Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ଖବର
  • ରାଜଧାନୀରେ ଗ୍ୟାସ୍ ସଙ୍କଟ,LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍
  • ଖବର
  • ବାଣିଜ୍ୟ

ରାଜଧାନୀରେ ଗ୍ୟାସ୍ ସଙ୍କଟ,LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍

March 10, 2026 (Last updated: March 10, 2026) 1 minute read
bbsr-2.jpg

ଭୁବନେଶ୍ଵର,୧୦/୦୩: ଖଣ୍ଡଗିରି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ସଂକଟ ।ଯାହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖଣ୍ଡଗିରି ଥିବା ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ରାତିରୁ ଗ୍ରାହକମାନେ ଲମ୍ବା ଲାଇନ୍ ଲଗାଇ ବସିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଅନେକ ଗ୍ରାହକଙ୍କ ଅଭିଯୋଗ ଅନୁସାରେ, ସେମାନେ ପ୍ରାୟ ୨୦ ରୁ ୨୫ ଦିନ ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକ୍ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗ୍ୟାସ ଡେଲିଭରୀ ପାଇ ପାରିନାହାନ୍ତି। ଫଳରେ ଘରେ ରୋଷେଇ କାମ ବ୍ୟାପକ ଭାବେ ପ୍ରଭାବିତ ହେଉଛି ଏବଂ ଲୋକମାନେ ଦିନକୁ ଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରାହକମାନେ କହିଛନ୍ତି ଯେ, ପୂର୍ବରୁ ଯେଉଁଠାରେ ସହଜରେ ହୋମ୍ ଡେଲିଭରୀ ମିଳୁଥିଲା, ବର୍ତ୍ତମାନ ସେହି ସେବା ପ୍ରାୟ ବନ୍ଦ ହୋଇଯାଇଛି। ଗ୍ୟାସ ପାଇବା ପାଇଁ କିଛି ଗ୍ରାହକଙ୍କୁ ସିଧାସଳଖ ଗୋଦାମକୁ ଯାଇ ସିଲିଣ୍ଡର ଆଣିବାକୁ କୁହାଯାଉଛି। ଆଉ କିଛି ଗ୍ରାହକଙ୍କୁ ଗ୍ୟାସ ଷ୍ଟେସନ୍ ସାମ୍ନାରେ ରାତିରୁ ଲମ୍ବା ଲାଇନ୍‌ରେ ଠିଆ ହୋଇ ରହିବାକୁ ପଡ଼ୁଛି।

ଗ୍ୟାସ ଅଭାବରେ ଅନେକ ପରିବାର ବାଧ୍ୟ ହୋଇ ପୁଣିଥରେ ପାରମ୍ପରିକ କାଠ ଚୁଲାରେ ରୋଷେଇ କରୁଛନ୍ତି। ଅନ୍ୟପଟେ କିଛି ଲୋକ ଆବଶ୍ୟକତାରେ କଳା ବଜାରରୁ ଖୁଚୁରା ଭାବେ ଗ୍ୟାସ କିଣିବାକୁ ବାଧ୍ୟ ହେଉଛନ୍ତି। ସେଠାରେ ଗ୍ୟାସ ଲିଟର ପିଛା ପ୍ରାୟ ୧୧୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ଆସିଛି।
ଏହି ପରିସ୍ଥିତିକୁ ନେଇ ଗ୍ରାହକମାନେ ଭାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ସମୟରେ ଗ୍ୟାସ ଡେଲିଭରୀ ନ ହେବା ଓ ସଠିକ୍ ବ୍ୟବସ୍ଥାପନା ନଥିବାରୁ ସାଧାରଣ ଲୋକ ଭୟଙ୍କର ସମସ୍ୟା ଭୋଗୁଛନ୍ତି। ଏହା ନେଇ ସମ୍ପୃକ୍ତ ଗ୍ୟାସ ଡିଷ୍ଟ୍ରିବ୍ୟୁଟର ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଗ୍ରାହକଙ୍କୁ ସମୟରେ ଗ୍ୟାସ ଯୋଗାଣ କରିବାକୁ ଦାବି କରାଯାଉଛି।

About the Author

View All Posts

Post navigation

Previous: ଚୈତ୍ର ମଙ୍ଗଳବାରରେ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା ମଙ୍ଗଳା
Next: ରାଜ୍ୟରେ ବଢୁଛି ଦାଦନ ସଂଖ୍ୟା,ବର୍ଷକରେ ବଢିଲେ 22 ହଜାର ଦାଦନ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay