୧୫ ବର୍ଷ ପରେ ମଧ୍ୟପ୍ରଦେଶ ମନ୍ତ୍ରୀ ମଣ୍ଡଳରେ ମୁସଲିମ ନେତା


ଗତ କାଲି ମଧ୍ୟପ୍ରଦେଶରେ ୨୮ ଜଣ ବିଧାୟକ ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ଏହି ମନ୍ତ୍ରୀ ମଣ୍ଡଳରେ ‘ଆରିଫ ଅକିଲ’ ନାମକ ଜଣେ ମୁସଲିମ ବିଧାୟକଙ୍କୁ ସ୍ଥାନ ମିଳିଛି । ଦୀର୍ଘ ୧୫ ବର୍ଷ ପରେ ଆରିଫ ହେଉଛନ୍ତି ପ୍ରଥମ ମୁସଲିମ ବିଧାୟକ ଯିଏକି ମନ୍ତ୍ରୀ ରୂପେ ଶପଥ ପାଠ କରିଛନ୍ତି । ୨୮ ଜଣ ମନ୍ତ୍ରୀ ମଣ୍ଡଳ ମଧ୍ୟରେ ୨ ଜଣ ମହିଳା ଏବଂ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ସ୍ଥାନ ପାଇଛନ୍ତି ।
ଆରିଫ ଚଳିତ ବିଧାନସଭା ନିର୍ବାଚନରେ ଉତ୍ତର ଭୋପାଲରୁ ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିଥିଲେ । ତାଙ୍କର ଜନ୍ମ ଭୋପାଲରେ ୧୯୫୨ ମସିହା ଜାନୁଆରୀ ୧୪ ହୋଇଥିଲା । ଅକିଲ ପେଶାରେ ଜଣେ ଚାଷୀ ଅଟନ୍ତି । ସେ ୨୦୧୮ରେ ଷଷ୍ଠଥର ପାଇଁ ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ସେ ୧୯୭୨ ମସିହାରୁ ଜଣେ ଛାତ୍ର ନେତା ରୂପେ ନିଜ ରାଜନୀତି ଜୀବନ ଆରମ୍ଭ କରିଥିଲେ ।
ଏହା ସମେତ ସେ ଅନେକ କ୍ରୀଡା ସଙ୍ଗଠନ ମାନଙ୍କରେ ମଧ୍ୟ ସକ୍ରିୟ କର୍ମକର୍ତ୍ତା ରୂପେ ପରିଚିତ । ଅକିଲ ଜିଲ୍ଲା ସୁଟିଙ୍ଗ ବଲ ଆସୋସିଏସନର ଅଧକ୍ଷ ଥିବାବେଳେ ଭୋପାଲ ହକି ଆସୋସିଏସନ କାର୍ଯ୍ୟକାରୀ ସଦସ୍ୟ ମଧ୍ୟ ଅଛନ୍ତି ।
ସେ ୧୯୯୮ରେ ମଧ୍ୟପ୍ରଦେଶ ହଜ କମିଟିର ଅଧକ୍ଷ ରହିଥିବାବେଳେ ୧୯୯୫ରେ ଭୋପାଲ ନାଗରିକ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି ।


Share It

Comments are closed.