ଜିକିତ୍ସା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ


ଓଡ଼ିଶାରେ ୧୦୮, ୧୦୨ ଆମ୍ବୁଲାନ୍ସ ସେବାର ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲଥ୍ କେୟାର ଲିମିଟେଡ୍ ପକ୍ଷରୁ ଏକ ଏଫଆରପି କାର୍ଯ୍ୟକ୍ରମ ଭୁବନେଶ୍ୱରର ୟୁନିଟ୍ ୮ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୭୦୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିକିତ୍ସା ପକ୍ଷରୁ ଶୁଭ୍ରଜ୍ୟୋତି ନାୟକ ଏବଂ ପ୍ରଦୀପ୍ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଶ୍ରୀଯୁକ୍ତ ନାୟକ ଦୁର୍ଘଟଣା ପରବର୍ତ୍ତୀ ତତ୍କାଳ ଚିକିତ୍ସା, ବ୍ଲିଡିଂ, ଚୋକିଂ, ପୋଡିଯିବା, ବୁଡିଯିବା, କୌଣସି କୀଟ ପତଙ୍ଗ କାମୁଡିବା, ଫ୍ୟାକଚର କେୟାର ଇତ୍ୟାଦି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ଜିକିତ୍ସା ପକ୍ଷରୁ ଶ୍ରୀଯୁକ୍ତ ପ୍ରଦିପ୍ କୁମାର ସାହୁ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବାର ପରିଚାଳନା, କାର୍ଯ୍ୟାବଳୀ ଏବଂ ନୀତିନିୟମ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈଜନ୍ତୀ ପଟ୍ଟନାୟକ ଏବଂ ଗୁରୁଜି ଗଙ୍ଗାଧର ଷଢଙ୍ଗି ପରିଚାଳନା କରିଥିଲେ ।

Share It

Comments are closed.