ରଙ୍ଗ୍ ପକ୍ଷରୁ ଓଡ଼ିଶାରେ ଏହାର ପ୍ରଥମ ସ୍ୱତନ୍ତ୍ର ବ୍ରାଣ୍ଡ ଆଉଟଲେଟର ଶୁଭାରମ୍ଭ


ବ୍ରହ୍ମପୁର: ବିରାଟ କୋହଲିଙ୍କ ତତ୍ୱାବଧାନରେ ପ୍ରସ୍ତୁତ ପୁରୁଷ ପରିଧାନ ଫ୍ୟାସନବ୍ରାଣ୍ଡ, ରଙ୍ଗ୍ ଓଡିଶାରେ ଏହାର ପ୍ରଥମ ସ୍ୱତନ୍ତ୍ର ବ୍ରାଣ୍ଡ ଆଉଟଲେଟର ଶୁଭାରମ୍ଭ କରିଛି । ଉକ୍ତ ନୂଆ ଷ୍ଟୋରଟି ବ୍ରହ୍ମପୁରସ୍ଥିତ ଅର୍ବାନ ବ୍ୟାଙ୍କ ରୋଡ଼ ଠାରେ ୭୦୦ ବର୍ଗଫୁଟ ପରିବ୍ୟାପ୍ତ ଅଞ୍ଚଳରେ ଅବସ୍ଥାପିତ । ଏହି ଷ୍ଟୋର ସହ ରଙ୍ଗ୍ର ସାରା ଦେଶରେ ୨୪ଟି ବ୍ରାଣ୍ଡ ଆଉଟଲେଟ୍ ସଂଖ୍ୟା ୨୪ରେ ପହଁଞ୍ଚିଛି । ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ, ଅର୍ଚ୍ଚିତା ସାହୁଙ୍କ ଦ୍ୱାରା ଓଡ଼ିଶାରେ ଉକ୍ତ ବ୍ରାଣ୍ଡର ଶୁଭାରମ୍ଭ କରାଯାଇଛି । ଆକର୍ଷଣୀୟ ଡିଜାଇନ ଏବଂ ଆକର୍ଷଣୀୟ ଷ୍ଟାଇଲ ସହ ଷ୍ଟୋରଟି ଏକ ସମ୍ପୂର୍ଣ୍ଣ ନୂତନ ପ୍ରକାରର ଅତ୍ୟାଧୁନିକ ପୁରୁଷ ପରିଧାନ କଲେକ୍ସନ ଆଣିଛି । ଏହି ଡିଜାଇନ ଗୁଡ଼ିକ ମଧ୍ୟରେ ରହିଛି ଟି ସାର୍ଟ, ସାର୍ଟସ, ଚିନୋଜ୍, ସ୍ଲିମ-ଫିଟ ଟ୍ରାଉଜର୍ସ ଏବଂ କାଜୁଆଲ ଜ୍ୟାକେଟସ ଯାହାକୁକି କାଜୁଆଲ ଏବଂ ସେମି ଫର୍ମାଲ ଭଳି ଅବସରରେ ପିନ୍ଧାଯାଇପାରିବ ।
ୟୁଏସପିଏଲର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅଞ୍ଜନା ରେଡ୍ଡୀ କହିଛନ୍ତି ଯେ, “ଗତ କିଛି ବର୍ଷ ଭିତରେ ରଙ୍ଗ୍, ଏକ ଯୁବା ଫ୍ୟାସନ ବ୍ରାଣ୍ଡ ଭାବରେ ଅସାଧାରଣ ଭାବେ ଉଭା ହୋଇଛି । ଆମ୍ଭେମାନେ ସମ୍ପୁର୍ଣ୍ଣ ଦେଶରେ ବ୍ରାଣ୍ଡ ଆଉଟଲେଟର ସମ୍ପ୍ରସାରଣ କରିବାକୁ ଯୋଜନା କରିଛୁ । ଆମ୍ଭେମାନେ ଓଡ଼ିଶା ବଜାରର ଗୁରୁତ୍ୱ ଏବଂ ଦକ୍ଷତାକୁ ବୁଝିପାରିଛୁ ଏବଂ ଚିହ୍ନିପାରିଛୁ ଯାହାକି ବ୍ରହ୍ମପୁର ଠାରେ ଏକ ସ୍ୱତନ୍ତ୍ର ସୋରୁମର ଶୁଭାରମ୍ଭ ପାଇଁ ଆମକୁ ଉତ୍ସାହିତ କରିଛି । ଆମେ ଆଗାମୀ ତିନି ବର୍ଷ ମଧ୍ୟରେ ଦେଶରେ ୨୦୦ଟି ସ୍ୱତନ୍ତ୍ର ବ୍ରାଣ୍ଡ ଆଉଟଲେଟ ଖୋଲିବାକୁ ଲକ୍ଷ୍ୟ ରଖିଛୁ ।”
ଏହି ଶୁଭାରମ୍ଭ ସମ୍ପର୍କରେ ବିରାଟ କୋହଲି କହିଛନ୍ତି, “ରଙ୍ଗ୍ ର ସଫଳତାରେ ମୁଁ ବହୁତ ଗର୍ବିତ ଏବଂ ସ୍ୱତନ୍ତ୍ର ଆଉଟଲେଟ ଫର୍ମାଟ ପାଇଁ ଆମ୍ଭେମାନେ ଅନେକ ଆଗ୍ରହ ଦେଖି ଆସୁଛୁ । ଅନ୍ୟ ରାଜ୍ୟ ଗୁଡ଼ିକରେ ମିଳିଥିବା ପ୍ରତିକ୍ରିୟା ପରି ଓଡ଼ିଶାରେ ମଧ୍ୟ ଉକ୍ତ ବ୍ରାଣ୍ଡକୁ ଅନେକ ସୁପ୍ରତିକ୍ରିୟା ମିଳିବବୋଲି ମୁଁ ଆଶାବାଦୀ ।”

