୧୦ ଛାତ୍ରୀଛାତ୍ରଙ୍କୁ ବିବି ସ୍କଲାରଶିପ୍‌ ପ୍ରଦାନ

Share It

ବିଶ୍ୱଭୂଷଣ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ୧୦ ଜଣ ଆର୍ଥିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ବିବି ସ୍କଲାରଶିପ୍‌ ପ୍ରଦାନ କରାଯାଇଛି। ଟ୍ରଷ୍ଟର ଚେୟାରମ୍ୟାନ ଅନିଲ ମହାଲିକଙ୍କ ପୁତ୍ର ସ୍ବର୍ଗତ ବିଶ୍ୱଭୂଷଣଙ୍କ ସ୍ମୃତିରେ ଏହି ମେମୋରିଆଲ ଟ୍ରଷ୍ଟ ଓଡିଶାର ନୂତନ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ କରିଆସୁଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବାଦ ଗ୍ରୁପର ସମ୍ପାଦକ ତନୟା ପଟ୍ଟନାୟକ ଶିକ୍ଷା କ୍ଷେତ୍ରରେ ବିବି ସ୍କଲାର୍ସ ପ୍ରଦାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ସେ ଓଡିଶାର ବିଭିନ୍ନ ମେଡିକାଲ କଲେଜରେରେ ପଢ଼ୁୁଥିବା ଛାତ୍ରୀଛାତ୍ରମାନଙ୍କୁ ଚେକ ହସ୍ତାନ୍ତର କରିଛନ୍ତି। ବ୍ରହ୍ମା କୁମାରୀ ୟୁନିଟ- ୮ ବ୍ରହ୍ମାକୁମାରୀ ସଞ୍ଚାଳିକା ଦୁର୍ଗେଶ ନନ୍ଦିନୀ ରାଜଯୋଗିନୀ, ପ୍ରିତୀଶ ଚନ୍ଦ୍ର ବାଶା ଚେକ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ, ସାମାଜିକ କର୍ମୀ ସାମିଲ ହୋଇଥିଲେ।


Share It

Comments are closed.