କେଉଁମାନଙ୍କ ପାଇଁ ବାଦାମ ଖାଇବା କ୍ଷତିକାରକ ଆସନ୍ତୁ ଜାଣିବା


ବାଦାମ ଖାଇବା ଦ୍ୱାରା ଆମକୁ ବହୁ ସ୍ୱାସ୍ଥ୍ୟଗତ ଫାଇଦା ମିଳିଥାଏ ବୋଲି ଆମେ ଜାଣିଥାଉ । ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ମଧ୍ୟ ଲୋକମାନେ ପ୍ରତିଦିନ ସକାଳେ ବାଦାମ ଖାଇଥାନ୍ତି । ବହୁ ଲୋକ ସୁସ୍ଥ ରହିବା ପାଇଁ ଏହାକୁ ନିଜ ଡାଏଟରେ ସାମିଲ କରିଥାନ୍ତି । ବାଦାମରେ ପ୍ରୋଟିନ, ଫ୍ୟାଟ, ଭିଟାମିନ ଓ ମିନେରାଲ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ । କେବଳ ଏତିକି ନୁହେଁ ଏହା ଆମ ତ୍ୱଚା ପାଇଁ ମଧ୍ୟ ବହୁତ ଫାଇଦାମନ୍ଦ ହୋଇଥାଏ । ଏହା ସତ୍ତେ୍ୱ କିଛି ଲୋକଙ୍କ ପାଇଁ ବାଦାମ ସେବନ କ୍ଷତିକାରକ ମଧ୍ୟ ହୋଇଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁମାନଙ୍କ ପାଇଁ ବାଦାମ ସେବନ କ୍ଷତିକାରକ ହୋଇଥାଏ ।
ଉଚ୍ଚ ରକ୍ତଚାପ ରୋଗୀ : ଯେଉଁମାନଙ୍କର ରକ୍ତଚାପ ସ୍ୱାଭାବିକ ଠାରୁ ଅଧିକ ରହିଥାଏ ସେମାନେ ବାଦାମ ଖାଇବା ଅନୁଚିତ । ଯେହେତୁ ଏମାନଙ୍କୁ ନିୟମିତ ଔଷଧ ସେବନ କରିବାକୁ ପଡିଥାଏ ତେଣୁ ଏମାନେ ବାଦାମ ସେବନ କଲେ ବଡ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଷ୍ଟୋନ ସମସ୍ୟା : ଯେଉଁମାନଙ୍କର କିଡନୀ ଷ୍ଟୋନ ହୋଇଛି ସେମାନେ ମଧ୍ୟ ବାଦାମ ସେବନ କିରବା ଅନୁଚିତ । ଏହା ସହିତ ଯେଉଁମାନେ ପିତ୍ତକୋଷ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ମଧ୍ୟ ବାଦାମ ସେବନ କରିବା ଅନୁଚିତ କାରଣ ବାଦାମରେ ଅଧିକ ମାତ୍ରାରେ କ୍ୟାଲସିୟମ ଅକ୍ସଲେଟ ରହିଥାଏ ଯାହା ଏମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ ।
ପାଚନ ତନ୍ତ୍ରରେ ସମସ୍ୟା : ଆପଣଙ୍କର ବଦହଜମୀ ସମସ୍ୟା ଥିଲେ ବାଦାମ ସେବନ କରିବା ଅନୁଚିତ । କାରଣ ଏଥିରେ ଅଧିକ ମାତ୍ରାରେ ଫାଇବର ରହିଛି ଯାହା ଆପଣଙ୍କର ପେଟ ସମସ୍ୟା ଦୁିଗୁଣିତ କରି ଦେଇପାରେ । ଆପଣଙ୍କର ଏସିଡିଟୀ ସମସ୍ୟା ରହିଥିଲେ ବାଦାମ ଠାରୁ ଦୂରେଇ ରହିବା ଉଚିତ ।
ମୋଟାପା ସମସ୍ୟା ଥିଲେ : ଯେଉଁମାନେ ମୋଟାପାର ଶିକାର ହୋଇଛନ୍ତି ସେମାନେ ମଧ୍ୟ ବାଦାମ ଠାରୁ ଦୂରେଇ ରହିବା ଉଚିତ । କାରଣ ଏଥିରେ କ୍ୟାଲୋରୀ ଓ ଫ୍ୟାଟ ଅଧିକ ମାତ୍ରାରେ ରହିଛି ଯାହା ଓଜମ ବୃଦ୍ଧି କରିଥାଏ ।


Share It

Comments are closed.