତି ଯେ, ଯୁଦ୍ଧ ପାଇଁ ସମସ୍ତ ଅଭ୍ୟାସ ସାରିଦିଅନ୍ତୁ । ଏହାର କିଛି ସପ୍ତାହ ପୂର୍ବରୁ ମଧ୍ୟ ସମାନ କଥା ଜିନପିଙ୍ଗ୍ ସୈନିକଙ୍କୁ କହିଥିଲେ ।

ଏବେ ଚୀନ ସହ ଆମେରିକା, ଭାରତ ଓ ତାଇଓ୍ୱାନର ଉତ୍ତେଜନା ଲାଗି ରହିଛି । ଡେଲିମେଲର ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଜିନପିଙ୍ଗ୍ ନୌସୈନିକଙ୍କୁ ଯୁଦ୍ଧ ପାଇଁ ପୁରା ଶକ୍ତି ଓ ସାମର୍ଥ୍ୟ ଲଗାଇବାକୁ କହିଥିଲେ । ଏହାସହ ଆଲର୍ଟ ମଧ୍ୟ କରିଥିଲେ ।

ଜିନହୁଆର ରିପୋର୍ଟ ଅନୁସାରେ, ଜିନପିଙ୍ଗ କମାଣ୍ଡରଙ୍କୁ ଯୁଦ୍ଧ ପାଇଁ ଅଭ୍ୟାସକୁ ଆହୁରି ଜୋରଦାର କରିବାକୁ କହିଛନ୍ତି । ଆର୍ମିର ଏହା ମୁଖ୍ୟ କାମ । ମୃତ୍ୟୁକୁ ନଡରି ଶତ୍ରୁର ସାମ୍ନା କରିବାକୁ ହେବ । ପିପୁଲ୍ସ ଆର୍ମିକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଫୋର୍ସ ଭାବେ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।


Share It

Comments are closed.