କ୍ରିକେଟରୁ ସନ୍ୟାସ ନେଲେ ‘ଆମିର’


ପାକିସ୍ତାନର ଦ୍ରୁତ ବୋଲର ‘ମହମ୍ମଦ ଆମିର’ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଛନ୍ତି । ଆମିର ଆନ୍ତର୍ଜାତିକ କ୍ରିକେଟରେ ନିଜ କ୍ୟାରିୟର ଆରମ୍ଭ ଶ୍ରୀଲଙ୍କା ବିପକ୍ଷରେ କରିଥିବାବେଳେ ସେ ୩୬ଟି ଟେଷ୍ଟ ଖେଳି ୧୧୯ଟି ୱିକେଟ ମଧ୍ୟ ସଂଗ୍ରହ କରିଛନ୍ତି ।
ସେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ଟେଷ୍ଟ ମ୍ୟାଚ ଖେଳିଥିଲେ । ପ୍ରକାଶ ଥାଉକି, ୨୦୧୦ରେ ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଛନ୍ଦି ହୋଇ ସେ ୫ ବର୍ଷ ପାଇଁ ବ୍ୟାନ ହୋଇଥିବାବେଳେ ୨୦୧୬ରେ ସେ ପୁଣି ଥରେ ଟେଷ୍ଟ ସିରିଜ ଜରୀଆରେ ଦଳକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିଲେ ।
ନିଜର ସନ୍ୟାସ ସଂପର୍କରେ ମତ ଦେଇ ଅମିର କହିଛନ୍ତି ଯେ, “କ୍ରିକେଟର ସବୁଠାରୁ ବଡ ଫର୍ମାଟରେ ପାକିସ୍ତାନ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର କଥା ଏବଂ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବାର ନିଷ୍ପତି ଏଥିପାଇଁ ନେଲି ଯେ, ଯେପରି ଲିମିଟେଡ ଓଭର କ୍ରିକେଟରେ ମୋ ଧ୍ୟାନ ଆହୁରୀ କେନ୍ଦ୍ରିତ କରିପାରିବି ।”


ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ପାକିସ୍ତାନ ପାଇଁ ଖେଳିବା ମୋ ଶେଷ ଉଦେଶ୍ୟ ଥିଲା । ଏବଂ ମୁଁ ୨୦୨୦ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ସମତେ ଦଳର ଆଗାମୀ ମ୍ୟାଚରେ ଫିଟ ରହିବା ପାଇଁ ନିଜ ଶରୀରେ ଉପରେ ବେଶ ଗୁରୁତ୍ୱ ଦେବି । ମୋ ପାଇଁ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବାର ନିଷ୍ପତି ଏତେ ସହଜ ନଥିଲା ।”


Share It

Comments are closed.