ଭୁବନେଶ୍ୱରରେ ଭିଏଲସିସିର ନୂତନ ବିୟୁଟି ସେଣ୍ଟରର ଶୁଭାରମ୍ଭ


ଭୁବନେଶ୍ୱର: ଏକ ପ୍ରମୁଖ ଭାରତୀୟ ବିୟୁଟି ଆଣ୍ଡ ୱେଲନେସ୍ ବ୍ରାଣ୍ଡ ଭିଏଲସିସି, ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ଭୁବନେଶ୍ୱରରେ ଏହାର ୨ୟ ସେଣ୍ଟର୍ର ଶୁଭାରମ୍ଭ କରାଯାଇଛି । ଏଥିସହିତ ସହରରେ ଏହାର ପ୍ରଥମ ସେଣ୍ଟରକୁ ଅନ୍ୟ ଏକ ସ୍ଥାନରେ ବିଶାଳ ଆକାରରେ ପୁନଃସ୍ଥାପନ କରାଯାଇଛି । ଏହି ନୂତନ ସେଣ୍ଟର ଗୁଡିକ ଏବେ ଜନପଥ, ସହିଦନଗର ଓ କିଟ୍ କଲେଜ୍ ଛକ, ପଟିଆରେ ରହିଥିବାବେଳେ ଏଗୁଡିକୁ ଭିଏଲସିସି ଗ୍ରୁପ୍ର ପ୍ରତିଷ୍ଠାତା ଓ ସହ ଅଧ୍ୟକ୍ଷ ଶ୍ରୀମତି ବନ୍ଦନା ଲୁଥ୍ରା ଉଦ୍ଘାଟନ କରିଛନ୍ତି । ଭିଏଲସିସି ବର୍ତ୍ତମାନ ଓଡିଶାରେ ଏହାର ୭ଟି ୱେଲନେସ୍ ଓ ବିୟୁଟି ସେଣ୍ଟର ସହ ସୌନ୍ଦର୍ଯ୍ୟ ଓ ପୋଷଣ ପାଇଁ ୩ଟି କୌଶଳ ବିକାଶ ସଂସ୍ଥାର ପରିଚାଳନା କରୁଛି ।
ଉଭୟ ସେଣ୍ଟର ଷ୍ଟେଟ୍ ଅଫ୍ ଦି ଆର୍ଟ ଟେକ୍ନୋଲୋଜିର ବ୍ୟବହାର କରି ଓଜନ ପରିଚାଳନା ସମାଧାନ, ସ୍କିନ୍ ଓ ହେୟାର ଟ୍ରିଟମେଣ୍ଟ ସହ ଲେଜର୍ ଓ ଆଏସ୍ଥେଟିକ୍ ଡର୍ମାଟୋଲୋଜି ଟ୍ରିଟମେଣ୍ଟ ଆଦି ଲାଟେଷ୍ଟ ସୁବିଧା ଉପଲବ୍ଧ କରିବେ । ଭିଏଲସିସି ୱେଲନେସ୍ ଓ ବିୟୁଟି ସେବାର ବର୍ଦ୍ଧିତ ଚାହିଦା କାରଣରୁ ପ୍ରଥମ ସେଣ୍ଟରକୁ ଏକ ବିଶାଳ ସୁବିଧା ସହ ପୁନଃସ୍ଥାପନ କରିବାର ଆବଶ୍ୟକତା ସୃଷ୍ଟି ହୋଇଥିଲା । ଏବଂ ସମକାଳୀନ ଭାବେ ସହରରେ ଅନ୍ୟ ଏକ ୨ୟ ଫ୍ୟାସିଲିଟି ଖୋଲିବା ମଧ୍ୟ ଜରୁରୀ ଥିଲା ।
ଏହି ଉଦଘାଟନୀ ଅବସରରେ ଶ୍ରୀମତି ଲୁଥରା କହିଛନ୍ତିଯେ, ଆମେ ଭୁବନେଶ୍ୱରରେ ଆମର ଦୁଇଟି ନୂତନ ସେଣ୍ଟର ଖୋଲି ଖୁବ୍ ଖୁସି ଅନୁଭବ କରୁଛୁ । ଭୁବନେଶ୍ୱର ହେଉଛି ଏକ ସମୃଦ୍ଧଶୀଳ ରାଜଧାନୀ ଏବଂ ପୂର୍ବ ଭାରତର ସବୁଠାରୁ ଦ୍ରୁତ ବେଗରେ ଅଭିବୃଦ୍ଧି ହେଉଥିବା ସହର । ସହରର ବାସିନ୍ଦାଙ୍କୁ ଏକ ଗତିଶୀଳ ଓ ବ୍ୟସ୍ତତାପୂର୍ଣ୍ଣ ଜୀବନ ଶୈଳୀର ସାମ୍ନା କରୁଥିବା ଏହି ସହରର ବାସିନ୍ଦାଙ୍କ ପାଇଁ ଭିଏଲ୍ସିସି ଏହାର ନୂତନ ଓ ବୈଜ୍ଞାନିକ ପ୍ରଣାଳୀରେ ସ୍ୱୀକୃତିପ୍ରାପ୍ତ ୱେଲନେସ୍ ଓ ବିୟୁଟି ଟ୍ରିଟମେଣ୍ଟ ପ୍ରଦାନ କରି ଏକ ଉକ୍ତ କ୍ଷେତ୍ରରେଥିବା ଆବଶ୍ୟକତାକୁ ପୂରଣ କରିପାରିବ । ଏହି ନୂତନ ସେଣ୍ଟରଗୁଡିକୁ ସ୍ୱତନ୍ତ୍ର ଭାବେ ଜଣେ ସୂକ୍ଷ୍ମଦର୍ଶୀ ଗ୍ରାହକଙ୍କ ଉଚ୍ଚାଭିଳାସକୁ ଦୃଷ୍ଟିରେରଖି ପରିବେଶ, ସର୍ବୋତ୍ତମ ସେବା ମାନକ ଓ ପ୍ରଭାବିତ ଫଳାଫଳର ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଇ ଡିଜାଇନ୍ କରାଯାଇଛି ।


Share It

Comments are closed.