କିମସ୍‌ରେ ମିନିମାଲି ଇନଭେସିଭ ପଦ୍ଧତିରେ ହୃଦ-ଅସ୍ତ୍ରୋପଚାର

Share It

କିମସ୍‌ରେ ମିନିମାଲି ଇନଭେସିଭ  ପଦ୍ଧତିରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି । ନିକଟରେ ହୃତପିଣ୍ଡର ବାମ ଭାଗରେ ଗମ୍ଭୀର ମିଟ୍ରାଲ ଭଲଭ ଷ୍ଟେନୋସିସ ରୋଗରେ ପୀ ଜଣେ ୫୪ ବର୍ଷୀୟ ରୋଗୀଙ୍କଠାରେ ଏହି କୌଶଳରେ ସଫଳ ଅସ୍ତ୍ରୋପଚାର କରାଯାଇ ମିନିମାଲି ଇନଭେସିଭ ମିଟ୍ରାଲ ଭାଲଭ ଲଗାଯାଇଛି । କିମସ୍‌ର ହୃଦରୋଗ ସର୍ଜନ ଡା. ଅମିତ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି । ସାଧାରଣତଃ ଏଭଳି ଅସ୍ତ୍ରୋପଚାର ପାଇଁ ଷ୍ଟର୍ନମ କାଟିବାକୁ ପଡ଼ିଥାଏ। ଏଥିଯୋଗୁଁ ପ୍ରାୟତଃ ଅସ୍ତ୍ରୋପଚାର ପରେ ଯନ୍ତ୍ରଣା ହେବା ସହ ଛାତିରେ ଦାଗ ରହିଯାଇଥାଏ । ଏହି ପଦ୍ଧତିରେ ପଞ୍ଜରାଗୁଡ଼ିକୁ ନ କାଟି ପଞ୍ଜରା ମଧ୍ୟରେ ଏକ ଛୋଟ ଛିଦ୍ର କରି ଅସ୍ତ୍ରୋପଚାର କରାଯାଇଥାଏ। ଫଳରେ ଖର୍ଚ୍ଚ ମଧ୍ୟ ଅପେକ୍ଷାକୃତ କମ ହୋଇଥାଏ। ଏହି କୌଶଳ ଦ୍ୱାରା ଅସ୍ତ୍ରୋପଚାର ପରବର୍ତ୍ତୀ ଯନ୍ତ୍ରଣା ଯଥେଷ୍ଟ ହ୍ରାସ କରାଯିବା ସହ ରକ୍ତସ୍ରାବ ମଧ୍ୟ କମ ହୋଇଥାଏ ବୋଲି ଡା. ଅଗ୍ରୱାଲ କହିଛନ୍ତି । ତେବେ ଏହି ପ୍ରକ୍ରିୟାରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ସମ୍ପୂର୍ଣ୍ଣ ଅଭିଜ୍ଞ ଓ ଦକ୍ଷତାସମ୍ପନ୍ନ ହେବା ଆବଶ୍ୟକ ଏବଂ ଏଥିପାଇଁ ସ୍ବତନ୍ତ୍ର ଅତ୍ୟାଧୁନିକ ଉପକରଣ ଆବଶ୍ୟକ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି । କିମସ୍‌ରେ ଏଭଳି ପଦ୍ଧତିରେ ହୃଦ-ଅସ୍ତ୍ରୋପଚାର ହେବା ଦ୍ୱାରା ଓ ତଥା ପଡ଼ୋଶୀ ରାଜ୍ୟର ରୋଗୀଙ୍କୁ ଏଥିରୁ ସୁବିଧା ପାଇପାରିବେ ବୋଲି ଡା. ଅଗ୍ରୱାଲ ସୂଚନା ଦେଇଛନ୍ତି ।


Share It

Comments are closed.