ଆରପାରିରେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ‘ଅରୁଣ ଜେଟଲୀ’


ଆଜି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତ୍ତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ଆଜି ଅପରାହ୍ନ ୧୨.୦୭ରେ ତାଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କର ୬୬ ବର୍ଷ ହୋଇଥିଲା । ଜଟଲୀ ବର୍ତ୍ତମାନ ରାଜ୍ୟସଭାର ସଦସ୍ୟ ଥିବାବେଳେ ଦୀର୍ଘଦିନ ହେବ ସେ ଗୁରୁତର ରୋଗରେ ପୀଡିତ ଥିବା ହେତୁ ଚଳିତ ଥର ସାଧାରଣ ନିର୍ବାଚନରେ ସେ ଆଉ ପ୍ରତିଦ୍ୱନ୍ଧିତା କରିନଥିଲେ । ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିବା ଅରୁଣ ପ୍ରଥମରୁ ହିଁ ଭ୍ରଷ୍ଟାଚାର ବୋରଧି ଅଟନ୍ତି । ସେ ଜଣେ ବାସ୍ତବବାଦୀ ଏବଂ ଭ୍ରଷ୍ଟାଚାର ବିରୋଧୀ ନେତାଥିବାବେଳେ ଅର୍ଥ, ସୂଚନା ଏବଂ ପ୍ରସାରଣ, କର୍ପୋରେଟ ଆଫାୟର, ଆଇନ ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଖୁବ ସୁଚାର ରୂପେ ତୁଲାଇ ସାରିଛନ୍ତି । ପିତାଙ୍କ ନାମ କିଷାନ ଜେଟଲୀ ଏବଂ ମାତାଙ୍କ ନାମ ରତନ ପ୍ରଭା ଜେଟଲୀ ଥିବାବେଳେ ସେ ୧୯୫୨ ଡିସେମ୍ବର ୨୮ ନୂଆ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରିଥିଲେ ।


Share It

Comments are closed.