ପାରମିତା ଶତପଥୀ ତ୍ରିପାଠୀ ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର
ଭାରତୀୟ ରାଜସ୍ବ ସେବା ଅଧିକାରୀ ପାରମିତା ଶତପଥୀ ତ୍ରିପାଠୀ ବୁଧବାର ଓଡ଼ିଶାର ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର ପଦ ଗ୍ରହଣ କରିଛନ୍ତି। ପାରମିତା ଶତପଥୀ ତ୍ରିପାଠୀ ହେଉଛନ୍ତି ୧୯୮୯ ବ୍ୟାଚର ଭାରତୀୟ ରାଜସ୍ବ ସେବାର ଅଧିକାରୀ । ଏହା ପୂର୍ବରୁ ଶତପଥୀ ଓଡ଼ିଶାର ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିବା ସହ ୬ ବର୍ଷ ଧରି ଓଡ଼ିଶା ପାୱାର ଜେନରେସନ କର୍ପୋରେସନ ଲିମିଟେଡ (ଓପିଜିସି)ର ଡାଇରେକ୍ଟର ଅଫ ଫାଇନାନ୍ସ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ ଜଣେ ସୁଲେଖିକା ଓ ଔପନ୍ୟାସିକା ଭାବେ ସୁପରିଚିତା । ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬ ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଏବଂ ୨୦୨୧ ମସିହାରେ ଶାରଳା ପୁରସ୍କାର ସମେତ ଅନେକ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ହୋଇଛନ୍ତି। ସେ ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ କରଦାତାଙ୍କ ସୁବିଧାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।
Comments are closed.