ପବଜୀ ଖେଳି ଜୀବନ ହାରିଲେ ଯୁବକ


ଟ୍ରେନରେ ଯାତ୍ରା କରୁଥିବା ସମୟରେ କାନରେ ହେଡ ଫୋନ ଲଗାଇ ମୋବାଇଲରେ ପବଜୀ ଗେମ ଖେଳୁଥିବା ଜଣେ ଯୁବକ ଏଥିରେ ଏତେ ମଜିଯାଇଥିଲେ ଯେ ସେ ପାଣି ବଦଳରେ ପାଖରେ ଥିବା କେମିକାଲ ପିଇ ଦେଇଛନ୍ତି । ୪୫ ମିନିଟ ପର୍ଯ୍ୟନ୍ତ ଉକ୍ତ ଯୁବକଙ୍କୁ କୌଣସି ପ୍ରାଥମିକ ଚିକିତ୍ସା ଯୋଗାଇ ନଦେବା ଫଳରେ ଟ୍ରେନ ଭିତରେ ହିଁ ମୃତ୍ୟୁ ଘଟିଥିବାବେଳେ ପରେ ଶବକୁ ଆଗ୍ରା ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା ।
ମିଳିଥିବା ସୂଚନା ମୁତାବକ ସେ, ସେ ଗ୍ୱାଲିୟରର ନିବାସୀ ହୋଇଥିବାବେଳେ ତାଙ୍କ ନାମ ହେଉଛି ସୌରଭ ଯାଦବ । ସେ ଜଣେ ଗହଣ ବ୍ୟବସାୟୀ ହୋଇଥିବାବେଳେ ଗହଣା ନେଇ ବ୍ୟବସାୟ କରିବା ସେ ତାଙ୍କ ସାଙ୍ଗ ସନ୍ତୋଷଙ୍କ ସହ ଆଗ୍ରା ଯାଇଥିଲେ ।
ତେବେ ନିଜ ସାଙ୍ଗ ସୌରଭର ଅପମୃତ୍ୟୁକୁ ନେଇ ସନ୍ତୋଷ କହିଛି ଯେ, ସେ ଉପରେ ସିଟରେ ବସିଥିବାବେଳେ ତଳ ସିଟରେ ସୌରଭ ବସି ଫୋନରେ ଗେମ ଖେଳୁ ଥିଲେ । ଏହା ପରେ ସୌରଭଙ୍କୁ ଶୋଷ ଲାଗିଥିଲା । ସେଥିପାଇଁ ସୌରଭ ନିଜ ବ୍ୟାଗରୁ ପାଣି ବୋତଲ କାଢିବା ବଦଳରେ ଖେଳରେ ଏତେ ମଜିଯାଇଥିଲେ ପାଣି ବୋତଲ ବଦଳରେ ଅଳଙ୍କାର ସଫା କରିବା ଏକ କେମିକାଲ ବୋତଲକୁ କାଢି ପାଣି ଭାବି ପିଇଦେଇଥିଲେ ।
ଏହା ପରେ ସେ ତୁରନ୍ତ ବଞ୍ଚାଓ ବଞ୍ଚାଓ କହି ଚିକ୍ରାର କରିଥିଲା । ଟ୍ରେନଟିରେ କୌଣସି ପ୍ରାଥମିକ ଚିକିତ୍ସା ନଥିବା ହେତୁ ତାଙ୍କର କିଛି ସମୟ ମଧ୍ୟ ମୃତ୍ୟୁ ଘଟିଥିଲା ।


Share It

Comments are closed.