ଜାଣନ୍ତୁ ଘରେ ଶନିଦେବଙ୍କ ପୂଜା କରିବା କାହିଁକି ବର୍ଜନୀୟ


ହିନ୍ଦୁ ଧର୍ମରେ ନିୟମିତ ରୂପେ ପୂଜାପାଠ କରିବାର ବିଶେଷ ବିଧାନ ରହିଛି । ଭଗବାନଙ୍କ ପୂଜା କରିବା ଦ୍ୱାରା ମନରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଏଥିପାଇଁ ଲୋକମାନେ ନିୟମିତ ସକାଳେ ଏବଂ ସଂନ୍ଧ୍ୟାରେ ନିଜ ନିଜ ଘରେ ଅନେକ ଦେବାଦେବୀଙ୍କ ମୂର୍ତ୍ତି ରଖି ପୂଜାପାଠ କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ ଅନେକ ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଛବିକୁ ଘରେ ରଖି ପୂଜା କରିବା ବର୍ଜନୀୟ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶନିଦେବ । \nଶାସ୍ତ୍ର ଅନୁଯାୟୀ ଶନିଦେବଙ୍କ ମୂର୍ତ୍ତିକୁ ଘରର ମନ୍ଦିରରେ ରଖିବା ଠିକ ନୁହେଁ ବରଂ ତାଙ୍କର ମୁର୍ତ୍ତିକୁ ଘରର ବାହାରେ କୌଣସି ମନ୍ଦିରରେ ସ୍ଥାପନ କରି ପୂଜାପାଠ କରିବାର ବିଧାନ ଉଲ୍ଲେଖ ରହିଛି । ମାନ୍ୟତା ରହିଛି ଯେ ଶନିଦେବଙ୍କୁ ଶ୍ରାପ ମିଳିଛି ଯେ ସେ ଯାହାକୁ ବି ଦେଖିବେ ତାହାର ଅନିଷ୍ଟ ହେବ । ଏଣୁ ଶନିଦେବଙ୍କ ଦୃଷ୍ଟିରୁ ବଞ୍ଚିବା ପାଇଁ ଘରେ ତାଙ୍କର ମୂର୍ତ୍ତି ରଖିବା କିମ୍ବା ଫଟୋ ଲଗାଇବା ଉଚିତ ନୁହେଁ । ଏହା ବ୍ୟତୀତ ଯଦି ଆପଣ ମନ୍ଦିରକୁ ଶନିଦେବଙ୍କ ଦର୍ଶନ କରିବା ପାଇଁ ଯାଆନ୍ତି ତେବେ ତାଙ୍କର ଚରଣ ଆଡ଼କୁ ଦେଖନ୍ତୁ ନାକି ତାଙ୍କର ଆଖିକୁ ସିଧାସଳଖ ଭାବେ ଅନାଇ ଦର୍ଶନ କରନ୍ତୁ । ଏମିତିରେ ଯଦି ଆପଣ ଘରେ ଶନିଦେବଙ୍କ ପୂଜା କରିବା ପାଇଁ ଚାହୁଁଛନ୍ତି ତେବେ ମନରେ ତାଙ୍କୁ ସ୍ମରଣ କରନ୍ତୁ । ଏହା ସହ ସନିବାର ଦିନ ହନୁମାନଙ୍କ ପୂଜା ମଧ୍ୟ କରନ୍ତୁ ଏବଂ ଶନିଦେବଙ୍କୁ ସ୍ମରଣ କରନ୍ତୁ । ଏପରି କରିବା ଦ୍ୱାରା ମଧ୍ୟ ଶନିଦେବ ପ୍ରସନ୍ନ ରହିଥାନ୍ତି । ଏହା ବ୍ୟତୀତ ଘରେ ରାହୁ-କେତୁ, ନଟରାଜ ଏବଂ ଭୈରବଙ୍କ ମୂର୍ତ୍ତି ମଧ୍ୟ ରଖିବା ଉଚିତ ନୁହେଁ । \n


Share It

Comments are closed.