ବିପର୍ଯ୍ୟୟଜନିତ ଚିକିତ୍ସା ପତଞ୍ଜଳିର ଗୁରୁତ୍ୱ
ପତଞ୍ଜଳି ବିଶ୍ୱବିଦ୍ୟାଳୟରେ ‘ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ଏବଂ ବିପର୍ଯ୍ୟୟ ଚିକିତ୍ସା’ ଉପରେ ଦୁଇ ଦିନିଆ ଆନ୍ତର୍ଜାତୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି। ୪ଦେଶର ବୈଜ୍ଞାନିକଙ୍କ ସହଯୋଗରେ ଏହି କର୍ମଶାଳାର ଆୟୋଜନ କରାଯାଉଥିବାବେଳେ ସ୍ପେନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ରୁବେନ, ଇଟାଲିର ପ୍ରଫେସର ରୋବୋର୍ଟୋ ମୁଗାବେରୋ, ନରଓ୍ବେ ବିଶ୍ୱବିଦ୍ୟାଳୟର ପ୍ରଫେସର ବି ସିତୌଲା ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟରେ ‘ଡିଜାଷ୍ଟର ମେଡିସିନ୍, ମ୍ୟାନେଜମେଣ୍ଟ ଆଣ୍ଡ୍ କ୍ଲାଇମେଣ୍ଟ୍ ଚେଞ୍ଜ’ ବିଷୟବସ୍ତୁକୁ ନେଇ ସ୍ଥାପିତ ଅନ୍ତରାଷ୍ଟ୍ରୀୟ ଉକତ୍ୃଷ୍ଟତା କେନ୍ଦ୍ରର ଲୋକାର୍ପଣ କରାଯାଇଛି। ଏହାସହ ବିଶ୍ୱବିଦ୍ୟାଳୟରେ ପ୍ୟାଟେଣ୍ଟ ସେଲର ମଧ୍ୟ ସ୍ଥାପନା କରାଯାଇଥିଲା। ଏ ଅବସରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ବାଳକୃଷ୍ଣ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପତଞ୍ଜଳିର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପୂର୍ବରୁ କେଦାରନାଥ ଭୂସ୍ଖଳନ, ନେପାଳ ଭୂମିକମ୍ପ ଓ ବିହାର ବନ୍ୟା ସମୟରେ ପତଞ୍ଜଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ସେ କହିଛନ୍ତି। ମୁଖ୍ୟଅତିଥି ଭାବେ ଉତ୍ତରାଖଣ୍ଡ ଷ୍ଟେଟ୍ କାଉନସିଲ୍ ଫର ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିର ମହାନିର୍ଦ୍ଦେଶକ ଡା. ଦୁର୍ଗେଶ ପନ୍ତ ବିପର୍ଯ୍ୟୟ କାରଣରୁ ଶାରୀରିକ ଓ ମାନସିକସ୍ତରରେ ଲାଗିଥିବା ଆଘାତକୁ ଦୂର କରିବା ପାଇଁ ଆୟୁର୍ବେଦ ଚିକିସତ୍ାର ଭୂମିକା ଉପରେ ଆଲୋକପାତ କରିଥିଲେ। ସେହିପରି ଦକ୍ଷିଣ ଏସିଆରେ ପ୍ରଥମ କରି ପତଞ୍ଜଳି ବିଶ୍ୱବିଦ୍ୟାଳୟ ପ୍ରଥମ କରି ବିପର୍ଯ୍ୟୟ ଚିକିସତ୍ା କ୍ଷେତ୍ରରେ ଗଭୀର ପ୍ରୟାସ କରିଥିବା ଡା. ଆଶୁତୋଷ ମହାନ୍ତି କହିଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପ୍ରଫେସର ସତ୍ୟେନ୍ଦ୍ର ମିତ୍ତଲ ଏବଂ ଉତ୍ତରାଖଣ୍ଡର ପ୍ରମୁଖ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସମୀର ସିହ୍ନା ବିପର୍ଯ୍ୟୟ ପରିଚାଳନା ସହ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିଥିଲେ। ଆୟୋଜିତ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳାନୁଶାସିକା ପ୍ରଫେସର ଦେବପ୍ରିୟା, ପ୍ରତି କୁଳପତି ପ୍ରଫେସର ମୟଙ୍କ କୁମାର ଅଗ୍ରଓ୍ବାଲ, କୁଳସଚିବ ଆଲୋକ କୁମାର ସିଂହ, କୁଳାନୁଶାସକ ଆର୍ଷଦେବ ପ୍ରମୁଖ ଯୋଗ ଦେଇଥିଲେ।
Comments are closed.