ଦୋଷୀଙ୍କୁ ଫାଶୀ ଦେବା ପରେ ସେହି ଦଉଡି ସହ କ’ଣ କରାଯାଏ, ଜାଣନ୍ତୁ


ବର୍ତ୍ତମାନ ସମାଜରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ପାଇଁ ସବୁ ମହଲରୁ ଦୋଷୀଙ୍କୁ ଫାଶୀ ଦଣ୍ଡ ହେଉ ବୋଲି ସ୍ୱର ଉଠୁଥିବାବେଳେ ବର୍ତ୍ତମାନ ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦେବାର ତାରିଖ ନିକଟତର ହେବାରେ ଲାଗିଛି । ମିଳିଥିବା ସୂଚନା ମୁତାବକ ସେମାନଙ୍କୁ ଆସ୍ତନା ୧୬ ତାରିଖରେ ଫାଶୀ ଦେବାର ସମ୍ଭାବନା ରହିଥିବାବେଳେ ଏହି ପ୍ରକ୍ରିୟା ପାଇଁ ସମସ୍ତ ପ୍ରୟାସ ଆରମ୍ଭ ମଧ୍ୟ ହୋଇଯାଇଛି । ଏଥିପାଇଁ ଉତ୍ତରପ୍ରଦେଶର ମେରଠରେ ରହୁଥିବା ଜହ୍ଲାଦକୁ ଫୋନରେ ସୂଚନା ଦିଆଯାଇଥିବାବେଳେ ଦୋଷୀଙ୍କ ପାଇଁ ପାଶୀର ଫନ୍ଦା ବର୍ତ୍ତମାନ ତିହାର ଜେଲକୁ ଆସି ସାରିଛି । ତେବେ ଏତଦବାଦ ଆପଣ ଜାଣିଛନ୍ତି କି, ଫାଶୀ ପରେ ସେହି ଦଉଡିକୁ କ’ଣ କରାଯାଏ ଯେଉଁଥିରେ ଦୋଷୀଙ୍କୁ ଲଟକା ଯାଇଥିଲା ।
ଭାରତୀରେ ଏହାକୁ ନେଇ ବହୁତ ପୁରୁଣା ଇତିହାସ ରହିଛି କାରଣ ରାଜ-ମହାରାଜଙ୍କ ସମୟ ଠାରୁ ଏହା ଚାଲି ଆସୁଛି । ଇଂରେଜମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ସମୟରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦେଇ ସହିଦ କରିଥିଲେ । ତେବେ ପୁରାତନ କାଳରୁ ଏହି ବିଶ୍ୱାସ ରହିଛି ଯେ, ଉକ୍ତ ଫାଶୀ ଦଉଡିକୁ ଘରେ ରଖିଲେ ଏହା ଶୁଭ ହୋଇଥାଏ । କେବଳ ଏତିକି ଏହା ଦ୍ୱାରା ମନୁଷ୍ୟର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇଥାଏ ଅନେକଙ୍କ ବିଶ୍ୱାସ ମଧ୍ୟ ରହିଛି । ଏହି ଦଉଡିରେ ଲକେଟ ଗଳାଇ ପିନ୍ଧା ଯାଇଥାଏ ।
ସେଥିପାଇଁ ସ୍ୱାଧୀନତା ପର ଭାରତରେ ଦୋଷୀଙ୍କୁ ଫାଶୀ ଦେବା ପରେ ସେହି ଦଉଡିକୁ କାଟି ପ୍ରଶାସନିକ ଅଧିକାରୀ ଏବଂ ଜେଲ କର୍ତ୍ତୁପକ୍ଷଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଥିବାବେଳେ ଆଉ କେତେକ ସମୟରେ ତାହା ଜହ୍ଲାଦ ନେଇ ମଧ୍ୟ ଯାଇଥିଲା । ଜହ୍ଲାଦ ଏହି ଦଉଡିକୁ ନେଇ ବଜାରରେ ମୋଟ ଅଙ୍କରେ ବିକ୍ରି କରିବାର ଅନେକ କଥା ମଧ୍ୟ ରହିଛି ।


Share It

Comments are closed.