Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • Uncategorized
  • ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ପାଳିତ
  • Uncategorized

ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ପାଳିତ

August 3, 2025 1 minute read
Image.1

ଭୁବନେଶ୍ୱର: ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିସି) ଭୁବନେଶ୍ୱର ହୋଟେଲ ସ୍ୱସ୍ତି ପ୍ରିମିୟମରେ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ସଫଳତାର ସହିତ ଆୟୋଜନ କରିଛି। ବିଶ୍ୱ ବାଣିଜ୍ୟ ସପ୍ତାହର ବିଶ୍ୱବ୍ୟାପୀ ଆୟୋଜନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି, ବରିଷ୍ଠ ସରକାରୀ ଅଧିକାରୀ, ବିଶ୍ୱ ବାଣିଜ୍ୟ ବିଶେଷଜ୍ଞ, ଏମଏସଏମଇ, ଉଦ୍ୟୋଗୀ ଏବଂ ଆନ୍ତର୍ଜାତିକ ପ୍ରତିନିଧିମାନେ ଏକତ୍ରିତ ହୋଇ ଓଡ଼ିଶା ପାଇଁ ନୂତନ ବାଣିଜ୍ୟ ସୁଯୋଗ ଏବଂ ସମ୍ଭାବନା ଆଲୋଚନା କରିଥିଲେ।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ଓଡ଼ିଶା ପୂର୍ବ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ର ଭାବରେ ଉଭା ହେଉଥିବା ବିଷୟରେ ଜୋର୍ ଦେଇଥିଲେ। ସେ ମଧ୍ୟ ଦୁବାଇ ଏବଂ ଆବୁ ଧାବୀ ସହିତ ସିଧାସଳଖ ବିମାନ ସଂଯୋଗ ରାଜ୍ୟର ଲଜିଷ୍ଟିକ୍ସ ସମ୍ଭାବନାକୁ ବୃଦ୍ଧି କରିଛି ବୋଲି କହିଥିଲେ, ଯାହା ଓଡ଼ିଶାର ପରିଚିତ କିନ୍ତୁ ବିଶ୍ୱ ବଜାରରେ ଠିକ୍ ଭାବେ ପହଂଚି ନ ଥିବା ହସ୍ତତନ୍ତ, ହସ୍ତଶିଳ୍ପ, ଜିଆଇ-ଟ୍ୟାଗ୍ ଥିବା ପଦାର୍ଥ ଏବଂ ସାମୁଦ୍ରିକ ଜୀବ ଉତ୍ପାଦଗୁଡ଼ିକର ପ୍ରସାର କରିବାକୁ ଆହ୍ୱାନ ଦେଇଥିଲେ।

ଡଃ କମ୍ଭମପତି ମଧ୍ୟ ଅନାବିଷ୍କୃତ ପର୍ଯ୍ୟଟନ ସମ୍ଭାବନା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଗତ ବର୍ଷ ୫ ଲକ୍ଷରୁ ଅଧିକ ଭାରତୀୟ ପର୍ଯ୍ୟଟକ ଭିଏତନାମ ଗସ୍ତ କରିଥିବା ବେଳେ ଭିଏତନାମରୁ ଆସୁଥିବା ପର୍ଯ୍ୟଟକ ସଂଖ୍ୟା କମ୍ ଅଛି। ସେ ଭିଏତନାମୀ ନାଗରିକମାନଙ୍କୁ ଓଡ଼ିଶାର ସମୃଦ୍ଧ ବୌଦ୍ଧ ଐତିହ୍ୟ ପରିଦର୍ଶନ କରିବାକୁ ଆମନ୍ତ୍ରଣ ଦେଇ ରାଜ୍ୟକୁ ଏକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗନ୍ତବ୍ୟ ସ୍ଥଳୀ ଭାବରେ ପ୍ରତିଷ୍ଠା କରିବାକୁ ପ୍ରୟାସ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଭୋକାଲ ଫର୍ ଲୋକାଲ” ଅଭିଯାନ ସହିତ ସମନ୍ୱିତ ହୋଇ ସେ ଓଡ଼ିଶାର ଅନନ୍ୟ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ ଏବଂ ରପ୍ତାନି କରିବାକୁ ପ୍ରେରଣା ଦେଇଥିଲେ।

