ଟିପିସିଓଡିଏଲ୍ ପକ୍ଷରୁ ଉନ୍ନତ ଭିର୍ତ୍ତିଭୂମିି ଏବଂ ନିରାପତ୍ତା ବ୍ୟବସ୍ଥା ସହିତ ଗ୍ରୀଷ୍ମଋତୁ ପାଇଁ ପ୍ରସ୍ତୁତି

Share It

ଭୁବନେଶ୍ୱର: ୨୦୨୫ ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବାକୁ ପ୍ରସ୍ତୁତ ରହିଛି। ୨୫୨୪ ମେଗାୱାଟ୍‌ର ସର୍ବୋଚ୍ଚ ଚାହିଦା ସହିତ ଟିପିସିଓଡିଏଲ୍ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି।

ବିଦ୍ୟୁତ୍ ବଂଟନ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱରରେ ଏକ କେନ୍ଦ୍ରୀଭୂତ ବିଦ୍ୟୁତ ବିତରଣ ପ୍ରଯୁକ୍ତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି ଉନ୍ନତ ସୁବିଧା ସୁପରଭାଇଜରୀ କଂଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ (ଏସସିଏଡିଏ) ଏବଂ ଏକ ଉନ୍ନତ ବିତରଣ ପରିଚାଳନା ବ୍ୟବସ୍ଥା (ଏଡିଏମଏସ) ମାଧ୍ୟମରେ ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣକୁ ସକ୍ଷମ କରୁଛି, ଯାହା ୩୩ କେଭି ଫିଡର, ପ୍ରାଥମିକ ସବ୍‌ଷ୍ଟେସନ (ପିଏସଏସ) ଏବଂ ୧୧ କେଭି ଫିଡରର ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରୁଛି। ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ପିଏସସିସି)ରେ ବ୍ୟାକଅପ୍ ପାୱାର ବ୍ୟବସ୍ଥା ଏବଂ ଉତ୍ସର୍ଗୀକୃତ ଯୋଗାଯୋଗ ଚ୍ୟାନେଲଗୁଡିକ ପରିଚାଳନାଗତ ନିରନ୍ତରତାକୁ ଆହୁରି ସୁଦୃଢ଼ କରିପାରିଛି।

ଗ୍ରୀଷ୍ମ ଋତୁ ପ୍ରସ୍ତୁତି ଅଭିଯାନର ଏକ ଅଂଶ ଭାବରେ, ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଯଥା:

ପାୱାର ଟ୍ରାନ୍ସଫର୍ମର ଏବଂ ସବ୍‌ଷ୍ଟେସନଗୁଡିକର ଉନ୍ନତିକରଣ କରି ସବ୍‌-ଟ୍ରାନ୍ସମିସନ ନେଟୱାର୍କରେ ୧୫୨ ଏମଭିଏ ଯୋଡାଯାଇଛି ।

ନୂତନ ବିତରଣ ଟ୍ରାନ୍ସଫର୍ମର ଦ୍ୱାରା ବିତରଣ ନେଟୱାର୍କରେ ୧୮୧ ଏମଭିଏ କ୍ଷମତା ଯୋଡାଯାଇଛି।

୫୫ ସିକେଏମ୍ ସବ୍‌-ଟ୍ରାନ୍ସମିସନ ଲାଇନ୍‌, ୧୧୨୬ ସିକେଏମ୍ ୧୧କେଭି ଲାଇନ୍ ଏବଂ ୩୮୩ ସିକେଏମ୍ ଏଲଟି ନେଟୱାର୍କ ସହିତ ନେଟୱାର୍କକୁ ସମ୍ପ୍ରସାରିତ କରାଯାଇଛି।

୩୩ କେଭି ଏବଂ ୧୧ କେଭି ଫିଡର ବୃଦ୍ଧି କରି ଭୋଲଟେଜ୍ ସ୍ଥିରତାରେ ଉନ୍ନତି ଅଣାଯାଇଛି ଏବଂ ଅନ୍‌-ଲୋଡ୍ ଟ୍ୟାପ୍ ଚେଞ୍ଜର (ଓଏଲଟିସି) କାର୍ଯ୍ୟକ୍ଷମ କରାଯାଇଛି।

ସହରାଚଂଳରେ ୯୮% ସଫଳତା ହାର ସହିତ ୫ ମିନିଟ୍ ମଧ୍ୟରେ ମୁଖ୍ୟ ଉତ୍ସରେ ବିଭ୍ରାଟ କ୍ଷେତ୍ରରେ ପରିବର୍ତନ ପାଇଁ ପିଏସଏସରେ ହଟ୍ ଷ୍ଟାଣ୍ଡ ବାଇ ସୋର୍ସ ସୁନିଶ୍ଚିତ କରାଯାଇଛି।

ଗ୍ରୀଡ୍ ଫିଡର ଟ୍ରିପ୍‌କୁ ରୋକିବା ପାଇଁ ସ୍କାଡା ଆଧାରିତ ଓଭରଲୋଡ୍ ଟ୍ରିମିଂ କାର୍ଯ୍ୟକାରୀ କରାଯାଇଛି।

ଆକସ୍ମିକ ଯୋଜନା ପ୍ରସ୍ତୁତି: ଟିପିସିଓଡିଏଲର ସମସ୍ତ ପିଏସଏସର ୩୩ କେଭି ପରିଚାଳନା ପାଇଁ ସିପିଏସସିସି ସହିତ ଉନ୍ନତ ଲୋଡ୍ ପରିଚାଳନା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

