ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ : ୧୫ ମାଓବାଦୀ ନିହିତ


ମାଲକାନଗିରି ଜିଲ୍ଲ୍ାରେ ପୋଲିସ ଓ ମାଓବାଦି ପୁଣି ଥରେ ମୁହିାଁ ମୁହିଁ ହୋଇଛନ୍ତି । ଯାହାଫଳରେ ଏହି ଗୁଳିଚାଳନାରେ ୧୫ ଜଣ ମାଓବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ଗତ କିଛି ଦିନ ହେବ ଏହି ଅଞ୍ଚଳରେ ମାଓବାଦି ରହୁଥିବାର ସୂଚନା ପୋଲିସ ବିଶେଷ ସୂତ୍ରରୁ ପାଇଥିଲା । ଯାହାଫଳରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ସହଯୋଗରେ ଏକ ଅପରେସନ ଆରମ୍ଭ କରାଯାଇଥିଲା । ତେବେ ପୋଲିସ ସମସ୍ତ ମାଓବାଦୀଙ୍କ ମୃତ ଦେହ ଠାବ କରିବା ସହ ଘଟଣାସ୍ଥଳରୁ ପ୍ରଚୁର ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ବନ୍ଧୁକ ଜବତ କରିଥିବାର ସୂଚନା ଏସପି ଅଭିଶେଷ ମୀନ ଦେଇଛନ୍ତି ।
ବର୍ତ୍ତମାନ ସମୟରେ ମଧ୍ୟ ସେଠାରେ କମ୍ବିଂ ଅପରେସନକୁ ଆହୁରୀ ଜୋରଦାର କରାଇଦିଆଯାଇଛି । ଗତ କିଛି ହେଲା ମାଓବାଦୀ ମାନେ ସେଠାରେ ସହିଦ ସପ୍ତାହ ପାଳନ କରୁଥିଲେ । ତେବେ ଗତ ଶନିବାର ଦିନ ମାଓବାଦୀମାନେ ଏକ ଟ୍ରକ ସହ ତା’ର ଡ୍ରାଇଭରକୁ ମଧ୍ୟ ନିଆଁ ଲାଗାଇ ଜିଆନ୍ତା ଜାଳିଦେବା ସହ ରାୟଗଡାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟକରି ୧୫ କିଲୋ ଓଜନର ଟିଫିନ ବୋମା ମଧ୍ୟ ଖଞ୍ଜି ଥିଲେ । ତେବେ ଏହାର ଖବର ପୋଲିସ ପାଇବା ପରେ ଉକ୍ତ ବୋମାକୁ ଡଗସ୍ୱାଡ ଦ୍ୱାରା ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲା । ତେବେ ବାରମ୍ବାର ମାଓବାଦୀ ମାନେ ପୋଲିସ ଏବଂ ସୁରକ୍ଷାକର୍ମୀମାନଙ୍କୁ ଟାର୍ଗେଟ କରିବା ସହ ନିରିହ ଲୋକମାନଙ୍କୁ ମାରିଦେଉଥିବାର ଖବର ସମନାକୁ ଆସୁଛି । ତେବେ ଗତ କାଲି ମାଓବାଦି ପ୍ରଜାମେଳି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିବା ଗୁରୁପ୍ରିୟା ସେତୁ ବିରୋଧ ମଧ୍ୟ କରିଥିଲେ ।


Share It

Comments are closed.