ଏକ ମାସ ମଧ୍ୟରେ ସର୍ବାଧିକ ଡାଟା ବ୍ୟବହାର କରନ୍ତି ଭାରତୀୟ ସ୍ମାର୍ଟଫୋନ ୟୁଜର :ରିପୋର୍ଟ


ମୋବାଇଲ୍ ଡାଟା ସ୍ପିଡ୍ ର ଗ୍ଲୋବାଲ୍ ତାଲିକାରେ ଭାରତ ୧୩୧ ନମ୍ବରରେ ଅଛି | ପାକିସ୍ତାନ, ଶ୍ରୀଲଙ୍କା ଏବଂ ନେପାଳ ମଧ୍ୟ ଭାରତଠାରୁ ଉର୍ଦ୍ଧ୍ୱରେ ଅଛନ୍ତି। କିନ୍ତୁ ମୋବାଇଲ୍ ଡାଟା ବ୍ୟବହାର ନାମ ଆସିଲେ ଏହି କ୍ଷେତ୍ରରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି।

ଏରିକ୍ସନ୍ ମୋବିଲିଟି ରିପୋର୍ଟ ଅନୁଯାୟୀ, ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ପ୍ରତି ମାସରେ ୧୬ ଜିବି ଡାଟା ବ୍ୟବହାର କରୁଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ୨୦୧୯ ରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ହାରାହାରି ଟ୍ରାଫିକ୍ ୧୩.୫ ଜିବି ଥିଲା। ୨୦୧୯ ତୁଳନାରେ ଭାରତୀୟ ଉପଭୋକ୍ତାମାନେ ୨୦୨୦ ରେ ଅଧିକ ମୋବାଇଲ୍ ଡାଟା ହଜମ କରିଯାଉଛନ୍ତି ଏବଂ ବର୍ତ୍ତମାନ ଏହା ୧୫.୭ ଜିବି କୁ ବୃଦ୍ଧି ପାଇଛି | ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୬ ସୁଦ୍ଧା ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ହାରାହାରି ଡାଟା ବ୍ୟବହାର ପ୍ରତ୍ୟେକ ମାସରେ ୩୭ ଜିବି ପର୍ଯ୍ୟନ୍ତ ଯାଇପାରେ।

ଏରିକ୍ସନ୍ ଦାବି କରିଛି ଯେ କୋଭିଡ୍ -୧୯ ଯୋଗୁଁ ଭାରତରେ ଡାଟା ବ୍ୟବହାରରେ ବୃଦ୍ଧି ଘଟିଛି। ଆସନ୍ତା ପାଞ୍ଚ ବର୍ଷ ପୀଇଁ ଭାରତରେ ଏହି ସଂଖ୍ୟା ବୃଦ୍ଧି ପାଇବ। ଏରିକ୍ସନ୍ ମଧ୍ୟ ଏହାର ରିପୋର୍ଟରେ ଆକଳନ କରିଛି ଯେ ୨୦୨୬ ଶେଷ ସୁଦ୍ଧା ଭାରତର ମାତ୍ର ୨୭% ରେ 5G ବ୍ୟବହାରକାରୀ ରହିବେ। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ 4G ବ୍ୟବହାରକାରୀ ୮୦% ପର୍ଯ୍ୟନ୍ତ ରହିବେ।

ରିପୋର୍ଟ ଅନୁଯାୟୀ, ୨୦୨୬ ସୁଦ୍ଧା ଭାରତରେ 4G ବ୍ୟବହାରକାରୀ ୯୫% ପର୍ଯ୍ୟନ୍ତ ରହିପାରିବେ। ଏରିକ୍ସନ୍ ମୋବିଲିଟି ରିପୋର୍ଟ ତରଫରୁ ପାଟ୍ରିକ୍ କହିଛନ୍ତି ଯେ ମୋବାଇଲ୍ ବ୍ରଡବ୍ୟାଣ୍ଡ ସେବାର କମ୍ ମୂଲ୍ୟ, ସୁଲଭ ସ୍ମାର୍ଟଫୋନ୍ ଏବଂ ବଢ଼ୁଥିବା ଟାଇମ ସ୍ପେଂଟ ହେତୁ ମାସିକ ବ୍ୟବହାରରେ ଅଭିବୃଦ୍ଧି ଘଟିଛି।

ସୂଚନାଯୋଗ୍ୟ ଯେ ନିକଟରେ ଗ୍ଲୋବାଲ୍ ସ୍ପିଡଷ୍ଟେଟ୍ ଫାର୍ମ ଓକ୍ଲା (Ookla) ଏକ ଆକଳନ ପ୍ରକାଶ କରିଛି। ଏହି ଅନୁଯାୟୀ, ଗତ ବର୍ଷ ତୁଳନାରେ ମୋବାଇଲ୍ ସ୍ପିଡ୍ ଦୃଷ୍ଟିରୁ ଭାରତ କିଛି ସ୍ଥାନକୁ ଖସି ଆସିଛି ଏବଂ ବର୍ତ୍ତମାନ ଏହା ୧୩୮ରେ ରହିଛି।


Share It

Comments are closed.