ଜାଣନ୍ତୁ ବ୍ଲାକ ଫ୍ରାଇଡେ ପଛର ପ୍ରକୃତ ଇତିହାସ


ନଭେମ୍ବର ଶେଷ ଗୁରୁବାରକୁ ଥ୍ୟାଙ୍କସଗିଭିଙ୍ଗ ଡେ ଭାବେ ପାଳନ କରାଯାଏ ଏବଂ ଠିକ ଏହାର ପରଦିନ ଆରମ୍ଭ ହୋଇଥାଏ ବ୍ଲାକ ଫ୍ରାାଇଡେ ଯେମିତିକ ନଭେମ୍ବର ୨୯ । ଏହି ଦିନ ଅନେକ ଷ୍ଟୋର ଏବଂ ଅନଲାଇନ ମାର୍କେଟ ଷ୍ଟୋର ଗୁଡ଼ିକ ସେଲର ଆରମ୍ଭ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କାହିିଁକି ଆରମ୍ଭ ହେଲା ଏହି ବ୍ଲାକ ଫ୍ରାାଇଡେ ।

ଅନେକ ଲୋକଙ୍କୁ ଲାଗିଥାଏ ଯେ ଏହି ଦିନ ସହିତ କ୍ରିସମାସର ସପିଙ୍ଗ ଆରମ୍ଭ ହୋଇଯାଇଥାଏ । କିନ୍ତୁ ଏହା ଫଛରେ ରହିଛି ଏକ ବଡ଼ ଦଃୁଖଦ ଘଟଣା । ଅସଲରେ ବ୍ଲାକ ଫ୍ରାଇଡେର ନାମ ବିତ୍ତିୟ ସଙ୍କଟ କାରଣରୁ ରଖାଯାଇଥିଲା ନା କି ସପିଙ୍ଗରେ ରିହାତି ବା ସେଲ କାରଣରୁ । ୧୦୮୯ରେ ଦୁଇ ଜଣ ଫାଇନାନ୍ସର ଜିମ ଫିସ୍କ ଏବଂ ଜେ ଗୋଲ୍ଡ ଉଭୟ ଅଧିକ ସଂଖ୍ୟାରେ ଆମେରିକୀୟ ସୁନା କିଣି ନେଇଥିଲେ । କାରଣ ସେମାନଙ୍କର ଅନୁମାନ ଥିଲା ଯେ ପର ଦିନ ବଜାରର ଦର ଚଢ଼ିବ କିନ୍ତୁ ବଜାରର ଦର ହ୍ରାସ ପାଇଲା ଏବଂ ଅନେକ ଲୋକ ଦେବାଳିଆ ହୋଇଗଲେ ।

୧୯୫୦ ଦଶକରେ ଥ୍ୟାଙ୍କସ ଗିଭିଙ୍ଗ ଡେର ପରଦିନ ଫିଲୋଡେଲ୍ଫିଆ ସହରରେ ଫୁଟବଲ ଖେଳ ଏବଂ ଟ୍ରାଫିକ ଜାମ ଏବଂ କିଣାକିଣି ପାଇଁ ବହୁତ ଭିଡ଼ ଜମୁଥିଲା । ଯେଉଁ କାରଣରୁ ପୋଲିସବାଲାଙ୍କୁ ଛୁଟିର ସୁଯୋଗ ମିଳିନଥିଲା । ତେଣୁ ସେମାନେ ହିଁ ଏହି ଦିନକୁ ବ୍ଲାକ ଫ୍ରାଇଡେ ବୋଲି ରଖିଦେଲେ ।

୧୯୬୬ରେ ଆମେରିକାରେ ଗୋଟିଏ ମାଗାଜିନରେ ପ୍ରକାଶ ପାଇଥିବା ବିଜ୍ଞାପନରେ ବ୍ଲାକ ଫ୍ରାଇଡେ ନାମ ଛପିବା ପରେ ଏହା ଲୋକପ୍ରିୟ ହୋଇଯାଇଥିଲା । ଯାହାଦ୍ୱାରା ଅନେକ ବେପାରୀ ଏହି ଦିନକୁ ଥ୍ୟାଙ୍କଗିଭିଙ୍ଗ ଡେର ସେଲ ସହିତ ଯୋଡ଼ିଦେଲେ । ବର୍ତ୍ତମାନ ବ୍ଲାକ ଫ୍ରାଇଡେ ଆମରେିକାର ସବୁଠାରୁ ବଡ଼ ସପିଙ୍ଗ ଦିନ ହୋଇଯାଇଛି । ଯେଉଁଦିନ ସମସ୍ତ ଦୋକାନୀ ଜିନିଷର ଦରରେ ରିହାତି ଦେଇଥାନ୍ତି । ଯାହାଦ୍ୱାରା ଲାଭ ବଢ଼ିପାରିବ ଏବଂ ଲୋକମାନେ କିଣାକିଣି ପାଇଁ ଆକର୍ଷିତ ହେବେ ।


Share It

Comments are closed.