Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ଖବର
  • ଭୁବନେଶ୍ୱରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବ ପ୍ରଥମ ଟାଇକନ ୨୦୨୫
  • ଖବର

ଭୁବନେଶ୍ୱରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବ ପ୍ରଥମ ଟାଇକନ ୨୦୨୫

August 6, 2025 1 minute read
Image 2
ଭୁବନେଶ୍ୱର:  ଓଡିଶାରେ ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ (ଟିଆଇଇ) ଭୁବନେଶ୍ୱର ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖ, ୨୦୨୫ରେ ଭୁବନେଶ୍ୱରରେ ଆନ୍ତର୍ଜାତୀୟ ସ୍ୱୀକୃତି ସହିତ ଏକ ଜାତୀୟସ୍ତରୀୟ ଉଦ୍ୟୋଗିକତା ସମ୍ମିଳନୀ ଟାଇକନ ୨୦୨୫ର ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ସମ୍ମିଳନୀ ଉଦ୍ୟୋଗିକତା ଓ ଉଦ୍ଭାବନ ପାଇଁ ଏକ ବିକଶିତ କେନ୍ଦ୍ରରେ ପରିଣତ ହେବା ଦିଗରେ ଓଡିଶାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି । ଟାଇକନ ୨୦୨୫ ଘୋଷଣା ଅବସରରେ ଶ୍ରୀଯୁକ୍ତ ଅୟସକାନ୍ତ ମହାନ୍ତି, ଅଧ୍ୟକ୍ଷ, ଟାଇ ଭୁବନେଶ୍ୱର, ଶ୍ରୀଯୁକ୍ତ ସତ୍ୟବ୍ରତ ରଥ,ଉପାଧ୍ୟକ୍ଷ, ଟାଇ ଭୁବନେଶ୍ୱର, ଶ୍ରୀଯୁକ୍ତ ଅନ୍ନଦା ପ୍ରସାଦ ପାଢୀ, ସଚିବ, ଟାଇ ଭୁବନେଶ୍ୱର ଏବଂ ରାକେଶ କୁମାର ଗୁପ୍ତା, କୋଷାଧ୍ୟକ୍ଷ, ଟାଇ ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ରôହଥିଲେ ।

ଏହି ଦୁଇ ଦିବସୀୟ ସମ୍ମିଳନୀରେ ଭାରତ ଏବଂ ଶ୍ରୀଲଙ୍କା, ସିଙ୍ଗାପୁର, ୟୁଏଇ (ଦୁବାଇ) ଓ ୟୁଏସଏ ଭଳି ଦେଶଗୁଡିକରୁ ଉଦ୍ୟୋଗୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଅଂଶଗ୍ରହଣ କରିବେ । ଓଡିଶାକୁ ବ୍ୟବସାୟ ଓ ଉଦ୍ଭାବନ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳୀ ଭାବେ ହାଇଲାଇଟ କରିବା ପାଇଁ ଡିଜାଇନ କରାଯାଇଥିବା ଟାଇକନ ୨୦୨୫କୁ ଓଡିଶା ସରକାରଙ୍କ ସହ ସହଭାଗିତାରେ ଆୟୋଜନ କରାଯିବ ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଅଧିବେଶନ, ନେଟ୍‌ୱର୍କିଂ ସୁଯୋଗ ଏବଂ ୪ଟି ପ୍ରମୁଖ ପଦକ୍ଷେପର ଲଂଚ ସହ ସୁସଜ୍ଜିତ ରହିଛି ଯାହା ରାଜ୍ୟରେ ଉଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଯେପରିକି ଉଦ୍ୟୋଗିକତାର ସ୍ୱର- ଓଡିଶାର ଉଦ୍ୟୋଗୀମାନଙ୍କୁ ସଂଯୋଗ କରିବା, ସେମାନଙ୍କ ସମସ୍ୟାଗୁଡିକ ଉପରେ ତଥ୍ୟ ସଂଗ୍ରହ କରିବା ଏବଂ ପ୍ରାସଙ୍ଗିକ ଅଧିକାରୀଙ୍କ ନିକଟରେ କାର୍ଯ୍ୟକ୍ଷମଯୋଗ୍ୟ ମତାମତ ଦାଖଲ କରିବା ପାଇଁ ଏକ ତୃଣମୂଳସ୍ତରର ପଦକ୍ଷେପ । ଓଡିଶାର ଶୀର୍ଷ ୧୦୦ ମହିଳା ଉଦ୍ୟୋଗୀ – ମହିଳା ଉଦ୍ୟୋଗୀମାନଙ୍କୁ ଚିହ୍ନଟ ଓ ଉତ୍ସାହିତ କରିବା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପେନ ଯିଏ ରାଜ୍ୟର ଆଶାୟୀ ମହିଳାମାନଙ୍କ ପାଇଁ ରୋଲ ମଡେଲ ଭାବେ କାର୍ଯ୍ୟ କରିବେ । ବିଦ୍ୟାଳୟ ପାଠ୍ୟକ୍ରମରେ ଉଦ୍ୟୋଗିକତା- ଉଦ୍ୟୋଗିକତାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଏକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପଦକ୍ଷେପ ଯାହା  ଯୁବ ବୟସରୁ ପିଲାମାନଙ୍କଠାରେ ଏକ ଉଦ୍ୟୋଗୀ ମାନସିକତାକୁ ବିକଶିତ କରିବ । ପ୍ରତ୍ୟେକ ବ୍ଲକରେ ଟାଇର ଉପସ୍ଥିତି- ଟାଇ ଭୁବନେଶ୍ୱରର ପହଂଚକୁ ଓଡିଶାର ପ୍ରତ୍ୟେକ ବ୍ଲକକୁ ବିସ୍ତାର କରିବା, ଯାହା  କୌଣସି ଆଶାୟୀ ଉଦ୍ୟୋଗୀ ଯେପରି ପଛରେ ନରହିବେ ତାହା ନିଶ୍ଚିତ କରିବ ।

