ମୋଦିଙ୍କ ସମର୍ଥନରେ ବାହାରିଲେ ବରିଷ୍ଠ କଂଗ୍ରେସ ନେତା ‘ଅଭିଷେକ ମନୁ’


ଦିନକୁ ଦିନ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି । କେତେବେଳେ ଦଳ ଭିତରୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ସ୍ୱର ଉଠୁଛି ତ ଆଉ କେତେବେଳେ ମୋଦିଙ୍କୁ କଟୁ ସମାଲୋଚନା କରିିବାକୁ ମଧ୍ୟ ପଛଉନାହାନ୍ତି ଦଳୀୟ ନେତା । ତେବେ ଦଳରେ ପୁଣିଥରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବରିଷ୍ଠ କଂଗ୍ରେସ ନେତା ତଥା ସୁପ୍ରିମ କୋର୍ଟର ଆଇନଜୀବୀ ଅଭିଷେକ ମନୁ ସିଙ୍ଗୱି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରି ଏକ ଟ୍ୱିଟ ସେୟାର କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କୁ ସର୍ବଦା ସମାଲୋଚନା କରିବା ଠିକ ନୁହେଁ । ବ୍ୟକ୍ତିଙ୍କ ଆଧାରରେ ନୁହେଁ ବରଂ କାମ କରିବାର ଶୈଳୀ ଅନୁଯାୟୀ ତାଙ୍କ ସଂପର୍କରେ ଟିପ୍ପଣୀ ଦେବା ଉଚିତ । ”

ସିଙ୍ଘୱିଙ୍କ ଅନୁଯାୟୀ, “ମୋ ମତରେ ମୋଦିଙ୍କୁ ସର୍ବଦା ଖଳନାୟକ ରୂପେ ବିବେଚନା କରିବା ଠିକ ନୁହେଁ । ସେ ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି । ବିରୋଧୀମାନେ ସବୁବେଳେ ତାଙ୍କୁ ବିରୋଧ କରିବାର ରାସ୍ତା ଆପଣାଉଛନ୍ତି । ଏହା ଦ୍ୱାରା ଶତପ୍ରତିଶତ ପ୍ରଧାନମନ୍ତ୍ରୀଙ୍କୁ ଫାଇଦା ମିଳୁଛି । ”


Share It

Comments are closed.