କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ବ୍ୟାରନ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଆମେରିକାର ପ୍ରଥମ ମହିଳା (ଫାଷ୍ଟ୍‌ ଲେଡି‌) ମେଲାନିଆ ଟ୍ରମ୍ପଙ୍କ ପରେ ଏବେ ସେମାନଙ୍କ କିଶୋର ପୁଅ ବ୍ୟାରନ୍‌ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ଫାଷ୍ଟ୍‌ ଲେଡି‌ ମେଲାନିଆ ନିଜ ପୁଅ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି।

ମେଲାନିଆ ଟ୍ରମ୍ପ ଏକ ବିବୃତ୍ତିରେ ଲେଖିଛନ୍ତି ଯେ ଦୁଇ ସପ୍ତାହ ପୂର୍ବରୁ ସେ ଏବଂ ରାଷ୍ଟ୍ରପତି କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସ୍ୱାଭାବିକ ଭାବରେ ସେମାନେ ପ୍ରଥମେ ନିଜ ପୁଅ ବିଷୟରେ ଭାବିଥିଲେ। ୱାଶିଂଟନର ଏକ ଘରୋଇ ସ୍କୁଲ୍‌ରେ ପ‌ାଠ ପଢୁଥିବା ବ୍ୟାରନ୍‌ଙ୍କ ଭିତରେ ସେପରି କୌଣସି ଲକ୍ଷଣ ନଥିଲା। ପରୀକ୍ଷା କରିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା। ଅର୍ଥାତ ଟ୍ରମ୍ପ୍‌ ଦମ୍ପତି କରୋନା ସଂକ୍ରମିତ ହୋଇଥିବା ବେଳେ ଜୁନିୟର୍‌ ଟ୍ରମ୍ପ୍‌ ବ୍ୟାରନ୍‌ଙ୍କ ଶରୀରରେ କରୋନା ନଥିଲା।


Share It

Comments are closed.