ପ୍ରଧାନମନ୍ତ୍ରୀ ସବୁ ପିନ୍ଧନ୍ତି କିନ୍ତୁ ମୁସଲିମ ଟୋପି କାହିଁକି ପିନ୍ଧନ୍ତି ନାହିଁ : ଶଶୀ ଥରୁର

Share It

କଂଗ୍ରେସ ସାଂସଦ ଶଶୀ ଥରୁର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜ ମୁଣ୍ଡରେ ଅନେକ ଭଳିକି ଭଳି ଟୋପି ଏବଂ ପଗଢି ପନ୍ଧୁଥିବାବେଳେ ମୁସଲିମ ଟୋପି କାହିଁକି ପିନ୍ଧୁନାହାନ୍ତି ବୋଲି ସାଂସଦ ଶଶୀ ଥରୁରୁ ପ୍ରଶ୍ନ କରିଥିଲେ । ଏହା ସହ ସେ ପିଏମ ମୋଦିଙ୍କୁ ମଧ୍ୟ ଏହି ପ୍ରଶ୍ନର ଉତ୍ତର ରଖିବା ପାଇଁ ମଧ୍ୟ କହିଛନ୍ତି । ତିରୁବନ୍ତପୁରମରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେ ଏହି ପ୍ରଶ୍ନ ପିଏମ ମୋଦିଙ୍କୁ ପଚାରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଳିକିଭଳି ପୋଷାକ ଏବଂ ପଗଢି ପିନ୍ଧିବାର ତ ଆପଣମାନେ ପ୍ରାୟ ଦେଖୁଥିବେ କିନ୍ତୁ ଆପଣମାନେ କେବେ ପିଏମଙ୍କୁ ମୁସଲିମ ବେଶ ପୋଷାକ ପିନ୍ଧିବାର ଦେଖିଛନ୍ତି କି ? । ଶଶୀ ଏହା ମଧ୍ୟ ପ୍ରଶ୍ନ କରିଥିଲେ ପିଏମ କାହିଁକି ସବୁଜ ରଙ୍ଗ ପିନ୍ଧନ୍ତି ନାହିଁ । ଗତ ମାସରେ ଝାରଖଣ୍ଡର ପାକୁଢ ଅଞ୍ଚଳରେ କିପରି ସ୍ୱାମୀ ଅଗ୍ନିୱେଶଙ୍କ ଉପରେ ବିଜେପି ଗୁଣ୍ଡାମାନେ ଆକ୍ରମଣ କରିଥିଲେ ଏହା ଉପରେ ମଧ୍ୟ ଶଶୀ ପ୍ରତିକ୍ରିୟା ରଖଛନ୍ତି । ଶଶୀ ନିଜ ପ୍ରତିକ୍ରିୟାରେ ଏହା ବି କହିଛନ୍ତି ଯେ, ଯଦି ବର୍ତ୍ତମାନ ସ୍ୱାମୀ ବିବେକାନନ୍ଦ ଜୀବିତ ଥାନ୍ତେ ତେବେ ସେ ମଧ୍ୟ ଏହି ଗୁଣ୍ଡ ମାନଙ୍କ ଟାର୍ଗେଟରେ ଥାନ୍ତେ ଏବଂ ଗୁଣ୍ଡମାନେ ସ୍ୱାମୀଙ୍କର ମୁହଁରେ କାଳି ବୋଳିବା ପାଇଁ ଇଞ୍ଜିନ ତେଲର ବ୍ୟବହାର କରିବା ସହ ତାଙ୍କୁ ତଳେ ପକାଇ ଗୋଇଠା ମରିଥାନ୍ତେ ।
ପ୍ରକାଶ ଥାଉକି ତିରୁବନ୍ତପୁରମରେ ଆୟୋଜିତ ଏହି ସଭାରେ ସ୍ୱାମୀ ଅଗ୍ନିୱେଶ ମଧ୍ୟ ଉପସ୍ଥିତ ଥିଲେ । ପିଏ ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହା ମିଶିକରି ପାର୍ଟି ଏବଂ ଆରଏସଏସ ଉପରେ କବଜା କରିସାରିଛନ୍ତି ବୋଲି ସ୍ୱାମୀ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ମୋ ଉପରେ ଆକ୍ରମଣ ହୋଇଥିଲା କିନ୍ତୁ ମୁଁ ଭଗବାନଙ୍କ ଦୟାରୁ ରକ୍ଷା ପାଇଗଲି ।


Share It

Comments are closed.