ଭୁବନେଶ୍ୱରବାସୀଙ୍କୁ ମତୁଆଲା କଲା ‘କୋରିଆ କାରାଭାନ’


ଭୁବନେଶ୍ୱର, ୨୩ ସେପ୍ଟେମ୍ବର,୨୦୧୯ : ମନ୍ଦିର ମାଳିନୀ ସହର ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ ଆଜି କୋରିଆ କାରଭାନର ଦମଦାର ପରଫରମାନ୍ସର ଆୟୋଜିତ ହୋଇଯାଇଛି । ‘କୋରିଆ କାରଭାନ’, ଏକ କାର୍ଯ୍ୟକ୍ରମ ଯାହାକି କୋରିଆ ଗଣତନ୍ତ୍ରର ରାଷ୍ଟ୍ରଦୂତଙ୍କ ଦ୍ୱାରା ପ୍ରତିବର୍ଷ ଭାରତର ଦୁଇଟି କିମ୍ବା ତିନୋଟି ରାଜ୍ୟରେ ସେଠାର ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗରେ ଆୟୋଜିତ ହୋଇଥାଏ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି କୋରିଆ ଏବଂ ରାଜ୍ୟ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ବିକଶିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ଲାଭକାରୀ ସହଯୋଗ ସମେତ କୋରିଆ ନିବେଶ ଏବଂ ବାଣିଜ୍ୟ ତଥା ଅନ୍ୟାନ୍ୟ ସାଂସ୍କୃତିକ ବିନିଯୋଗ ଗୁଡ଼ିକର ଅନୁସନ୍ଧାନ କରିବା ।କୋରିଆ ସଂସ୍କୃତିର ଏକ ଝଲକ ପାଇଁ ଏଠାରେ ବିଶ୍ୱ ବିଖ୍ୟାତ କୋରିଆ ଟାଏକୋଣ୍ଡା ସଂଗଠନ ତରଫରୁ ଏକ ଦମଦାର ଟାଏକୋଣ୍ଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହାବାଦ ଓଡ଼ିଆ ଯୁବକଙ୍କ ଦ୍ୱାରା ଏକ କେ-ପପ ପରଫରମାନ୍ସ ମଧ୍ୟ କରା ଯାଇଛି ।

ଚଳିତ ବର୍ଷ ଓଡ଼ିଶାର ଭୁବନେଶ୍ୱର ଠାରେ କୋରିଆ କାରାଭାନ ଆୟୋଜନ କରି ଏହାର ଦୁତାବାସ ଅତ୍ୟନ୍ତ ଗୌରବାନ୍ୱିତ । ଏହି ଅବସରରରେ କୋରିଆର ଉଦ୍ୟୋଗୀ, କୁଟନୀତିଜ୍ଞଙ୍କ ଏବଂ କୋରିଆ ଗଣତନ୍ତ୍ରର ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ଭାରତକୁ ଆସିଥିବା ଟାଏକୋଣ୍ଡା ପ୍ରଦର୍ଶନକାରୀ ଆଦି ୪୬ ସଦସ୍ୟ ଙ୍କୁ ନେଇ ଗଠିତ ଏହି ଉଚ୍ଚ ଶ୍ରେଣୀର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ରାଷ୍ଟ୍ରଦୂତ ସିନ ବଙ୍ଗକିଲ ରାଜ୍ୟ ସରକାରଙ୍କ ସହଯୋଗୀତା ବୃଦ୍ଧିର ମହତ୍ୱ ବିଷୟରେ କହିଛନ୍ତି, “ଜାତି, ଭାଷା, ସମ୍ପ୍ରଦାୟ ଆଦିରେ ବିଭିଧତା ସହିତ ଭାରତର ୨୮ଟି ରାଜ୍ୟ ୨୮ଟି ଦେଶ ଭଳି ମନେହୁଅନ୍ତି । ମୁଁ ବିଶ୍ୱାସ କରେ ଯେ ରାଜ୍ୟ ସରକାରଙ୍କ ସହ ବିନିମୟ ଏବଂ ସହଯୋଗ, କୋରିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।”

ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନର ଗୁରୁତ୍ୱ ସମ୍ପର୍କରେ ରାଷ୍ଟ୍ରଦୂତ କହିଛନ୍ତି, “ବିଭିନ୍ନ କ୍ଷେତ୍ରରେ କୋରିଆ ସହ ସମ୍ପର୍କ ସ୍ଥାପନ ପାଇଁ ଓଡ଼ିଶାର ପ୍ରଚୁର ସାମର୍ଥ୍ୟ ରହିଛି । ଓଡ଼ିଶାରେ ପ୍ରାକୃତିକ ସମ୍ବଳ ବହୁତ ମାତ୍ରାରେ ରହିଛି । ଏହାର ମୋଟୋ ‘ଇଣ୍ଡିଆଜ ବେଷ୍ଟ କେପ୍ଟ ସିକ୍ରେଟ’ ଭଳି , କିନ୍ତୁ କୋରିଆ ପ୍ରଥମ ଦେଶ ଭାବରେ ଏହାକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ଚାହୁଁଛି । ପ୍ରାକୃତିକ ସମ୍ପଦ ଗୁଡ଼ିକ କ୍ଷେତ୍ରରେ ରାଜ୍ୟର ଅନ୍ତର୍ନିହୀତ ସାମର୍ଥ୍ୟକୁ ଜାଣିପାରି କୋରିଆର ଷ୍ଟିଲ ଜାଏଣ୍ଟ ପୋସ୍କୋ ୨୦୦୫ରେ ରାଜ୍ୟରେ ଏକ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ୧୨ ବିଲିୟନ ଡଲାରର ନିବେଶର ପ୍ରତିଶ୍ରୁତି ଦେଇଥିଲା । କୋରିଆ କମ୍ପାନୀ ଦ୍ୱାରା ବିଦେଶରେ କରା ଯାଇଥିବା ଏହା କେବଳ ସର୍ବ ବୃହତ ନିବେଶ ନଥିଲା କିନ୍ତୁ ଭାରତରେ ବିନିଯୋଗ କରାଯାଇଥିବା ସବୁଠାରୁ ବୃହତ ବୈଦେଶିକ ନିବେଶ ଥିଲା ।

ଯେହେତୁ ପୋସ୍କୋର ଏହି ବୃହତ ନିବେଶ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲା ଏବଂ ପରିଶେଷରେ ବାସ୍ତବରେ ପରିଣତ ହୋଇପାରି ନଥିଲା । ମୁଁ ବୁଝି ପାରୁଛି ଯେ ଏହି ପୋସ୍କୋ ଅନୁଭୂତିରୁ ଆମେ ଉଭୟ ଶିଖିଛୁ ଏବଂ ବର୍ତ୍ତମାନ ଏକ ନୂତନ ପ୍ରାରମ୍ଭ ସହ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ।”ଏହି ଅବସରରେ ରାଷ୍ଟ୍ରଦୂତ ସିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ସାକ୍ଷାତ କରିଥିଲେ । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ, ସରାକାରୀ ନୀତି ନୀୟମ ଏବଂ ବାଣିଜ୍ୟିକ ସୁଯୋଗ ଗୁଡ଼ିକ ବିଷୟରେ ଅଧିକ ଜ୍ଞାନ ଆହରଣ ପାଇଁ କୋରିଆର ୧୪ଜଣ ଉଦ୍ୟୋଗୀଙ୍କ ସମେତ ସାମସଙ୍ଗ, ହୁଣ୍ଡାଇ, କିଆ ଏବଂ ଏଲଜିର ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ରାଜ୍ୟର ପ୍ରସ୍ଫୁଟିତ ବାଣିଜ୍ୟ ଏବଂ ସାସ୍କୃତିକ ପ୍ରଚୁରତାକୁ ଅନୁଭୂତି କରିବା ପାଇଁ ଏହି ଭ୍ରମଣକାରୀ ପ୍ରତିନିଧି ଦଳ ରାଜ୍ୟରେ ଥିବା ବାଣିଜ୍ୟିକ ଏବଂ ସାଂସ୍କୃତିକ ସ୍ଥଳ ଗୁଡ଼ିକର ପରିଦର୍ଶନ ମଧ୍ୟ କରିଥିଲେ ।


Share It

Comments are closed.