“ପୂର୍ବ ଭାରତର ଅର୍ଥନୈତିକ ଇଞ୍ଜିନ୍‌: ଓଡ଼ିଶାର ବିଶ୍ୱ ବାଣିଜ୍ୟ ଦୃଷ୍ଟି’ ବିଷୟବସ୍ତୁ ଉପରେ ଆଧାରିତ ୨୦୨୫ କାର୍ଯ୍ୟକ୍ରମରେ ଦୁବାଇ ଚେମ୍ବର୍ସ ଅଫ୍ କମର୍ସକୁ କାଉଟିଂ କନେକ୍ଟ ପାର୍ଟନର୍ ଭାବରେ ଗ୍ରହଣ କରାଯାଇଥିଲା, ଯାହା ଓଡ଼ିଶା ଏବଂ ଦୁବାଇ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଦୃଢ଼ କରିବା ଉପରେ ଧ୍ୟାନ ଦେଇଥିଲା।

ଡବ୍ଲ୍ୟୁଟିସି ଭୁବନେଶ୍ୱରର ଚେୟାରମ୍ୟାନ୍ ଏବଂ ଡବ୍ଲ୍ୟୁଟିସି ମୁମ୍ବାଇର ଉପାଧ୍ୟକ୍ଷ କ୍ୟାପଟେନ୍ ସୋମେଶ ବାତ୍ରା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଓଡ଼ିଶାର ରପ୍ତାନି ପରିବେଶ ଏବଂ ଏମଏସଏମଇ ବିକାଶକୁ ସମର୍ଥନ କରିବାରେ ଡବ୍ଲ୍ୟୁଟିସିର ବୃଦ୍ଧିପାଉଥିବା ଭୂମିକା ଉପରେ ଆଲୋକପାତ କରିଥିଲେ। ଡବ୍ଲ୍ୟୁଟିସି ଭୁବନେଶ୍ୱରର ଆନ୍ତର୍ଜାତିକ ବାଣିଜ୍ୟ ପ୍ରଚାର ଥିଙ୍କ ଟ୍ୟାଙ୍କର ମାନ୍ୟବର କନଭେନର୍ ଶ୍ରୀ ରାଜେନ ପାଢ଼ି ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଭାବରେ ଜଡ଼ିତ ହୋଇ ଆନ୍ତର୍ଜାତିକ ବାଣିଜ୍ୟକୁ ସୁଗମ କରିବା ପାଇଁ ଡବ୍ଲ୍ୟୁଟିସିର ପ୍ରୟାସ ବିଷୟରେ କହିଥିଲେ।

ଡବ୍ଲ୍ୟୁଟିସି ମୁମ୍ବାଇର ଚେୟାରମ୍ୟାନ୍ ଏବଂ ଡବ୍ଲ୍ୟୁଟିସି ଭୁବନେଶ୍ୱରର ନିର୍ଦ୍ଦେଶକ ଡଃ ବିଜୟ କଳନ୍ତ୍ରି ଏମଭିଆଇଅରଡିସି ମୁମ୍ବାଇ ଏବଂ ଡବ୍ଲ୍ୟୁଟିସି ଭୁବନେଶ୍ୱର ଦ୍ୱାରା ବିଶ୍ୱ ବାଣିଜ୍ୟ କେନ୍ଦ୍ର ସଂଗଠନ ( ଡବ୍ଲ୍ୟୁଟିସିଏ) ନେଟୱାର୍କ ମାଧ୍ୟମରେ ଭାରତୀୟ ବ୍ୟବସାୟଗୁଡ଼ିକୁ ବିଶ୍ୱ ବଜାର ସହିତ ସଂଯୋଗ କରିବା ପାଇଁ କରାଯାଉଥିବା ସହଯୋଗୀ ପ୍ରୟାସ ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ।

