ଭଦ୍ରକ ଓ ବାଲେଶ୍ୱରରେ ଖୋଲିଲା ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍

ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଖୋଲାଯାଇଛି । ଏହି ଦୁଇ ନୂଆ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍ ଜିଲ୍ଲାର କେନ୍ଦ୍ରୀୟ ଗହଳଚହଳ ସ୍ଥାନ ଭଦ୍ରକର ଛପୁଲିଆ ବାଇପାସରେ ଥିବା ରିଲାଏନ୍ସ ଟ୍ରେଣ୍ଡସ୍ ନିକଟରେ ଓ ବାଲେଶ୍ୱରର ରେଳ ଷ୍ଟେସନ ନିକଟ ଷ୍ଟେସନ ଛକରେ ଖୋଲାଯାଇଛି । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ପ୍ରକାରର ଉତ୍ପାଦକୁ ପ୍ରଦାନ କରି ଏହି ଷ୍ଟୋର ୱାନ-ଷ୍ଟପ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି ।

ରିଲାଏନ୍ସ ସ୍ମାର୍ଟ ବର୍ଷ ତମାମ ଏହାର ବ୍ୟାପକ ବର୍ଗର ଉତ୍ପାଦର ଏମଆରପି ଉପରେ ସର୍ବନିମ୍ନ ୫% ନିଶ୍ଚିତ ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ କିଣାକିଣି ଉପରେ ୯ ଟଙ୍କାରେ ୧ କେଜି ଚିନି ପ୍ରଦାନ କରବା ଭଳି ଅନେକ ଆକର୍ଷଣୀୟ ଅଫର ସହ ମାସିକିଆ ଗ୍ରୋସରି ସପିଙ୍ଗ ପାଇଁ ସାରା ଭାରତର ପସନ୍ଦର ସୁପରମାର୍କେଟ ଭାବେ ଉଭା ହୋଇଛି । ପୁନଶ୍ଚ, ନିତିଦିନିଆ ଖାଦ୍ୟ ସାମଗ୍ରୀ ଏବଂ ଫଳ ଓ ପନିପରିବା ଇତ୍ୟାଦି ଏହା ପ୍ରତିଦିନ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି ।

ବାଲେଶ୍ୱର ଓ ଭଦ୍ରକରେ ଷ୍ଟୋର ଖୋଲିବା ସହ ରିଲାଏନ୍ସ ସ୍ମାର୍ଟର ଓଡ଼ିଶାରେ ଷ୍ଟୋର ସଂଖ୍ୟା ୮ରେ ପହଂଚିଛି । ଭଦ୍ରକର ଷ୍ଟୋର୍କୁ ୧୪,୫୬୧ ବର୍ଗଫୁଟ ଏବଂ ବାଲେଶ୍ୱରର ଷ୍ଟୋର୍କୁ ୧୪,୨୪୪ ବର୍ଗଫୁଟରେ ସ୍ଥାପନ କରାଯାଇଛି । ଷ୍ଟୋରରେ ଭଲ ଭାବେ ସୂଚନା ପ୍ରଦାନ କରିପାରୁଥିବା ଗ୍ରାହକ ସହଯୋଗୀ, ଚଳମାନ ଡିଜାଇନ ଓ ଲେଆଉଟ୍, ଆକର୍ଷଣୀୟ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ରହିଛି ଯାହା ବିନମ୍ରତାର ସହ ଗ୍ରାହକଙ୍କ ହୃଦୟ ଜୟ କରିବ ଏବଂ ସେମାନଙ୍କ ନିତିଦିନିଆ ଜୀବନର ଏକ ଅଂଶ ହେବ ।

ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ, ନିଜର ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସରରେ ଆବଶ୍ୟକ ପଡୁଥିବା ଉତ୍ପାଦକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଆସୁଛି । ଗ୍ରାହକଙ୍କ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବା ସହିତ ରିଲାଏନ୍ସ ସ୍ମାର୍ଟ ବୃହତ ଫର୍ମାଟରେ ବ୍ୟାପକ ବର୍ଗର ଉତ୍ପାଦ ଓ ଗ୍ରାହକଙ୍କ ଘର ନିକଟରେ ପହଂଚି ଗ୍ରାହକମାନଙ୍କୁ ସର୍ବଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି । ବର୍ତମାନ ରିଲାଏନ୍ସ ସ୍ମାର୍ଟ ଷ୍ଟୋରଗୁଡ଼ିକର ଉପସ୍ଥିତି ଦେଶର ୧୨୦ ସହରରେ ରହିଛି ।

Comments are closed.