ଫେବୃଆରୀ ୨୭ ‘ଏମଆଇ-୧୭ ହେଲିକ୍ୟାପ୍ଟର’ ଧ୍ୱଂସ ଘଟଣା, ନିଜ ଭୁଲ ସ୍ୱୀକାର କଲା ଭାରତୀୟ ବାୟୁ ସେନା


ଚଳିତ ବର୍ଷ ଫେବୃଆରୀ ୨୭ରେ ବାୟୁ ସେନା ଏକ ବଡ ଭୁଲ କରିଥିଲା । ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭାରତୀୟ ବାୟୁ ସେନା କାଶ୍ମୀରରେ ନିଜର ହିଁ ହେଲିକ୍ୟାପ୍ଟରକୁ ଗୁଳି କରି ଖସାଇ ଦେଇଥିଲା ଯେଉଁଥିରେ ବାୟୁ ସେନାର ୬ ଜଣ ଅଧିକାରୀ ମୃତ୍ୟୁ ବରଣ କରିଥିଲେ । ଏହି ସଂପର୍କରେ ବାୟୁ ସେନାର ମୁଖ୍ୟ ରାକେଶ ଭଦୌରିଆ ଗଣ ମାଧ୍ୟମକୁ ସୂଚନା ଦେବା ସହ ଏହା ବାୟୁ ସେନାର ଏକ ମସ୍ତ ବଡ ଭୁଲ ବୋଲି ସେ ସ୍ୱୀକାର ମଧ୍ୟ କରିଛନ୍ତି ।
ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନୀ ଯୁଦ୍ଧ ବିମାନ ଭାରତ ମଧ୍ୟକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିଲା । ସେହି ସମୟରେ ଆମେ ପାକିସ୍ତାନୀ ବାୟୁ ସେନାକୁ ଟାର୍ଗେଟ କରି ମିଶାଇଲ ମାଡ କରିଥିଲୁ । କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ସମୟରେ ବଦଗାଓଁ ଠାରେ ଉଡୁଥିବା ଭାରତୀୟ ବାୟୁସେନାର ଏମ୍ଆଇ-୧୭ ହେଲିକ୍ୟାପ୍ଟରରେ ଏହି ମିଶାଇଲ ଯାଇ ମାଡ ହୋଇଯାଇଥିଲା । ଯାହା ଫଳରେ ହେଲିକ୍ୟାପ୍ଟରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଘଟଣା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦଣ୍ଡନୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଏହି ମାମଲାରେ ଦୁଇ ଜଣ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଚ୍ଚସ୍ତରୀୟ ତଦନ୍ତ ପରେ ଏହା ଜଣା ପଡିଛି ଯେ, ଏହା ହେଉଛୁ ଆମରି ଭୁଲ ଏବଂ ଆମେ ଏଥିପାଇଁ ଅନୁତପ୍ତ ।”


Share It

Comments are closed.