ଦୁବଇ ଚେମ୍ବର୍ସର ମୁଖ୍ୟ ପ୍ରତିନିଧି (ଏସିଆ ଅଂଚଳ) – ଭାରତ, ଶ୍ରୀ ଅଭିଜିତସିଂହ ଜାଦେଜା ମୁଖ୍ୟ ଭାଷଣରେ ଦୁବାଇର ଏକ ବିଶ୍ୱସ୍ତରୀୟ ବାଣିଜ୍ୟ ଏବଂ ଲଜିଷ୍ଟିକ୍ସ ଗେଟୱେ ଭାବରେ ଏହାର କୌଶଳଗତ ଅବସ୍ଥାନ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାଭିତିକ ବ୍ୟବସାୟଗୁଡ଼ିକୁ ଦୁବାଇ ମାଧ୍ୟମରେ ଆନ୍ତର୍ଜାତିକ ସୁଯୋଗ ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ ଦେଇଥିଲେ ଏବଂ ରାଜ୍ୟ ସହିତ ବାଣିଜ୍ୟ ସହଯୋଗ ଗଭୀର କରିବାକୁ ଦୁବାଇ ଚେମ୍ବର୍ସର ପ୍ରତିବଦ୍ଧତା ପୁନରାବୃତି କରିଥିଲେ।

ଅକଲାଣ୍ଡରେ ଭାରତର କନସଲ ଜେନେରାଲ୍ ଡଃ ମଦନ ମୋହନ ସେଠୀ ଶିକ୍ଷା, କୃଷି ଉତ୍ପାଦ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବୃଦ୍ଧିପାଉଥିବା ବାଣିଜ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।

ସନ୍ଧ୍ୟାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବାଣିଜ୍ୟ ବିକାଶ ପ୍ରୟାସକୁ ନେଇଥିବା ସେକ୍ଟୋରାଲ୍ ଥିଙ୍କ ଟ୍ୟାଙ୍କ କନଭେନର୍ ଏବଂ ସହ-କନଭେନର୍ମାନଙ୍କ ଘୋଷଣା କରାଯାଇଥିଲା। ଡବ୍ଲ୍ୟୁଟିସି ଭୁବନେଶ୍ୱର ସହିତ ଜଡ଼ିତ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦର ପ୍ରଦର୍ଶନୀ ଓଡ଼ିଶାର ଶିଳ୍ପ ସମୃଦ୍ଧିକୁ ପ୍ରଦର୍ଶନ କରିଥିଲା। ବାଣିଜ୍ୟ ଏବଂ ରପ୍ତାନି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଉଲ୍ଲେଖନୀୟ ଏମଏସଏମଇ ଏବଂ ସଂଗଠନଗୁଡ଼ିକୁ ସମ୍ମାନିତ କରି ଅଚିଭମେଂଟ ଆୱାର୍ଡ଼ସ ପ୍ରଦାନ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

About the Author

View All Posts

Post navigation

Previous: ଟିପିସିଓଡିଏଲ ଗ୍ରାମୀଣ ଓଡ଼ିଶାକୁ ସ୍ଥାୟୀ କୃଷି ପାଇଁ ସ୍ଥିର ଜଳବାୟୁ କାର୍ଯ୍ୟକ୍ରମ ସହିତ ସଶକ୍ତ କରୁଛି
Next: ପୋଦାର ପ୍ଲମ୍ବିଂ କର୍ଣ୍ଣାଟକରେ ୭୮୫ କୋଟି ନିବେଶ ଜରିଆରେ ୧୨,୦୦୦ ନିଯୁକ୍ତି ସୃଷ୍ଟି କରିବ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay