ଜଳବାୟୁ ପରିବର୍ତନକୁ ନେଇ ଭାରତ, ଚୀନ ଏବଂ ରୁଷ ଉପରେ ବର୍ଷିଲେ ଟ୍ରମ୍ପ


ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ନିର୍ବାଚନୀ ପୂର୍ବରୁ ହେବାକୁ ଥିବା ଶେଷ ବିତର୍କ ଆଜି ହୋଇଛି। ଟେନେସି ନୌସବିଲେରେ ହୋଇଥିବା ଏ ବିତର୍କରେ ଟ୍ରମ୍ପ ଓ ବିଡେନ ଆଜି ପୁଣି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଜୋରଦାର ଚର୍ଚା କରିଛନ୍ତି। ଏହି ଅବସରରେ ଟ୍ରମ୍ପ ପୁଣି ଥରେ ଜଳବାୟୁ ପରିବର୍ତନକୁ ନେଇ ଭାରତ, ରୁଷ ଓ ଚୀନକୁ ଦାୟୀ କରିଛନ୍ତି। ଟ୍ରମ୍ପ ଏହା ପୂର୍ବରୁ ମଧ୍ୟ ନିର୍ବାଚନୀ ରାଲିରେ ଏହି ଦେଶମାନଙ୍କ ଉପରେ ଅଭିଯୋଗ ଲଗାଇସାରିଛନ୍ତି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଚୀନର ପବନ ଯେମିତି ଦୂଷିତ ଠିକ୍ ସେମିତି ଅବସ୍ଥା ଭାରତ ଓ ରୁଷର । ଅର୍ଥାତ ରୁଷ ଓ ଭାରତର ବାୟୁ ମଧ୍ୟ ଦୂଷିତ। ଏହା ସହ ଟ୍ରମ୍ପ ପ୍ୟାରିସ ଚୁକ୍ତିରୁ ବାହାର ହେବା ନିଷ୍ପତ୍ତି ଉପରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଟ୍ରମ୍ପ ୨୦୧୭ରେ ପ୍ୟାରିସ ଜଳବାୟୁ ଚୁକ୍ତିରୁ ନିବୃତ୍ତ ହେବା ଘୋଷଣା କରିଥିଲେ ।

ଟ୍ରମ୍ପ ବିତର୍କ ବେଳେ କହିଛନ୍ତି ସେ ପ୍ୟାରିସ ଚୁକ୍ତିରୁ ଓହରି ଯାଇଛନ୍ତି କାରଣ ସେ ଆରବ ଡଲାର ଖର୍ଚ୍ଚ କରୁଥିଲେ କିନ୍ତୁ ତାଙ୍କ ସହ କିଛି ଠିକ୍ ଘଟଣା ଘଟି ନ ଥିଲା। ଏ ପାଇଁ ଆମେରିକାରେ ଆରବ ଡଲାର ନଷ୍ଟ ହେବା ସହ ଚାକିରି ଚାଲିଯାଉଛି। ଏହା ସହ ଗ୍ୟାସ, ଅଏଲ ଓ କୋଇଲା ଇଣ୍ଡଷ୍ଟ୍ରି ମଧ୍ୟ ଘାଟାରେ ପଡ଼ିଛି। ସେ ଲକ୍ଷ ଲକ୍ଷ ଚାକିରିକୁ ବଳି ଦେଇପାରିବି ନାହିଁ କହିଛନ୍ତି।

ଗତବର୍ଷ ପ୍ରଶାସନ ଔପଚାରିକ ଭାବେ ୟୁଏନକୁ ନୋଟିଫିକେସନ୍ ପଠାଇ ଏ ବିଷୟରେ ଜଣାଇ ଥିଲେ। ଏବେ ଆମେରିକା ପ୍ୟାରିସ ଜଳବାୟୁର ଅଂଶ ନୁହେଁ। ୨୦୧୫ରେ ହୋଇଥିବା ବୁଝାମଣାରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ବଡ଼ ଭୂମିକା ନିର୍ବାହ କରିଥିଲେ। ଆମେରିକାରୁ ବାହାରକୁ ଆସିବା ପରେ ଗ୍ଳୋବାଲ ଓ୍ବାମିଂ ବିରୋଧ ଲଢ଼େଇର ପ୍ରଭାବ ପଡ଼ିଥିଲା। ଟ୍ରମ୍ପ କହିଛନ୍ତି ତାଙ୍କ କାର୍ଯ୍ୟକାଳରେ ଆମେରିକା ପରିବେଶ ରକ୍ଷାରେ ଶକ୍ତି ସ୍ବାଧିନତା ଲାଭ କରିଛି। ସେ କହିଛନ୍ତି ତାଙ୍କର ଓଜୋନ ରେକର୍ଡ, ପର୍ଯ୍ୟାବରଣ ରେକର୍ଡ ଓ ଅନ୍ୟ ରେକର୍ଡ ସବୁ ଭଲ ରହିଛି। ଏହି ଅବସରରେ ଚୀନ, ରୁଷ ଭାରତ ସମସ୍ତ ଦେଶର ବାୟୁ ଦୂଷିତ। ଓବାମା​‌ଙ୍କ ବେଳେ ଖରାପ ସ୍ତରରେ ଚୁକ୍ତି ହୋଇଥିଲା ଓ ଏଥିରେ କେବଳ ଏସିଆର ଦୁଇ ଦେଶ ଭାରତ ଓ ଚୀନକୁ ଲାଭ ମିଳିଥିଲା।

ତେବେ ଟ୍ରମ୍ପଙ୍କ ଏଭଳି ବୟାନରେ ଟ୍ବିଟରରେ ଝଡ ସୃଷ୍ଟି ହୋଇଛି। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଙ୍ଗିତ କରି ଅନେକ ଟ୍ରମ୍ପଙ୍କ ଏଭଳି ପ୍ରଶ୍ନର ଉତ୍ତର ରଖିବାକୁ କହିଛନ୍ତି। ଏପରିକି କପିଲ ସିବ୍ବଲ ମଧ୍ୟ ଟ୍ରମ୍ପଙ୍କ ଏଭଳି ବୟାନ ଉପରେ ଟ୍ବିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।


Share It

Comments are closed.