Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ବାଣିଜ୍ୟ
  • ଟିପିସିଓଡିଏଲ୍ ପକ୍ଷରୁ ଉନ୍ନତ ଭିର୍ତ୍ତିଭୂମିି ଏବଂ ନିରାପତ୍ତା ବ୍ୟବସ୍ଥା ସହିତ ଗ୍ରୀଷ୍ମଋତୁ ପାଇଁ ପ୍ରସ୍ତୁତି
  • ବାଣିଜ୍ୟ

ଟିପିସିଓଡିଏଲ୍ ପକ୍ଷରୁ ଉନ୍ନତ ଭିର୍ତ୍ତିଭୂମିି ଏବଂ ନିରାପତ୍ତା ବ୍ୟବସ୍ଥା ସହିତ ଗ୍ରୀଷ୍ମଋତୁ ପାଇଁ ପ୍ରସ୍ତୁତି

March 21, 2025 1 minute read
Pic 1

ଭୁବନେଶ୍ୱର: ୨୦୨୫ ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବାକୁ ପ୍ରସ୍ତୁତ ରହିଛି। ୨୫୨୪ ମେଗାୱାଟ୍‌ର ସର୍ବୋଚ୍ଚ ଚାହିଦା ସହିତ ଟିପିସିଓଡିଏଲ୍ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି।

ବିଦ୍ୟୁତ୍ ବଂଟନ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱରରେ ଏକ କେନ୍ଦ୍ରୀଭୂତ ବିଦ୍ୟୁତ ବିତରଣ ପ୍ରଯୁକ୍ତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି ଉନ୍ନତ ସୁବିଧା ସୁପରଭାଇଜରୀ କଂଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ (ଏସସିଏଡିଏ) ଏବଂ ଏକ ଉନ୍ନତ ବିତରଣ ପରିଚାଳନା ବ୍ୟବସ୍ଥା (ଏଡିଏମଏସ) ମାଧ୍ୟମରେ ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣକୁ ସକ୍ଷମ କରୁଛି, ଯାହା ୩୩ କେଭି ଫିଡର, ପ୍ରାଥମିକ ସବ୍‌ଷ୍ଟେସନ (ପିଏସଏସ) ଏବଂ ୧୧ କେଭି ଫିଡରର ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରୁଛି। ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ପିଏସସିସି)ରେ ବ୍ୟାକଅପ୍ ପାୱାର ବ୍ୟବସ୍ଥା ଏବଂ ଉତ୍ସର୍ଗୀକୃତ ଯୋଗାଯୋଗ ଚ୍ୟାନେଲଗୁଡିକ ପରିଚାଳନାଗତ ନିରନ୍ତରତାକୁ ଆହୁରି ସୁଦୃଢ଼ କରିପାରିଛି।

ଗ୍ରୀଷ୍ମ ଋତୁ ପ୍ରସ୍ତୁତି ଅଭିଯାନର ଏକ ଅଂଶ ଭାବରେ, ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଯଥା:

ପାୱାର ଟ୍ରାନ୍ସଫର୍ମର ଏବଂ ସବ୍‌ଷ୍ଟେସନଗୁଡିକର ଉନ୍ନତିକରଣ କରି ସବ୍‌-ଟ୍ରାନ୍ସମିସନ ନେଟୱାର୍କରେ ୧୫୨ ଏମଭିଏ ଯୋଡାଯାଇଛି ।

ନୂତନ ବିତରଣ ଟ୍ରାନ୍ସଫର୍ମର ଦ୍ୱାରା ବିତରଣ ନେଟୱାର୍କରେ ୧୮୧ ଏମଭିଏ କ୍ଷମତା ଯୋଡାଯାଇଛି।

୫୫ ସିକେଏମ୍ ସବ୍‌-ଟ୍ରାନ୍ସମିସନ ଲାଇନ୍‌, ୧୧୨୬ ସିକେଏମ୍ ୧୧କେଭି ଲାଇନ୍ ଏବଂ ୩୮୩ ସିକେଏମ୍ ଏଲଟି ନେଟୱାର୍କ ସହିତ ନେଟୱାର୍କକୁ ସମ୍ପ୍ରସାରିତ କରାଯାଇଛି।

