ଖୋର୍ଦ୍ଧା ରୋଡ୍‌ ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପରେ ବଡ଼ ଉପଲବ୍ଧି 

Share It

ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ଟନେଲ ଟି-୪ର ବୁଧବାର ସଫଳ ଭାବେ ଡେଲାଇଟିଂ ବ୍ରେକଥ୍ରୁ କାର୍ଯ୍ୟ କରାଯାଇଛି। ୪,୧୮୫ ମିଟର ଦୀର୍ଘ ଓଡ଼ିଶାର ସବୁଠାରୁ ସୁଦୀର୍ଘ ରେଳ ସୁଡ଼ଙ୍ଗ

ଏହି ଟନେଲ ବୌଦ୍ଧ ଜିଲାର ଆଢେଣିଗଡ଼-ଚାରିଛକ ଷ୍ଟେଶନ ମଧ୍ୟରେ ଅବସ୍ଥିତ ଏବଂ ଏହି କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା ସମାପ୍ତ ହୋଇଛି। ଏହି ଟନେଲ କେବଳ ଏହି ପ୍ରକଳ୍ପରେ ନୁହେଁ, ବରଂ ସମଗ୍ର ଓଡ଼ିଶାରେ ସୁଦୀର୍ଘ ରେଳ ସୁଡ଼ଙ୍ଗ ଭାବେ ଇତିହାସ ରଚିଛି। ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ ନିୟୋଜିତ କରାଯାଇଥିଲା, ଯାହା ପୂର୍ବ ଘାଟର ଚ୍ୟାଲେଞ୍ଜିଂ ଏବଂ ଦୁର୍ଗମ ଭୂଖଣ୍ଡକୁ ନେଭିଗେଟ କରିବା ପାଇଁ ଡିଜାଇନ କରାଯାଇଥିଲା। ଖୋର୍ଦ୍ଧା ରୋଡ୍‌- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମୁଦାୟ ୩୦୧ କିଲୋମିଟର ଦୀର୍ଘ ହୋଇଥିବାବେଳେ ସୁଡ଼ଙ୍ଗ କ୍ଷେତ୍ରରେ ଅନେକ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ ଚ୍ୟାଲେଞ୍ଜ ଗୁଡିକର ସାମ୍ନା କରିବାକୁ ପଡିଛି। ଏହି ପ୍ରକଳ୍ପରେ ୭୫ କିଲୋମିଟର ଦୈଘର୍‌ୟ ମଧ୍ୟରେ ୭ଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ ଯାହାକି ସମସ୍ତ ସୁଡ଼ଙ୍ଗ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବସ୍ଥିତ। ଏହି ସୁଡ଼ଙ୍ଗଗୁଡ଼ିକର ବିଶେଷକରି ପୂର୍ବଘାଟର କଷ୍ଟକର ଭୂଖଣ୍ଡ ଦେଇ ନିର୍ମାଣ କାର୍ଯ୍ୟ ପ୍ରକଳ୍ପର ସବୁଠାରୁ ଜଟିଳ ଦିଗ ମଧ୍ୟରୁ ଗୋଟିଏ। ଏହି ପ୍ରକଳ୍ପରେ ଗୋଟିଏପଟେ ଖୋର୍ଦ୍ଧା ରୋଡ୍‌ରୁ ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ଅନ୍ୟ ପଟେ ବଲାଙ୍ଗୀର ରୁ ପୁରୁଣାକଟକ ପର୍ଯ୍ୟନ୍ତ ରହିଛି |

୨୨୬ କି.ମି. ଅଂଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୭୫ କିଲୋମିଟର ଅଂଶ ଯାହା ମଧ୍ୟରେ ୭ଟି ଟନେଲ ରହିଛି, ବର୍ତ୍ତମାନ ନିର୍ମାଣଧିନ ରହିଛି।

ଟି-୪ ର ଡେଲାଇଟିଂ ବ୍ରେକଥ୍ରୁ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଗତି ବଢ଼ାଇବାରେ ମୁଖ୍ୟ ଭୂମିକା ନେବ । ଏହି ଐତିହାସିକ ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ।

 


Share It

Comments are closed.