ହିରୋସିମା ଦିବସ ବିଶ୍ୱ ଇତିହାସର ଏକ କଳା ପୃଷ୍ଠା


୧୯୪୫ ମସିହା ଠିକ ଆଜିର ଦିନରେ ହିରୋସିମା ସହର ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା ଆମେରିକା । ତା’ର ଠିକ ତିନି ଦିନ ପରେ ଆମେରିକା ଆଉ ଏକ ବୋମା ପକାଇଥିଲା ନାଗାସାକିରେ । ହିରୋସିମା ଏବଂ ନାଗାସାକିରେ ଆମେରିକା ଦ୍ୱାରା କରାଯାଇଥିବା ଏହି ପରମାଣୁ ବୋମା ନିକ୍ଷେପ ଦ୍ୱାରା ପ୍ରାୟ ୧୨୯,୦୦୦ ଲୋକ ପ୍ରାଣ ହୋରାଇଥିବାବେଳେ ଶହ ଶହ ଲୋକ ବିକଳାଙ୍ଗ ହୋଇଯାଇଥିଲେ । ଏହି ପରମାଣୁ ବୋମାର ପ୍ରଭାବ ଏତେ ଶକ୍ତିଶାଳୀ ଥିଲେ ଯେ, ଯାହା ଦ୍ୱାରା ଜାପାନର ୬୭ଟି ସହର କ୍ଷଣୀକ ମଧ୍ୟରେ ଧ୍ୱଂସ ବିଧ୍ୱସଂ ହୋଇଯାଇଥିଲା ।
ପରମାଣୁ ବୋମାରୁ ନିର୍ଗତ ହେଉଥିବା ବିଷାକ୍ତ ବିକିରଣ ପାଇଁ ଜାପାନର ୬୭ଟି ସହର ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା , ଯାହା ଦ୍ୱାରା ଉକ୍ତ ସହର ମାନଙ୍କରେ ଅନେକ ବର୍ଷ ଧରି ବିକଳାଙ୍ଗ ଶିଶୁ ଜନ୍ମ ହେବାର ଦେଖାଯାଇଥିଲା । ଆମେରିକାର ଏହି ଘଟଣା ପାଇଁ ସମସ୍ତ ଦେଶ ମିଶିକରି ଏହାକୁ ନିନ୍ଦା କରିଥିବାବେଳେ ଏହି ଘଟଣା ସାରା ବିଶ୍ୱରେ ଆଲୋଡନା ସୃଷ୍ଟି କରିଥିଲା ।
ତା’ପର ଠାରୁ ଏହିଭଳି କୌଣସି ପରମାଣୁ ଅସ୍ତ୍ର ଏପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଉପରେ ପଡି ନାହିଁ । ଆଜି ପର୍ଯ୍ୟନ୍ତ ସେହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଏହାର ଭୟ ବାସ କରି ରହିଛି ।
ବର୍ତ୍ତମାନ ଅନେକ ଦେଶ ମାନଙ୍କ ପାଖରେ ଏଭଳି ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି, ଯାହାକୁ ପୃଥିବୀକୁ ଧ୍ୱଂସ କରିଦେବାର କ୍ଷମତା ରଖୁଛି । ପରମାଣୁ ଅସ୍ତ୍ର ପ୍ରସାରକୁ ରୋକିବା ଏବଂ ସେଗୁଡିକୁ ନଷ୍ଟ କରିବା ପାଇଁ ଅଧିକାଂଶ ଦେଶ ଅପ୍ରସାର ସନ୍ଧି ବା ନନପ୍ରୋଲିଫରେସନ ଟ୍ରିଟୀ ସ୍ୱାକ୍ଷାର କରିଛନ୍ତି । ଏହି ଅପ୍ରସାର ସନ୍ଧି ୧୯୭୦ରେ କାର୍ଯ୍ୟକାରୀ ହୋଇଥିଲା । ପରମାଣୁ ଶକ୍ତି ପ୍ଲାଣ୍ଟ ନିର୍ମାଣର ୩୦ ବର୍ଷ ପରେ ମଧ୍ୟ ଦୂଷିତ ପରମାଣୁ ଉପକରଣ ଜମା କରିବାର ସୁରକ୍ଷିତ ଉପାୟ ଆଜି ପର୍ଯ୍ୟନ୍ତ ବାହାରି ପାରିନାହିଁ । ଏହି ଦୂଷିତ ଉପକରଣ ଆମ ପରିବେଶ ଓ ଆଗାମୀ ପିଢି ପାଇଁ ବିପଦ । ପରମାଣୁ ଅସ୍ତ୍ର ଓ ପରମାଣୁ ଶକ୍ତିର ବିପଦ ପ୍ରତି ଜନସଚେତନତା ସୃଷ୍ଟି କରିବାର ଏକ ପ୍ରୟାସ ହେଉଛି ହିରୋସିମା ଦିବସ ।


Share It

Comments are closed.