ବାୟୁସେନା ପରେ ବର୍ତ୍ତମାନ ନୌସେନାକୁ ମିଳିବ ଦେଶର ପ୍ରଥମ ମହିଳା ପାଇଲଟ


ଭାରତୀୟ ବାୟୁସେନା ପରେ ବର୍ତ୍ତମାନ ଭାରତୀୟ ନୌସେନା କ୍ଷେତ୍ରରେ ମଧ୍ୟ ଦେଶକୁ ପ୍ରଥମ ମହିଳା ପାଇଲଟ ମିଳିବାକୁ ଯାଉଛି । ବିହାରର ମୂଳ ନିବାସୀ ଶିବାଙ୍ଗୀ ସ୍ୱରୁପଙ୍କୁ ଏଥିପାଇଁ ଚୟନ କରାଯାଇଛି । ଶିବାଙ୍ଗୀ ବର୍ତ୍ତମାନ କୋଚୀରେ ଜରୁରୀ ପ୍ରଶିକ୍ଷଣ ଲାଭ କରୁଛନ୍ତି ।
ମିଳିଥିବା ସୂଚନା ମୁତାବକ, ଶିବାଙ୍ଗୀଙ୍କୁ ୪ ଡିସେମ୍ବରରେ ନୌସେନା ଦିବସରେ ହେବାକୁ ଥିବା ସମାରୋହରରେ ବ୍ୟାଚ ଲଗାଇ ସମ୍ମାନିତ କରାଯିବ । ଶିବାଙ୍ଗୀ କୋଚରେ ନୌସେନାର ଅପରେସନ ଡ୍ୟୁଟିରେ ସାମିଲ ହେବେ ଏବଂ ଫିକ୍ସଡ-ୱିଙ୍ଗ ଡରନାଇର ସରଭିଲାନ୍ସ ଏୟାରକ୍ରାଫ୍ଟ ଉଡାଇବେ ।
ଏହି ବିମାନ ଅଳ୍ପ ଦୂରତାର ସମୁଦ୍ର ମିଶନରେ ପଠାଯାଏ । ଏଥିରେ ଆଧୁନିକ ସର୍ଭିଲାନ୍ସ, ରାଡାର, ନେଟୱର୍କିଙ୍ଗ ଏବଂ ଇଲେକଟ୍ରୋନିକ ସାମିଲ ରହିଛି । ପ୍ରକାଶ ଥାଉକି, ଗତ ବର୍ଷ ଜୁନରେ ଭାଇସ ଆଡମିରାଲ ଏ.କେ ଚାୱାଲା, ଶିବାଙ୍ଗୀ ସ୍ୱରୁପଙ୍କୁ ଔପଚାରିକ ଭାବେ ନୌସେନାରେ ସାମିଲ କରାଇଥିଲେ ।


Share It

Comments are closed.