ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ-ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏସବିଆଇ ସ୍କଲାର କୁଇଜ ସମାପନ ହୋଇଛି। ଏଥିରେ ସାରା ଦେଶର ୧୬ଟି ସହରରୁ ୪୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ଲକ୍ଷ୍ୟ ଥିଲା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଶିକ୍ଷା ପ୍ରତି ଏସବିଆଇର ଦୃଢ଼ ସାମାଜିକ ପ୍ରତିବଦ୍ଧତା ଦର୍ଶାଇବା। ବ୍ୟାଙ୍କର ୭୦ ବର୍ଷର ବିଶ୍ୱାସ ଓ ରୂପାନ୍ତରଣ ପରମ୍ପରାରେ ଏହି କାର୍ଯ୍ୟକ୍ରମ ଏକ ମାଇଲଖୁଂଟ। ଏଥିରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ସାର୍ଟିଫିକେଟ ସହିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନ୍ୟତା ପ୍ରଦାନ କରାଯାଇଥିଲା।
କୋଲକାତାର ଦିଲ୍ଲୀ ପବ୍ଲିକ ସ୍କୁଲ, ହାଇଦ୍ରାବାଦର ଆର୍ମି ପବ୍ଲିକ ସ୍କୁଲ ଓ ଭୁବନେଶ୍ୱରର ଡିଏଭି ପବ୍ଲିକ ସ୍କୁଲରେ ବିଜେତାମାନଙ୍କୁ ଏସବିଆଇର ଅଧ୍ୟକ୍ଷ ସି ଏସ ସେଟ୍ଟି ପୁରସ୍କାର ପ୍ରଦାନ କରିଥିଲେ। ପ୍ରଥମ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ବିଜେତାଙ୍କ ଯଥାକ୍ରମେ ୩ ଲକ୍ଷ ଟଙ୍କା ଓ ୨.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
ଏସବିଆଇର ଅଧ୍ୟକ୍ଷ ଶ୍ରୀ ସି ଏସ ସେଟ୍ଟି କହିଛନ୍ତି ଯେ, “ଏସବିଆଇ ସ୍କଲାର କୁଇଜ ଭଳି ଶିକ୍ଷାଗତ ଅଭିଯାନରେ ନିବେଶ କରିବା ହେଉଛି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସମୃଦ୍ଧି କରିବାଠାରୁ ଅଧିକ ଏବଂ ଏହା ହେଉଛି ଏକ ସୂଚିତ ଓ ସଶକ୍ତ ଭବିଷ୍ୟତ ଲାଗି ମୂଳଦୁଆ ଗଠନ କରିବା। ଆର୍ôଥକ ସାକ୍ଷରତା ସହିତ ଶିକ୍ଷାଗତ ଉତ୍କର୍ଷକୁ ମିଶାଇ ଏବଂ ଏସବିଆଇର ସାତ ଦଶନ୍ଦିର ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରି ଏହି ଅଭିଯାନରେ ଆମ ଯୁବବର୍ଗଙ୍କ ବୌଦ୍ଧିକ ସମ୍ଭାବନାକୁ ପାଳନ କରାଯାଇଥିବା ବେଳେ ଭାରତର ଆର୍ôଥକ ଯାତ୍ରାକୁ ଆକାର ଦେଇଥିବା ମୂଲ୍ୟବୋଧକୁ ଦୃଢ଼ କରାଯାଇଥିଲା।”
“ଏକ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ପ୍ରସ୍ତୁତ ସଂସ୍ଥା ଗଠନ କରିବା ଲାଗି ଆମେ ପରିଚାଳନାକୁ ସଂଗଠିତ କରିଥିବା ବେଳେ ଗ୍ରାହକ ସେବାରେ ଉନ୍ନତି ଆଣିଛୁ ଏବଂ ଆମ ଲୋକଙ୍କୁ ସୁଦୃଢ଼ କରିଛୁ। ଡିଜିଟାଲ ଟୁଲ, ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଓ ଡାଟା ପ୍ରେରିତ ଅଭିବୃଦ୍ଧିକୁ ଗ୍ରହଣ କରି ଆମେ ବଜାରରେ ଅଗ୍ରଣୀ ରହିବା ଏବଂ ବ୍ୟାପକ, ଲାଭଜନକ ଏବଂ ଭାରତରେ ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କ ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ।”
ଏହି ମାଇଲଖୁଂଟକୁ ପାଳନ କରି ବ୍ୟାଙ୍କ ପକ୍ଷରୁ ଭବିଷ୍ୟତର ଡିଜିଟାଲ ପ୍ରଥମ ଅଭିଯାନର ଶୁଭାରମ୍ଭ କରାଯାଇଥିଲା ଯାହାକୁ ବିଭିନ୍ନ ବର୍ଗରେ ଗ୍ରାହକ ଅନୁଭୂତି ଓ ସୁବିଧାରେ ଉନ୍ନତି ଆଣିବାକୁ ପ୍ରସ୍ତୁତ କରାଯାଇଛି। ଏହି ପରବର୍ତୀ ପିଢ଼ିର ନବସୃଜନ ଡିଜିଟାଲ ବ୍ୟାଙ୍କିଂ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୟୋନୋକୁ ସିଙ୍ଗାପୁର ସମ୍ପ୍ରସାରଣ କରାଯାଇଥିବା ବେଳେ ୟୋନୋ ବିଜନେସର ପୁନର୍ଗଠନ କରାଯାଇଛି।
