ଓବେନ ପକ୍ଷରୁ ଏହାର ନୂଆ ଇଲେକଟ୍ରିକ ବାଇକର ଶୁଭାରମ୍ଭ

Share It

ଭୁବନେଶ୍ୱର : ଭାରତର ଇଲେକଟ୍ରିକ ମୋଟରସାଇକେଲ ନିର୍ମାତା କମ୍ପାନୀ ଓବେନ ଇଲେକଟ୍ରିକ ପକ୍ଷରୁ ଆଜି ଏହାର ନୂତନ ଇଲେକଟ୍ରିକ ବାଇକର ଶୁଭାରମ୍ଭ କରାଯାଇଥିବାବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ୧.୨୭ ଲକ୍ଷ ରହିଛି । ସହରରେ ଭାରତୀୟ ଚଳାଳୀଙ୍କୁ ଆରାମଦାୟକ ଓ ଉନ୍ନତ ଯାତ୍ରାର ଅନୁଭୂତି ପ୍ରଦାନ କରିବା ପାଇଁ ‘ରୋର ଇଜେଡ ସିଗମା’କୁ ନିର୍ମାଣ କରାଯାଇଛି ।
ଏହି ନୂଆ ଗାଡିରେ ରିଭର୍ସ ମୋଡ ରହିଛି, ଯେଉଁଥିରେ ସହରର ଭିଡପୂର୍ଣ୍ଣ ସ୍ଥାନ ମାନଙ୍କରେ ଏହି ବାଇକକୁ ଖୁବ ସହଜରେ ବୁଲାଇ ପାରିବେ । ଦୁଇଟି ବ୍ୟାଟେରୀ ବେରିଙ୍ଗ ପଏଂଟରେ ଉପଲବ୍ଧ ଥିବା ଏହି ‘ରୋର ଇଜେଡ ସିଗମା’ ୩.୪ କେଡବ୍ଲୁଏଚର ମୂଲ୍ୟ ୧.୨୭ ଲକ୍ଷ ରହିଥିବାବେଳେ ୪.୪ କେଡବ୍ଲୁଏଚର ମଡେଲର ପ୍ରାରମ୍ଭିକ ମୂଲ୍ୟ ୧.୩୭ ଲକ୍ଷ ରହିଛି । ଲଂଚର ଅଫର ସମାପ୍ତ ହେବା ପରେ ଏହାର ପରବର୍ତୀ ମୂଲ୍ୟ ୧.୪୭ ଏବଂ ୧.୫୫ ଲକ୍ଷ ହୋଇଯିବ । ମାତ୍ର ୨,୯୯୯ ଟଙ୍କାର ଇଏମଆଇରେ ‘ରୋର ଇଜେଡ ସିଗମା’ ଗ୍ରାହକଙ୍କୁ ମିଳିବ ।
ଏହାର ଶୁଭାରମ୍ଭ ଅବସରରେ ଓବେନ ଇଲେକଟ୍ରିକର ପ୍ରତିଷ୍ଠାତା ଏବଂ ସିଇଓ ମଧୁମିତା ଅଗ୍ରୱାଲ କହିଛନ୍ତି ଯେ “‘ରୋର ଇଜେଡ ସିଗମା’ର ଶୁଭାରମ୍ଭ ସହରମାନଙ୍କରେ ଆଗାମୀ ଭବିଷ୍ୟତକୁ ବଦଳାଇବାରେ ଆମର ଯାତ୍ରାର ଏକ ବଡ ପଦକ୍ଷେପ ଅଟେ । ଚଳାଳୀଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରିଛୁ । ଏଥିରେ ଇଂଟେଲିଜେନ୍ସ, ଆରାମ ଏବଂ ବିଶ୍ୱାସକୁ ଯୋଡିଛି, ଯାହାକି ଭାରତୀୟଙ୍କ ଅନୁସାରେ ସଂପୂର୍ଣ୍ଣ ରୂପେ ଫିଟ ଅଟେ । “‘ରୋର ଇଜେଡ ସିଗମା’ ଇଲେକଟ୍ରିକ ମୋଟର ସାଇକେଲ ଇଞ୍ଜିନିୟରିଂ ପ୍ରତି ଆମର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳତ କରେ ଯାହା କେବଳ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ନୁହେଁ ବରଂ ବାସ୍ତବ- ବିଶ୍ୱ ବ୍ୟବହାର ଏବଂ ଆକାଂକ୍ଷା ସହିତ ଅର୍ଥପୂର୍ଣ୍ଣ ଭାବରେ ସମନ୍ୱିତ ।”
“‘ରୋର ଇଜେଡ ସିଗମା’ ର ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ଗ୍ରାହକ ମାତ୍ର ୨,୯୯୯ ଟଙ୍କାରେ ଏହାକୁ ବୁକିଂ କରିପାରିବେ । ଶୁଭରାମ୍ଭ ସହି ଗ୍ରାହକମାନଙ୍କ ପାଇଁ ଟେଷ୍ଟ ରାଇଡ ଆରମ୍ଭ ହୋଇଯାଇଥିବାବେଭେ ଉପଭୋକ୍ତାଙ୍କୁ ୧୫ ଅଗଷ୍ଟ ୨୦୨୫ରୁ ବାଇକ ଡେଲିଭରି ମିଳିବ । ଓବେନର ଇନ-ହାଉସ ମ୍ୟାନୁଫ୍ୟାକଚରିଙ୍ଗ ଏବଂ ଶକ୍ତିଶାଳୀ ଡିଷ୍ଟ୍ରିବ୍ୟୁଷନ ନେଟୱାର୍କ କାରଣ ପାଇଁ ଗ୍ରାହକଙ୍କ ନିକଟରେ ତୁରନ୍ତ ଗାଡି ଉପଲବ୍ଧ ହେବ । ଏହା ବାଦ ଆମାଜନର “‘ରୋର ଇଜେଡ ସିଗମା’କୁ କିଣିପାରିବେ ।


Share It

Comments are closed.