ଆଜି ରାତିରେ ପୃଥିବୀ ଦେଇ ଗତି କରିବ ବିଶାଳକାୟ ଉଲକାପିଣ୍ଡ, କଣ ଏହା ପୃଥିବୀ ସହ ଧକ୍କା ହେବ?


ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସ୍‌ନାଲ୍‌ ଏରୋନଟିକ୍ସ୍‍ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ବା ନାସା ଅନୁଯାୟୀ, ଏକ ବିଶାଳ ମେଟେରାଇଟ୍ ବା ଉଲକାପିଣ୍ଡ ପୃଥିବୀ ଆଡକୁ ମାଡ଼ି ଆସୁଛି । ଏହାର ଆକାର ଦୁନିଆର ସବୁଠାରୁ ଉଚ୍ଚତମ ଦୁବାଇର ପ୍ରସିଦ୍ଧ ଅଟ୍ଟାଳିକ ବୁର୍ଜ ଖଲିଫା ପରି ବିଶାଳ | ଏହି ଉଲକାପିଣ୍ଡ କ୍ଷେପଣାସ୍ତ୍ର ଭଳି ଦ୍ରୁତ ଗତିରେ ପୃଥିବୀ ଆଡକୁ ଗତି କରୁଛି। ୮୦୦ ମିଟର ଉଚ୍ଚ ଓ ୫୦୦ ମିଟରରୁ ଅଧିକ ଓସାରବିଶିଷ୍ଟ (୧୫୩୨୦୧) ୨୦୦୦ ଡବ୍ଲୁଓ୧୦୭ ନାମକ ଏହି ଉଲକାପିଣ୍ଡ ନଭେମ୍ବର ୨୯ ତାରିଖ ସକାଳ ୧୦. ୩୮ ମିନିଟ୍‌ ସମୟରେ ପୃଥିବୀର ଅତି ନିକଟତର ହେବ ବୋଲି ସେମାନେ କହିଥିଲେ।

୨୦୦୦ ମସିହାରେ ଆବିଷ୍କୃତ ହୋଇଥିବା ୨୦୦୦ ଡବ୍ଲୁଓ୧୦୭ ନାମକ ଏହି ଉଲକାପିଣ୍ଡର ବ୍ୟାସ ୮୨୦ ମିଟର। ଏହି ପ୍ରକାଣ୍ଡ ଉଲକାପିଣ୍ଡକୁ ‘ନିୟର୍‌ ଆର୍ଥ ଆଷ୍ଟ୍ରଏଡ୍‌’ (ଏନ୍‌ଇଏ) ବା ‘ପୃଥିବୀ ନିକଟ ଗ୍ରହାଣୁ’ ଶ୍ରେଣୀଭୁକ୍ତ କରାଯାଇଛି। ‘ଏନ୍‌ଇଏ’ ହେଉଛି ନିକଟବର୍ତ୍ତୀ ଗ୍ରହମାନଙ୍କର ମାଧ୍ୟାକର୍ଷଣ ଶକ୍ତି ବଳରେ କକ୍ଷପଥ ମଧ୍ୟକୁ ଟାଣି ହୋଇ ଆସୁଥିବା ପୁଞ୍ଜାଏ ଧୂମକେତୁ ଓ ଗ୍ରହାଣୁ। ଏଥିଯୋଗୁଁ ସେଗୁଡ଼ିକ ପୃଥିବୀ ପାଖକୁ ଚାଲି ଆସନ୍ତି।

ଏହି ଉଲକାପିଣ୍ଡ ପୃଥିବୀର ଅତି ନିକଟତର ହେବା ଅବସ୍ଥାରେ ମଧ୍ୟ ୪୩ ଲକ୍ଷ କିଲୋମିଟର ଦୂରରେ ଥିବ। ଏହି ଦୂରତ୍ୱ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତ୍ୱ ଠାରୁ ମଧ୍ୟ ଅଧିକ।


Share It

Comments are closed.