ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସବୁ ଶିକ୍ଷକ, ଅଧ୍ୟାପକଙ୍କୁ ମିଳିବ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌

Share It

କଟକ : ଆଉ କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକମାନେ ବ୍ଲକ୍ ଗ୍ରାଣ୍ଟ ପାଇବେ ନାହିଁ । ସମସ୍ତ ଶିକ୍ଷକ, ଅଧ୍ୟାପକଙ୍କୁ ୧୯୯୪ ନିୟମ ଅନୁସାରେ ଗ୍ରାଣ୍ଟ୍-ଇନ୍-ଏଡ୍ ଦରମା ପ୍ରଦାନ କରିବାକୁ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୩ ଶହ ଆବେଦନକାରୀ ଶିକ୍ଷକ, ଅଧ୍ୟାପକଙ୍କ ପକ୍ଷରୁ ଆଗତ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।


Share It

Comments are closed.