୩୩ କେଭି ଏବଂ ୧୧ କେଭି ଫିଡର ବୃଦ୍ଧି କରି ଭୋଲଟେଜ୍ ସ୍ଥିରତାରେ ଉନ୍ନତି ଅଣାଯାଇଛି ଏବଂ ଅନ୍‌-ଲୋଡ୍ ଟ୍ୟାପ୍ ଚେଞ୍ଜର (ଓଏଲଟିସି) କାର୍ଯ୍ୟକ୍ଷମ କରାଯାଇଛି।

ସହରାଚଂଳରେ ୯୮% ସଫଳତା ହାର ସହିତ ୫ ମିନିଟ୍ ମଧ୍ୟରେ ମୁଖ୍ୟ ଉତ୍ସରେ ବିଭ୍ରାଟ କ୍ଷେତ୍ରରେ ପରିବର୍ତନ ପାଇଁ ପିଏସଏସରେ ହଟ୍ ଷ୍ଟାଣ୍ଡ ବାଇ ସୋର୍ସ ସୁନିଶ୍ଚିତ କରାଯାଇଛି।

ଗ୍ରୀଡ୍ ଫିଡର ଟ୍ରିପ୍‌କୁ ରୋକିବା ପାଇଁ ସ୍କାଡା ଆଧାରିତ ଓଭରଲୋଡ୍ ଟ୍ରିମିଂ କାର୍ଯ୍ୟକାରୀ କରାଯାଇଛି।

ଆକସ୍ମିକ ଯୋଜନା ପ୍ରସ୍ତୁତି: ଟିପିସିଓଡିଏଲର ସମସ୍ତ ପିଏସଏସର ୩୩ କେଭି ପରିଚାଳନା ପାଇଁ ସିପିଏସସିସି ସହିତ ଉନ୍ନତ ଲୋଡ୍ ପରିଚାଳନା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

ଉନ୍ନତ ଗ୍ରାହକ ସେବା ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ପରିଚାଳନା ପାଇଁ, ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଯଥା:

ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଭାଷାରେ ବିଦ୍ୟୁତ୍ ବିଭ୍ରାଟର ଅପଡେଟ୍ ପ୍ରଦାନ ।

କଲ୍ ସେଂଟର ପରିଚାଳନାକୁ ଉନ୍ନତ କରିବା, ପିକ୍ ସମୟରେ ଏଜେଂଟ୍ ଉପଲବ୍ଧତା ବୃଦ୍ଧି କରିବା ।

ବିଦ୍ୟୁତ୍ ସମସ୍ୟା ସମୟରେ ତ୍ୱରିତ ପଦକ୍ଷେପ ପାଇଁ ଏଫସିସି ୨.୦ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ ସୁଦୃଢ଼ କରିବା।

କମ୍ପାନି ପକ୍ଷରୁ ୯୦୦୦ରୁ ଅଧିକ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ ତୁରନ୍ତ ବିଦ୍ୟୁତ୍ ସମସ୍ୟା ଦୂର କରିବା ସହ ପିକ୍ ସମୟରେ ଏସ୍‌ଏମ୍‌ଏସ୍ ଆଲର୍ଟ ଏବଂ କଲ୍‌-ବ୍ୟାକ୍ ବିକଳ୍ପ ଭଳି ପଦକ୍ଷେପ କାର୍ଯ୍ୟକାରୀ କରିବେ।

ବିତରଣ ସବ୍‌ଷ୍ଟେସନଗୁଡିକର ନବୀକରଣ ଏବଂ ପ୍ରାଥମିକ ଫିଡରଗୁଡିକର ସକ୍ରିୟ ରକ୍ଷଣାବେକ୍ଷଣ ସମେତ ନିରାପତ୍ତା ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା।

