Browsing Tag

khabar-latest

ମା ଦୁର୍ଗାଙ୍କ ଟୁଇଟକୁ ନେଇ ବିବାଦରେ ଡେମୋକ୍ରାଟ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ସେଠାରେ ଥିବା ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ଡେମୋକ୍ରାଟ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ଦୁର୍ଗା…

ଜଳବାୟୁ ପରିବର୍ତନକୁ ନେଇ ଭାରତ, ଚୀନ ଏବଂ ରୁଷ ଉପରେ ବର୍ଷିଲେ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ନିର୍ବାଚନୀ ପୂର୍ବରୁ ହେବାକୁ ଥିବା ଶେଷ ବିତର୍କ ଆଜି ହୋଇଛି। ଟେନେସି ନୌସବିଲେରେ ହୋଇଥିବା ଏ ବିତର୍କରେ ଟ୍ରମ୍ପ ଓ ବିଡେନ ଆଜି ପୁଣି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଜୋରଦାର ଚର୍ଚା କରିଛନ୍ତି। ଏହି ଅବସରରେ ଟ୍ରମ୍ପ…

କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ଅସଫଳ ରହିଛି ରେମଡେସିଭିର: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

କରୋନା ଚିକିତ୍ସା ପାଇଁ ରେମଡେସିଭିର ଉତ୍ତମ ଫଳ ଦେଉଛି ବୋଲି ପୂର୍ବରୁ ଆମେ ଜାଣିଛେ। ମାତ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ନିକଟରେ ଏକ ଭିନ୍ନ କଥା ପ୍ରକାଶ ପାଇଛି। କରୋନା ରୋଗୀଙ୍କ ଉପରେ ରେମଡେସିଭିର‌ର ସ୍ବଳ୍ପ କିମ୍ବା ଶୂନ୍ୟ ପ୍ରଭାବ ରହିଛି ବୋଲି ହୁ ପ୍ରକାଶ କରିଛି।…

ନିଜ ଆର୍ଥିକ ସ୍ଥିତିର ଦୁଃଖ ବଖାଣିଲେ ଏହି ବଲିଉଡ ଷ୍ଚାର, କହିଲେ ଆକାଉଂଟରେ ମାତ୍ର ୧୮,୦୦୦ ଟଙ୍କା ଏବଂ ଦରକାର ପଡ଼ିଲେ…

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ତଥା ଅଭିନେତା ତଥା ଲୋକପ୍ରିୟ ବଲିଉଡ୍‌ ହୋଷ୍ଟ୍‌ ଆଦିତ୍ୟ ନାରାୟଣ ନିକଟ ଭବିଷ୍ୟତରେ ତାଙ୍କ ଦୀର୍ଘ ଦିନର ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଲକ୍‌ଡାଉନ୍‌ ପାଇଁ କିପରି ଆର୍ଥିକ ସମସ୍ୟା ଦେଇ ତାଙ୍କୁ ଗତି…

ଜାଣନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀମାନେ କେତେ ସମ୍ପତିର ଅଧିକାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ଷିକ ଆୟ କ’ଣ ଏବଂ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା କରିଛନ୍ତି। ସମସ୍ତେ ଏହି ଜାଣିବା ପାଇଁ ଆଗ୍ରହୀ | ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ପତ୍ତି ଏବଂ ଦାୟିତ୍ବ ବିଷୟରେ ସୂଚନା ଦେଇଛନ୍ତି।…

ଶୀତଦିନେ ଆହୁରି ବଢ଼ିପାରେ କରୋନା, ଏକ ଲକ୍ଷ ମେଟ୍ରିକ୍ ଟନ୍ ଅକ୍ସିଜେନ କିଣିବ ଭାରତ

ଶୀତଦିନେ କରୋନା ଭାଇରସ ପୁଣି ବିସ୍ତାର କରିପାରେ | କରୋନାର ଏହି ଦ୍ୱିତୀୟ ପିକ ପାଇଁ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ସରକାର ବିସ୍ତାରକୁ ରୋକିବା ପାଇଁ ଏକ ଜନ ଆନ୍ଦୋଳନ ଚଳାଉଛନ୍ତି। ଏଥି ସହିତ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଯୋଗାଇବା ପାଇଁ ସରକାର ବିଦେଶରୁ ଏକ ଲକ୍ଷ…

କରୋନା ମାମଲାରେ ପୁଣି ବୃଦ୍ଧି, ଗତ ୨୪ ଘଂଟା ମଧ୍ୟରେ ୬୭,୭୦୮ ପଜିଟିଭ ଚିହ୍ନଟ

ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଗୁରୁବାର ଦିନ ୭୩ ଲକ୍ଷ ଅତିକ୍ରମ କରିଛି। ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କିଛି ଦିନ ପାଇଁ ହ୍ରାସ ପାଇଥିବାର ଦେଖାଯାଇଥିଲା, କିନ୍ତୁ ପୁଣି ଥରେ ଏଥିରେ ବୃଦ୍ଧି ପାଉଛି | ତେବେ କରୋନାରୁ ଦୈନିକ ମୃତ୍ୟୁ ଆଜି ହ୍ରାସ ପାଇଛି। ଗତ ୨୪…

କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ବ୍ୟାରନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଆମେରିକାର ପ୍ରଥମ ମହିଳା (ଫାଷ୍ଟ୍‌ ଲେଡି‌) ମେଲାନିଆ ଟ୍ରମ୍ପଙ୍କ ପରେ ଏବେ ସେମାନଙ୍କ କିଶୋର ପୁଅ ବ୍ୟାରନ୍‌ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ଫାଷ୍ଟ୍‌ ଲେଡି‌ ମେଲାନିଆ ନିଜ ପୁଅ କରୋନା ସଂକ୍ରମିତ ହୋଇଥିବା ସୂଚନା…

ରାଜ୍ୟର ଏହି ନଅଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଢେଙ୍କାନାଳ, ଅନୁଗୁଳ ସମେତ କଟକ, ଖୋର୍ଧା, ନୟ‌ାଗଡ଼, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ତାହାକୁ ଦୃଷ୍ଟିରେ ରଖି…

୧୭ଟି ଜିଲ୍ଲାକୁ ଆର୍ଲଟ ଜାରି କଲା ପାଣିପାଗ ବିଭାଗ

ଲଘୁଚାପ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ୧୭ଟି ଜିଲ୍ଲାକୁ ସତର୍କ କରାଯାଇଛି। ରାୟଗଡ଼ା, ଯାଜପୁର, ସୋନପୁର, ମୟୂରଭଞ୍ଜ ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ବର ଓ କଟକରେ ଭାରୀ ବର୍ଷା ହେବାର ସମ୍ଭାବନା…