ଏହି କାର୍ଯ୍ୟକ୍ରମର ୨ୟ ଦିନରେ ‘ଏଆଇ ଆଣ୍ଡ ଏଂଟରପ୍ରେନ୍ୟୋସିପ୍‌’ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ରହିବ, ଏଥିସହିତ ଜାତୀୟ ଓ ଆନ୍ତର୍ଜାତୀୟ ବିଶେଷଜ୍ଞମାନେ ରାଜ୍ୟକୁ ଭବିଷ୍ୟତ ପ୍ରସ୍ତୁତ କରିବା ପାଇଁ ଓଡିଶାର ଏଆଇ ନୀତି ଓ ରଣନୀତିଗୁଡିକ ଉପରେ ଆଲୋଚନା କରିବେ । ୧୦୦ରୁ ଅଧିକ ବିଦେଶୀ ଅଂଶଗ୍ରହଣକାରୀଙ୍କ ସମେତ ୫୦୦ରୁ ଅଧିକ ପ୍ରତିନିଧି ଏହି ବିଶାଳ ଉଦ୍ୟୋଗିକତା ସମ୍ମିଳନୀରେ ଯୋଗ ଦେବାର ସମ୍ଭାବନା ରହିଛି ।

ଏସମ୍ପର୍କରେ ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଅୟସକାନ୍ତ ମହାନ୍ତି କହିଛନ୍ତି, “ଆମେ ଟାଇ ଗ୍ଲୋବାଲକୁ ଭୁବନେଶ୍ୱରକୁ ଟାଇକନ ଆଣିବା ପାଇଁ ଆବେଦନ କରିଥିଲୁ ଏବଂ ଆମେ ଖୁବ୍ ଖୁସି ଅନୁଭବ କରୁଛୁ ଯେ, ସେମାନେ ଏହାକୁ ଗ୍ରହଣ କରିଛନ୍ତି । ଟାଇକନ ୨୦୨୫ ଓଡିଶାର ଉଦ୍ୟୋଗୀ ଉତ୍ସାହକୁ ପାଳନ କରିବ ଏବଂ ଆମର ରାଜ୍ୟକୁ ବିଶ୍ୱର ବ୍ୟବସାୟ ମାନଚିତ୍ରରେ ଅବସ୍ଥାପିତ କରିବା ପାଇଁ ଏହା ଏକ ମଂଚ ହେବ ।”

About the Author

View All Posts

Post navigation

Previous: ଓବେନ ପକ୍ଷରୁ ଏହାର ନୂଆ ଇଲେକଟ୍ରିକ ବାଇକର ଶୁଭାରମ୍ଭ
Next: ରକ୍ଷାବନ୍ଧନ ଉପଲକ୍ଷେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳାଙ୍କୁ ସଶକ୍ତ କରୁଛି ଟିପିସିଓଡିଏଲ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay