ଆଜି ହେଉଛି ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ : ଜାଣନ୍ତୁ କେଉଁମାନେ ରହିବେ ସାବଧାନ


ସୋମବାର ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣ ଭାରତ ସମେତ କେତେକ ଦେଶରେ ହେବ। ୨୦୨୦ ମସିହା ନଭେମ୍ବର ୩୦ରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ୨୦୨୦ର ଶେଷ ଚନ୍ଦ୍ରଗ୍ରହଣ ହେବ। ଗ୍ରହଣ ଦ୍ବିପ୍ରହର ୧.୦୪ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫.୨୨ରେ ଶେଷ ହେବ। ସୂଚନା ଅନୁଯାୟୀ ଏହା ଏକ ଉପଛାୟା ଗ୍ରହଣ ହେବ ଯାହାକୁ ଖାଲି ଆଖିରେ ଦେଖାଯାଇ ପାରିବ ନାହିଁ। ଭାରତରେ ଏହି ଗ୍ରହଣର ପ୍ରଭାବ କିଛି ଖାସ୍ ହେବ ନାହିଁ। ବର୍ଷର ଶେଷ ସୂର୍ଯ୍ୟ ପରାଗ ୨୦୨୦ ଡିସେମ୍ବର ୧୪ତାରିଖରେ ହେବ। ଚନ୍ଦ୍ର ଗ୍ରହଣ ବାବଦରେ ବିଶ୍ୱର ଅନେକ ଦେଶର ବୈଜ୍ଞାନିକ ସମୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାକୁ ଲାଗି ଗଲେଣି। ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

ଚନ୍ଦ୍ର ଗ୍ରହଣର ତିଥି ଏବଂ ସମୟ :
ଗ୍ରହଣ ଆରମ୍ଭ ୨୦୨୦ ନଭେମ୍ବର ୩୦ ଦ୍ବିପ୍ରହର ୧.୦୪ରେ।
ଗ୍ରହଣର ମଧ୍ୟକାଳ୨୦୨୦ ନଭେମ୍ବର ୩୦ ଦ୍ବିପ୍ରହର ୩.୧୩ରେ।
ଗ୍ରହଣ ସମାପ୍ତ ୨୦୨୦ ନଭେମ୍ବର ୩୦ ତାରିଖ ସନ୍ଧ୍ୟା ୫.୨୨ରେ।

ତେବେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଚ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ପ୍ରତିଛାୟା ଚନ୍ଦ୍ରଗ୍ରହଣରେ ଚନ୍ଦ୍ରଙ୍କ କୌଣସି ଭାଗ ପୃଥିବୀର ଛାୟା ଉପରେ ପଡୁ ନାହିଁ। ଏମିତିରେ ବି ପ୍ରତିଛାୟା ଚନ୍ଦ୍ରଗ୍ରହଣକୁ ଗ୍ରହଣ ମାନ୍ୟତା ଦିଆଯାଏ ନାହିଁ।

ନଭେମ୍ବର ୩୦ତାରିଖରେ ପଡ଼ୁଥିବା ଚନ୍ଦ୍ର ଗ୍ରହଣ ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ପଡ଼ିବ ଯାହା ଫଳରେ ଏହାର ପ୍ରଭାବ ଜ୍ୟୋତିଷ ଅନୁସାରେ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିବ।
କୁହାଯାଏ ଯେ ବ୍ୟକ୍ତିଙ୍କ ଜୀବନରେ ଯେତେବେଳେ ଚନ୍ଦ୍ରର ପ୍ରଭାବ ଥିବ ସେତେବେଳେ ସେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥାନ୍ତି। ଏହା ଦ୍ବାରା ଆପଣଙ୍କୁ ଡରିବାର ଆବଶ୍ୟକତା ନାହିଁ। ଚନ୍ଦ୍ରଙ୍କ କୁପ୍ରଭାବରୁ ବର୍ତ୍ତିବା ପାଇଁ ନିଜ ମାଙ୍କ ସେବା କରନ୍ତୁ ଏବଂ ତାଙ୍କୁ ପ୍ରସନ୍ନ ରଖିବାକୁ ଉଦ୍ୟମ କରନ୍ତୁ।

ବୃଷ ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ : ବୃଷ ରାଶିର ବ୍ୟକ୍ତିଙ୍କୁ ଗ୍ରହଣ ସମୟରେ ଏବଂ କିଛି ଦିନ ପୂର୍ବରୁ ଏବଂ ପରେ ସାବଧାନତା ଅବଲମ୍ବନ କରିବା ଉଚିତ୍। ଖାସ୍ କରି ଏହି ସମୟରେ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିବ।

ସାବଧାନ ରୁହନ୍ତୁ ଗର୍ଭବତୀ ମହିଳା : ଜ୍ୟୋତିଷଙ୍କ ଅନୁସାରେ ପ୍ରତ୍ୟେକ ଗ୍ରହଣର ଏକ ସୂତକ କାଳ ରହିଥାଏ ଯେଉଁ ସମୟରେ ଧ୍ୟାନ ଏବଂ ମନ୍ତ୍ର ଜପ ବ୍ୟତୀତ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ। କିନ୍ତୁ ଯଦି ଏହି ଗ୍ରହଣ ଉପଛାୟା ଗ୍ରହଣ ତେବେ କୌଣସି ସୂତକ କାଳ ହେବ ନାହିଁ। କିନ୍ତୁ ଗ୍ରହଣ ସମୟରେ ଗର୍ଭବତୀ ମହିଳା ଘରର ବୟସ୍କଙ୍କ ପରାମର୍ଶ ଅନୁସାରେ କିଛି ଉପାୟ କରି ପାରିବେ। ଅଧିକ ସୂଚନା ପାଇଁ ନିଜ ପଣ୍ଡିତ କିମ୍ବା ଜ୍ୟୋତିଷଙ୍କ ପରାମର୍ଶ ନେଇ ପାରିବେ।


Share It

Comments are closed.