ରାନୁଙ୍କୁ ବଙ୍ଗଳା ଉପହାର ଦେଇଥିବା ଖବରକୁ ନେଇ ପ୍ରଥମଥର ପାଇଁ ପ୍ରତିକ୍ରିୟା ଦେଲେ ସଲମାନ


ସୋସିଆଲ ମିଡିଆ ଦ୍ୱାରା ଲୋକପ୍ରସିଦ୍ଧି ହାସଲ କରି ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କୁ ଆଜି କିଏ ବା ନ ଜାଣିଛି । ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁଙ୍କୁ ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେଶମିୟା ତାଙ୍କର ଆଗାମୀ ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିବାବେଳେ ରାନୁ, ହିମେଶଙ୍କ ଫିଲ୍ମ ‘ହାପି ହାର୍ଡି ଏବଂ ହୀର’ ପାଇଁ କେତେକ ସଙ୍ଗୀତ ମଧ୍ୟ ଗାଇଛନ୍ତି । ତେବେ ଏହି ମଧ୍ୟରେ ସଲମାନ, ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଉପହାର ଦେଇଥିବାର ଏକ ଗୁଜ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଥିଲା ।ସୋସିଆଲ ମିଡିଆରେ ପ୍ରସାରିତ ଏହି ମିଥ୍ୟା ଖବରକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସଲମାନ । ସାମ୍ବାଦିକମାନଙ୍କ ଦ୍ୱାରା ସଲମାନଙ୍କୁ ଏହି ସଂପର୍କରେ ପ୍ରଶ୍ନ କରାଯିବା ପରେ ସେ କହିଥିଲେ ଯେ, “ଏହି ଖବରଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ମୁଁ ବି ଏହି ଖବର ଶୁଣିଛି କିନ୍ତୁ ମୁଁ ଯେତେବେଳେ ଏଭଳି କିଛି କରି ନାହିଁ ତେବେ ମୁଁ ଏହି ଘଟଣା କ୍ରେଡିଟ କାହିଁକି ନେବି । ମୁଁ ଏଭଳି କିଛି ବି କରି ନାହିଁ ।”ପ୍ରକାଶ ଥାଉକି, ଏହା ପୂର୍ବରୁ ରାନୁ ମଧ୍ୟ ଏହି ସଂକ୍ରାନ୍ତରେ ନିଜ ପ୍ରତିକ୍ରିୟା ରଖିସାରିଛନ୍ତି । ସେ କହିଛନ୍ତି ଯେ, “ସଲମାନ ମୋତେ କୌଣସି ବଙ୍ଗଳା ଉପହାର ଦେଇ ନାହାନ୍ତି । ଯଦି ସେ ମୋତେ ଉପହାର ଦେଇଥାନ୍ତେ ତେବେ ସେ ସମସ୍ତଙ୍କ ସାମନାରେ ମୋତେ ଆଣିଥାନ୍ତେ ଏବଂ ଘୋଷଣା କରିଥାନ୍ତେ ”


Share It

Comments are closed.