କାଳବୈଶାଖୀ ଝଡ଼ ପ୍ରସ୍ତୁତି ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଯଥା:

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଅତିରିକ୍ତ ମାନବ ସମ୍ବଳ ଏବଂ ଯାନବାହନ ମୁତୟନ କରାଯାଇଛି

୧୩ଟି ଭ୍ରାମ୍ୟମାଣ ଡିଷ୍ଟ୍ରିବ୍ୟୁସନ୍ ସବ୍‌ଷ୍ଟେସନ ପ୍ରସ୍ତୁତ ରଖାଯାଇଛି।

ଶୀଘ୍ର ପୁନରୁଦ୍ଧାର ପାଇଁ ୨୦ଟି ବିଭାଗୀୟ ଷ୍ଟୋରରେ ଜରୁରୀକାଳୀନ ସାମଗ୍ରୀ ମହଜୁଦ୍ ରଖାଯାଇଛି ।

ଉନ୍ନତ ଲୋଡ୍ ପରିଚାଳନା ପାଇଁ ପ୍ରତି ଫିଡରରେ ଜରୁରୀକାଳୀନ ବ୍ୟବସ୍ତା ।

ସମ୍ବେଦନଶୀଳ ସ୍ଥାନରେ ୨୦ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି ।

ପ୍ରତିକୂଳ ପାଣିପାଗର ସଠିକ ପରିଚାଳନା ଏବଂ ଉତମ କଲ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସିପିଏସସିସିରେ କଳାବୈଶାଖୀ ବ୍ୟାକ୍ ଅପ୍ ଡେସ୍କଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ।

ପ୍ରାପ୍ତ ସତର୍କ ସୂଚନା ଆଧାରରେ ଡିଭିଜନ ଅନୁଯାୟୀ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସକ୍ରିୟ କରାଯିବ ।

ଗଛ କାଟିବା ଏବଂ କ୍ରସ୍ ଆର୍ମ ପରିବର୍ତନ ପାଇଁ ୫ଟି ମାନଲିଫ୍ଟର ନିୟୋଜିତ କରାଯାଇଛି ।

ଗ୍ରୀଷ୍ମ ଋତୁ ପ୍ରସ୍ତୁତି ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଗ୍ରୀଷ୍ମ ଋତୁରେ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ଅତ୍ୟାଧୁନିକ ଜ୍ଞାନକୌଶଳ, ଭିର୍ତ୍ତିଭୂମିିକୁ ସୁଦୃଢ଼ କରିବା ଏବଂ ଭଲ ଭାବେ ପ୍ରସ୍ତୁତ କର୍ମଚାରୀଙ୍କ ସହାୟତାରେ ଟିପିସିଓଡିଏଲ୍ ଗ୍ରାହକଙ୍କ ପାଇଁ ସେବାର ଗୁଣବତ୍ତା ଏବଂ ନିରାପତ୍ତା ବୃଦ୍ଧି କରିବା ସହିତ ବଢ଼ୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।’’

ଏହି ଦୃଢ଼ ପଦକ୍ଷେପ ସହିତ ଟିପିସିଓଡିଏଲ୍ ସେବା ଯୋଗାଉଥିବା ଅଞ୍ଚଳରେ ନିରବଚ୍ଛିନ୍ନ, ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।

About the Author

View All Posts

Post navigation

Previous: ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ବିହୀନ ଚିକିତ୍ସାରୁ ଉପକୃତ ହେବେ ରାଜ୍ୟବାସୀ
Next: ଓଡ଼ିଶା ସରକାରଙ୍କ ନୂତନ ନୀତି: ଘରବାରିହୀନ ବ୍ୟକ୍ତିଙ୍କୁ ମିଳିବ ନୂତନ ଜମି ଅଧିକାର

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay