ସିସିଟିଭିରେ ଡକାୟତଙ୍କ ଏଟିଏମ ଭାଙ୍ଗିବାର ଦୃଶ୍ୟ ହେଲା କଏଦ


ଯେତେବେଳେ ଦୁଇ ପେଶାଗତ ଡକାୟତ ଏଟିଏମରୁ ଟଙ୍କା ଚୋରି କରିପାରିଲେ ନାହିଁ, ସେତେବେଳେ ସେମାନେ ସିଧା ଏଟିଏମ ମେସିନକୁ ଚୋରି କରିବା ପାଇଁ ଚେଷ୍ଟା କରୁଥିବାବେଳେ ସେଥିରେ ମଧ୍ୟ ଉଭୟ ଅସଫଳ ରହିଥିଲେ । ଏହି ଘଟଣାଟି ଅଷ୍ଟ୍ରେଲିଆର ଏକ ସପିଙ୍ଗ ମଲ ଭିତରର ଦୃଶ୍ୟ ହୋଇଥିବାବେଳେ ଚୋରିର ସମ୍ପୂର୍ଣ୍ଣ ଭିଡିଓଟି ସପିଙ୍ଗ ମଲରେ ଥିଲେ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି ।

କ୍ୟାମେରାରେ କଏଦ ହୋଇଥିବା ଫୁଟେଜ ମୁତାବକ, ଦୁଇ ଜଣ ଦୁବୃର୍ତ୍ତଙ୍କ ମଧ୍ୟରୁ ଜଣେ ଏଟିଏମ ନିକଟରେ ଠିଆ ହୋଇଥିବାବେଳେ ସେ ଅନ୍ୟ ଜଣେ ଧଳା ଏସୟୁଭି କାର ବସିଥିବା ତା’ ସହଯୋଗୀଙ୍କୁ କାର ଦ୍ୱାରା ଏଟିଏମଟିକୁ ପଛପଟୁ ଧକ୍କା ମାରି ପାଇଁ ନିର୍ଦ୍ଦେଶ ଦେଉଥିଲା । କେବଳ ଏତିକି ନୁହେଁ ସେ ଏଭଳି ବାରମ୍ବାର କରିବା ସତ୍ତେ୍ୱ ମଧ୍ୟ ଏଟିଏମରୁ ଟଙ୍କା ବାହାରିବା ତ ଦୂରର କଥା ତାହା ଭାଙ୍ଗି ମଧ୍ୟ ନଥିଲା । ଦୁବୃର୍ତ୍ତ ଜଣକ ଏଟିଏମଟିକୁ କାର ଦ୍ୱାରା ଯେତେ ଜୋରରେ ଧକ୍କା ମାରିଲେ ମଧ୍ୟ ତାହା ଭାଙ୍ଗିନଥିଲା । ଏଟିଏମ ଭାଙ୍ଗୁ ଭାଙ୍ଗୁ ଏସୟୁଭି କାରଟିର ପଛ ଫଟଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଲେ କିନ୍ତୁ ଏଟିଏମଟିର କିଛି ହୋଇନଥିଲା । ଏହା ସହ ଏଟିଏମଟିକୁ ଭୂମିରୁ ବାହାର କରିବା ପାଇଁ ଡକାୟତ ଦଳ ଏକ ଶକ୍ତ ଚେନ ବ୍ୟବହାର କରି ଟାଣିବାକୁ ଚେଷ୍ଟା କରିଥିବାବେଳେ ସେଥିରେ ମଧ୍ୟ ସେ ଅସଫଳ ରହିଥିଲେ । ଏହା ପରେ ସେମାନେ ସେଠାରୁ ଧରା ପଡିଯିବା ଭୟରେ ଖସି ପଳାଇଥିଲେ ।
ଏହି ସମ୍ପୂର୍ଣ୍ଣ ଘଟଣାଟିର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଯାଇଥିବାବେଳେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.