ପୁଣିଥରେ ‘ମିଗ ୨୧’ ଯୁଦ୍ଧ ବିମାନ ଉଡାଇବା ଆରମ୍ଭ କଲେ ଅଭିନନ୍ଦନ


ଚଳିତ ବର୍ଷ ଫେବୃଆରୀରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ମାରି ଗଳାଇବା ପରେ ପାକିସ୍ତାନ ସେନାଙ୍କ ଦ୍ୱାରା ବନ୍ଦୀ ହୋଇଥିବା ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପୁଣିଥରେ ‘ମିଗ ୨୧’ ବିମାନ ଚଳାଇବା ଆରମ୍ଭ କରିଦେଇଛନ୍ତି । ଅଭିନନ୍ଦନ ଦୀର୍ଘ ୬ ମାସ ପରେ ପୁଣି ଥରେ ଏହି ଯୁଦ୍ଧ ବିମାନ ଉଡାଇବା ଆରମ୍ଭ କରିଦେଇଛନ୍ତି । ବାୟୁ ସେନାର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, “ଅଭିନନ୍ଦନ ବର୍ତ୍ତମାନ ଯୁଦ୍ଧ ବିମାନ ଉଡାଇବା ଆରମ୍ଭ କରିଦେଇଛନ୍ତି । ସେ ବର୍ତ୍ତମାନ ରାଜସ୍ଥାନସ୍ଥିତ ଭାରତୀୟ ବାୟୁ ସେନା କ୍ୟାମ୍ପରେ ଯୋଗ ଦେଇଛନ୍ତି ।” ପ୍ରକାଶ ଥାଉକି, ୩୬ ବର୍ଷିୟ ଏହି ପାଇଲଟ ପାକିସ୍ତାନ ବିମାନ ସହିତ ଆକାଶପଥରେ ହୋଇଥିବା ସଂଘର୍ଷରେ ନିଜ ‘ମିଗ ୨୧’ ବିମାନ ଦ୍ୱାରା ପାକିସ୍ତାନର ଅତ୍ୟାଧୁନିକ ଏଫ-୧୬କୁ ମାରି ଗଳାଇଦେଇଥିଲେ । ଏହା ପରେ ଅଭନନ୍ଦନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଗଳି ପଡିବା ପୂର୍ବରୁ ସେ ପ୍ୟାରାସୁଟ ଯୋଗେ ସୁରକ୍ଷିତ ଭାବେ ତା’ ମଧ୍ୟରୁ ବାହାରିଆସିଥିଲେ କିନ୍ତୁ ସେ ଭୁଲ ବଶତଃ ଭାରତ ସୀମା ପରିବର୍ତ୍ତେ ପାକିସ୍ତାନ ସୀମାରେ ଓହ୍ଲାଇ ପଡିଥିଲେ । ଯାହା ଦ୍ୱାରା ତାଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରିନେଇଥିଲେ ।


Share It

Comments are closed.