ଜାଣନ୍ତୁ ନବରାତ୍ରୀରେ ବଙ୍ଗାଳୀ ମହିଳାମାନେ କାହିଁକି ପିନ୍ଧନ୍ତି ଧଳା ଏବଂ ଲାଲ ରଙ୍ଗର ମିଶ୍ରିତ ଶାଢ଼ୀ

Share It

ନବରାତ୍ରୀ ସମୟରେ ବଙ୍ଗଳାରେ ଭବ୍ୟ ପୂଜାର ଆୟୋଜନ ହୋଇଥାଏ । ପୂର୍ବ ବଙ୍ଗଳାରେ ଏହି ଅବସରରରେ ସୁନ୍ଦର ମେଢ଼ ହୋଇଥାଏ ଏବଂ ମହିଳା ମାନେ ଲାଲ ଏବଂ ଧଳା ରଙ୍ଗର ଶାଢ଼ୀରେ ନଜର ଆସନ୍ତି । ଏମିତିରେ ବର୍ତ୍ତମାନ ଫ୍ୟାସନ ଦୃଷ୍ଟିରୁ ଲୋକମାନେ ଭିନ୍ନ ପୋଷାକ ପିନ୍ଧୁଛନ୍ତି, କିନ୍ତୁ ଲାଲ ଏବଂ ଧଳା ବର୍ଡର ଶାଢ଼ୀ ହିଁ ସବୁବେଳେ ଲୋକମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଶାଢ଼ୀ ପଛର ରହସ୍ୟ ।

ଏହି ଧଳା ଏବଂ ଲାଲ ରଙ୍ଗର ଶାଢ଼ୀ ଜାମାଦାନୀ ଭାବେ ଜଣା ଯାଉଥିବା ଖାସ କପଡ଼ାରୁ ତିଆରି । ଜାମଦାନୀ ଶାଢ଼ୀକୁ ହାତରେ ବୁଣି ହିଁ ପ୍ରସ୍ତୁତ କରାଯାଇଥାଏ । ଏହି ଶାଢ଼ୀ କଟନରୁ ପ୍ରସ୍ତୁତ ହୋଇଥାଏ କିନ୍ତୁ ସମୟ ସହିତ ଏଥିରେ ସିଲ୍କର ମିଶ୍ରଣ ମଧ୍ୟ କରାଯାଉଛି । ଏହି ଶାଢ଼ୀର ଖାସ କଥା ହେଉଛି ଏହାର ହାଲୁକା ଓଜନ, ଯାହାକି ବଙ୍ଗଳାର ଆର୍ଦ୍ର ଜଳବାୟୁ ପାଇଁ ଅନୁକୂଳ ହୋଇଥାଏ । ଧଳା ଏବଂ ଲାଲ ରଙ୍ଗ ବଙ୍ଗଳାର ପରମ୍ପରାଗତ ରଙ୍ଗ ଅଟେ । ବିବାହିତ ମହିଳାମାନେ ନବରାତ୍ରୀ ସମୟରେ ଏହି ଶାଢ଼ୀକୁ ଲାଲ ବିନ୍ଦି ଏବଂ ଅଳଙ୍କାର ସହିତ ପିନ୍ଧିଥାନ୍ତି । ଅଷ୍ଟମୀ ତିଥିରେ ମହିଳା ମାନେ ପାରମ୍ପରିକ ରୂପେ ପ୍ରସ୍ତୁତ ହୋଇ ଦୁର୍ଗାଙ୍କୁ ପୁଷ୍ପାଞ୍ଜଳୀ ଅର୍ପିତ କରିଥାନ୍ତି । ଏହା ପରେ ଏହି ଶାଢ଼ୀକୁ ଦଶହରା ଦିନ ପିନ୍ଧିକରି ମା ଦୁର୍ଗାକୁ ସିନ୍ଦୁର ଚଢ଼ାଇ ସିନ୍ଦୁର ଖେଳ ଖେଳନ୍ତି ।


Share It

Comments are closed.