ଯୁବକ ମାନଙ୍କ ପାଇଁ ଆଇକନ, ବିରାଟ କୋହଲି ଏବଂ ଲେବଲସ ଡିଜାଇନ ଟିମ୍ ସହ ମିଶି ଏହି ପରୁଷ ପରିଧାନ କଲେକ୍ସନ ଡିଜାଇନ ସଂମ୍ପର୍କରେ ଧାରଣା ପ୍ରଦାନ କରିଛନ୍ତି । ଉକ୍ତ ବ୍ରାଣ୍ଡ ରଙ୍ଗ୍ ବିରାଟ କୋହଲିଙ୍କର ବିସ୍ତୃତ ବ୍ୟକ୍ତିଗତ ଷ୍ଟାଇଲ ଏବଂ ପ୍ୟାସନ୍ ସେନ୍ସକୁ ପରିପ୍ରକାଶ କରୁଛି । ଷ୍ଟୋରର ଶୁଭାରମ୍ଭ ଅବସରରେ ବ୍ରାଣ୍ଡଟି ୩,୫୦୦ ଟଙ୍କାର କ୍ରୟ ଉପରେ ସ୍ପିକର, ସୁନାମୁଦ୍ରା, ହାତଘଣ୍ଟା, ସ୍ମାର୍ଟଫୋନ ଭଳି ଅନେକ ଆକର୍ଷଣୀୟ ଊପହାରମାନ ପ୍ରଦାନ କରୁଛି ।
୨୦୧୪ରେ ଶୁଭାରମ୍ଭ ହୋଇଥିବା ରଙ୍ଗ୍, ଆଜି ଦେଶରେ ସବୁଠାରୁ ଅଧିକ ବେଗରେ ବଢ଼ୁଥିବା କାଜୁଆଲ ମେନସ୍ ଓୟାର ବ୍ରାଣ୍ଡ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି । ପ୍ରଥମରୁ ଉକ୍ତ ବ୍ରାଣ୍ଡ ସପରର୍ସ ଷ୍ଟପ୍ ଆଉଟଲେଟରେ ଉପଲବ୍ଧ ହେଉଥିବାବେଳେ ବର୍ତ୍ତମାନ ଏହା ଜବଙ୍ଗ ଓ ମିନ୍ତ୍ରା ଭଳି ଫ୍ୟାସନ ପୋର୍ଟାଲ ଗୁଡ଼ିକରେ ମଧ୍ୟ ଉପଲବ୍ଧ । ବର୍ତ୍ତମାନ ସମୟରେ ବ୍ରାଣ୍ଡଟି ଦେଶରେ ସ୍ୱତନ୍ତ୍ର ବ୍ରାଣ୍ଡ ଆଉଟଲେଟର ପଦାର୍ପଣ ସହ ଏକ ଓମନି-ଚ୍ୟାନେଲ ଋଣ କୌଶଳକୁ ଅନୁସରଣ କରୁଛି । ବ୍ରାଣ୍ଡର ପ୍ରଥମ ସ୍ୱତନ୍ତ୍ର ଆଉଟଲେଟ ହାଇଦ୍ରାବାଦରେ ଖୋଲାଯାଇଥିଲା ।


Share It

Comments are closed.