ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୮୭୭୨ ନୂଆ ପଜିଟିଭ ଚିହ୍ନଟ, ୪୪୩ ଜଣଙ୍କ ମୃତ୍ୟୁ


ଦେଶ ଏବଂ ବିଶ୍ୱରେ କରୋନା ଭାଇରସ୍ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି | ତେବେ କିଛିଦିନ ହେବ ଭାରତରେ ଦୈନିକ ସଂକ୍ରମଣରେ କ୍ରମାଗତ ହ୍ରାସ ଦେଖାଯାଉଛି। ରବିବାର ତୁଳନାରେ ସୋମବାର ଦିନ କରୋନା ଭାଇରସ୍ ସଂଖ୍ୟାରେ ହ୍ରାସ ଘଟିଛି। ରବିବାର ଦିନ, କରୋନାର ୪୧,୮୧୦ ନୂତନ ମାମଲା ଚିହ୍ନଟ ହୋଇଥିଲା। ସୋମବାର ଦିନ ୩୮,୭୭୨ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୪୩ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହିତ ମୋଟ ମୃତ୍ୟୁ ସଂଖ୍ୟା ୧,୩୭,୧୩୯ କୁ ବୃଦ୍ଧି ପାଇଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୪,୩୧,୬୯୨ କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୮୮,୪୭,୬୦୦ ଲୋକ ଏହି ଭାଇରସକୁ ହରାଇ ଚିକିତ୍ସା ପରେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୪୫,୩୩୩ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଦେଶରେ ଭାଇରସର ୪,୪୬,୯୫୨ଟି ସକ୍ରିୟ ମାମଲା ରହିଛି |


Share It

Comments are closed.