ଉନ୍ନତ ଗ୍ରାହକ ସେବା ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ପରିଚାଳନା ପାଇଁ, ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଯଥା:

ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଭାଷାରେ ବିଦ୍ୟୁତ୍ ବିଭ୍ରାଟର ଅପଡେଟ୍ ପ୍ରଦାନ ।

କଲ୍ ସେଂଟର ପରିଚାଳନାକୁ ଉନ୍ନତ କରିବା, ପିକ୍ ସମୟରେ ଏଜେଂଟ୍ ଉପଲବ୍ଧତା ବୃଦ୍ଧି କରିବା ।

ବିଦ୍ୟୁତ୍ ସମସ୍ୟା ସମୟରେ ତ୍ୱରିତ ପଦକ୍ଷେପ ପାଇଁ ଏଫସିସି ୨.୦ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ ସୁଦୃଢ଼ କରିବା।

କମ୍ପାନି ପକ୍ଷରୁ ୯୦୦୦ରୁ ଅଧିକ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ ତୁରନ୍ତ ବିଦ୍ୟୁତ୍ ସମସ୍ୟା ଦୂର କରିବା ସହ ପିକ୍ ସମୟରେ ଏସ୍‌ଏମ୍‌ଏସ୍ ଆଲର୍ଟ ଏବଂ କଲ୍‌-ବ୍ୟାକ୍ ବିକଳ୍ପ ଭଳି ପଦକ୍ଷେପ କାର୍ଯ୍ୟକାରୀ କରିବେ।

ବିତରଣ ସବ୍‌ଷ୍ଟେସନଗୁଡିକର ନବୀକରଣ ଏବଂ ପ୍ରାଥମିକ ଫିଡରଗୁଡିକର ସକ୍ରିୟ ରକ୍ଷଣାବେକ୍ଷଣ ସମେତ ନିରାପତ୍ତା ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା।

କାଳବୈଶାଖୀ ଝଡ଼ ପ୍ରସ୍ତୁତି ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଯଥା:

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଅତିରିକ୍ତ ମାନବ ସମ୍ବଳ ଏବଂ ଯାନବାହନ ମୁତୟନ କରାଯାଇଛି

୧୩ଟି ଭ୍ରାମ୍ୟମାଣ ଡିଷ୍ଟ୍ରିବ୍ୟୁସନ୍ ସବ୍‌ଷ୍ଟେସନ ପ୍ରସ୍ତୁତ ରଖାଯାଇଛି।

ଶୀଘ୍ର ପୁନରୁଦ୍ଧାର ପାଇଁ ୨୦ଟି ବିଭାଗୀୟ ଷ୍ଟୋରରେ ଜରୁରୀକାଳୀନ ସାମଗ୍ରୀ ମହଜୁଦ୍ ରଖାଯାଇଛି ।

ଉନ୍ନତ ଲୋଡ୍ ପରିଚାଳନା ପାଇଁ ପ୍ରତି ଫିଡରରେ ଜରୁରୀକାଳୀନ ବ୍ୟବସ୍ତା ।

ସମ୍ବେଦନଶୀଳ ସ୍ଥାନରେ ୨୦ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି ।

ପ୍ରତିକୂଳ ପାଣିପାଗର ସଠିକ ପରିଚାଳନା ଏବଂ ଉତମ କଲ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସିପିଏସସିସିରେ କଳାବୈଶାଖୀ ବ୍ୟାକ୍ ଅପ୍ ଡେସ୍କଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ।

ପ୍ରାପ୍ତ ସତର୍କ ସୂଚନା ଆଧାରରେ ଡିଭିଜନ ଅନୁଯାୟୀ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସକ୍ରିୟ କରାଯିବ ।

ଗଛ କାଟିବା ଏବଂ କ୍ରସ୍ ଆର୍ମ ପରିବର୍ତନ ପାଇଁ ୫ଟି ମାନଲିଫ୍ଟର ନିୟୋଜିତ କରାଯାଇଛି ।

ଗ୍ରୀଷ୍ମ ଋତୁ ପ୍ରସ୍ତୁତି ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଗ୍ରୀଷ୍ମ ଋତୁରେ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ଅତ୍ୟାଧୁନିକ ଜ୍ଞାନକୌଶଳ, ଭିର୍ତ୍ତିଭୂମିିକୁ ସୁଦୃଢ଼ କରିବା ଏବଂ ଭଲ ଭାବେ ପ୍ରସ୍ତୁତ କର୍ମଚାରୀଙ୍କ ସହାୟତାରେ ଟିପିସିଓଡିଏଲ୍ ଗ୍ରାହକଙ୍କ ପାଇଁ ସେବାର ଗୁଣବତ୍ତା ଏବଂ ନିରାପତ୍ତା ବୃଦ୍ଧି କରିବା ସହିତ ବଢ଼ୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।’’

ଏହି ଦୃଢ଼ ପଦକ୍ଷେପ ସହିତ ଟିପିସିଓଡିଏଲ୍ ସେବା ଯୋଗାଉଥିବା ଅଞ୍ଚଳରେ ନିରବଚ୍ଛିନ୍ନ, ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।


Share It

Comments are closed.