ଏସିଡ ଆକ୍ରମଣ ପୀଡିତାଙ୍କୁ ବିବାହ କରାଇଲେ ଶାହାରୁଖ


ଶାହାରୁଖ ଖାନଙ୍କୁ ମୀର ଫାଉଣ୍ଡେସନର ଜଣେ ଏସିଡ ଆକ୍ରମଣରେ ପୀଡିତା (ଅନୁପମା)ଙ୍କ ବିବାହରେ ଖୁବ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଅନୁପମାଙ୍କ ବିବାହ ଜୟଦୀପ ସିଂହଙ୍କ ସହ ହୋଇଥିବାବେଳେ ଶାହାରୁଖଙ୍କ ସହ ତାଙ୍କର ଏକ ଫଟୋ ଉକ୍ତ ମୀର ଫାଉଣ୍ଡେସନ ପକ୍ଷରୁ ନିଜ ଟ୍ୱିଟରେ ମଧ୍ୟ ସେୟାର କରାଯାଇଥିଲା । ଅନୁପମାଙ୍କ ବିବାହ ବିହାରର ଗୋପାଲଗଞ୍ଜ ଅଞ୍ଚଳସ୍ଥିତ ଏକ ମନ୍ଦିରରେ ହୋଇଥିଲା ।
କେବଳ ଏତିକି ନୁହେଁ ଶାହାରୁଖ ଏହି ବିବାହ ଉତ୍ସବରେ ଯୋଗ ଦେବା ସହ ନିଜେ ଅନୁପମା ଏବଂ ତାଙ୍କ ଫାଉଣ୍ଡେସନ ସହ ଜଡିତ ଥିବା ସମସ୍ତ ପୀଡିତାଙ୍କ ସହ ମିଶି ଏକ ଫଟୋ ଉଠାଇ ନିଜ ଟ୍ୱିଟରେ ସେୟାର ଏବଂ ଲେଖିଛନ୍ତି ଯେ, “ ଅନୁପମାଙ୍କ ନିଜ ନୂଆ ଜୀବନର ଯାତ୍ରା ପାଇଁ ମୋ ପକ୍ଷରୁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭ କାମନା । ଆଶା କରୁଛୁ କି, ତାଙ୍କ ଜୀବନ ସୁଖମୟ ଏବଂ ଖୁସିରେ ଭରି ରହୁ । ”
ପ୍ରକାଶ ଥାଉକି, ଅନୁପମା, ଶାହାରୁଖଙ୍କ ଏନଜିଓ ମୀର ଫାଉଣ୍ଡେସନର ଜଣେ ଏସିଡ ଆକ୍ରମଣର ପୀଡିତା ଅଟନ୍ତି । ଏହି ଫାଉଣ୍ଡେସନଟି ଶାହାରୁଖଙ୍କ ବାପା ମୀର ମହମ୍ମଦ ଖାନଙ୍କ ନାମରେ ୨୦୧୩ରେ ସ୍ଥାପିତ ହୋଇଥିଲା । ଗତ ମାସ ଶାହାରୁଖ ଦିଲ୍ଲୀସ୍ଥିତ ମୀର ଫାଉଣ୍ଡେସନର ଏସିଡ ଆକ୍ରମଣର ପୀଡିତାଙ୍କ ସହ ଭେଟିବା ଥିଲେ ।


Share It

Comments are closed.