ଟାଟା ଷ୍ଟିଲ୍ କୋଲକତା ୨୫କେ ପଞ୍ଚମ ସଂସ୍କରଣର ବିଜେତା ହେଲେ ଇଥୋପିଆର ଲେଗେସେ ଓ କୁମା


ଚଳିତ ବର୍ଷ ଟାଟା ଷ୍ଟିଲ୍ କୋଲକତା ୨୫କେ ପଞ୍ଚମ ସଂସ୍କରଣର ବିଜେତା ହୋଇଛନ୍ତି ଇଥୋପିଆର ଲେଗେସେ ଓ କୁମା । ଅନ୍ୟ ପକ୍ଷରେ ଭାରତର ଅଭିନାଶ ସବଲେ ଓ ଏଲ୍.ସୁରିୟା ଟିଏସ୍କେ ୨୫କେରେ ଭାରତକୁ ଗୌରବ ପ୍ରଦାନ କରିଛନ୍ତି । ଏହାବ୍ୟତିତ ୧୪,୭୩୪ ଜଣ ଲୋକ ଏଥିରେ ଭାଗ ନେଇ ଏହାକୁ ଏକ ବିଜୟ ଦିବସ ରୂପେ ପାଳନ କରିଛନ୍ତି । ଜାତୀୟ ଏବଂ ଆନ୍ତଃଜାତୀୟ ସ୍ତରରେ ବହୁ ପ୍ରତିଯୋଗୀ ଏଥିରେ ଯୋଗ ଦେଇ ବିଜୟ ଦିବସକୁ ପ୍ରକୃତ ରୂପେ ପାଳନ କରିଛନ୍ତି ।
ଏହି ଅବସରରେ ଲେଗେସେ କହିଛନ୍ତି ଯେ,“ଏହି ଦୌଡ ବହୁତ ଉତ୍ତମ ହେବା ସହ ପାଣିପାଗ ଓ ସ୍ଥାନ ମଧ୍ୟ ବହୁତ ଭଲ ଥିଲା । ମୁଁ ଏହି ଦୌଡକୁ ୧ ଘଣ୍ଟା ୧୫ ମିନିଟ୍ ୪୮ ସେକେଣ୍ଡରେ ପୂରଣ କରିଥିଲି । ଏହି ମାରାଥନ୍ରେ ମୋ ଅନୁଭବ ବହୁତ ଅଲଗା ଥିଲା ।
ଏହି ଅବସରରେ ଟିଏସ୍କେ ୨୫କେ ଇଭେଣ୍ଟର ବ୍ରାଣ୍ଡ ଆମ୍ବାସେଡର କ୍ରିକେଟ୍ ତାରକା ସୌରଭ ଗାଙ୍ଗୁଲି କହିଛନ୍ତି ଯେ, “ଗତ ଚାରି ବର୍ଷ ହେବ ମୁଁ ଏହା ସହିତ ଜଡିତ । ଏକା ସାଙ୍ଗରେ ୧୫୦୦ ଲୋକଙ୍କୁ ଦୌଡିବା ଦେଖି ବହୁତ ଖୁସି ଅନୁଭବ କରେ ଏବଂ ଏହା ସଂଖ୍ୟା ପ୍ରତି ବର୍ଷ ବଢିବାରେ ଲାଗିଛି । ଆସନ୍ତା ବର୍ଷ ଆହୁରି ଅଧିକ ସଂଖ୍ୟର ଲୋକ ଏଥିରେ ଯୋଗ ଦେବେ ବୋଲି ଆଶା କରାଯାଉଛି ।


Share It

Comments are closed.