ନୂଆ ଇତିହାସ ରଚିଲେ ସ୍ମିଥ


ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ଷ୍ଟିଭ ସ୍ମିଥ ୭୩ ବର୍ଷର ପୂରୁଣା ରେକର୍ଡ ଭାଙ୍ଗିଦେଇଛନ୍ତି । ଦୀର୍ଘ ଏକ ବର୍ଷ ପରେ ଦଳକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିବା ସ୍ମିଥ ଆସେସ ସିରିଜ ପର ଠାରୁ ରନର ବର୍ଷା କରିବା ସହ ନୂଆ ନୂଆ ରେକର୍ଡ ମଧ୍ୟ ହାସଲ କରିବାରେ ଲାଗିଛନ୍ତି ।
ଚଳିତ ସିରିଜରେ ଅଷ୍ଟ୍ରେଲିଆର ପୂର୍ବତ୍ତନ ଅଧିନାୟକ ସ୍ମିଥ କ୍ରିକେଟ କିମ୍ବଦନ୍ତୀ ଡନ ବ୍ରାଣ୍ଡମ୍ୟାନଙ୍କୁ ପଛରେ ପକାଇବା ସହ ୧୯୪୬ ଭୋଲି ହାମଣ୍ଡଙ୍କ ବିଶ୍ୱ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ପାକିସ୍ତାନ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜର ଶେଷ ଟେଷ୍ଟ ମ୍ୟାଚରେ ସ୍ମିଥ ଆନ୍ତର୍ଜାତିକ କ୍ରିକେଟରେ ସବୁଠାରୁ ଦ୍ରୁତ ୭୦୦୦ ରନ ପୂରଣ କରିବାର ରେକର୍ଡ ହାସଲ କରି ନେଇଥିବାବେଳେ ସେ ୧୯୪୬ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଭୋଲି ହାମଣ୍ଡଙ୍କ ବିଶ୍ୱ ରେକର୍ଡକୁ ମଧ୍ୟ ଭାଙ୍ଗିଦେଇଛନ୍ତି ।ô ଭୋଲି ହାମଣ୍ଡ ୧୩୧ଟି ଇଂନିସରେ ୭୦୦୦ ହଜାର ରନ ପୂରଣ କରିଥିବାବେଳେ ସ୍ମିଥ ୧୨୬ ଇଂନିସରେ ଏହି ନୂଆ ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଭାରତ ପୂର୍ବତ୍ତନ ଖେଳାଳୀ ବିରେନ୍ଦ୍ର ସେହୱାଗ ରହିଥିବାବେଲେ ସେ ୧୩୪ଟି ଇଂନିସ ଖେଳି ଏହି ରେକର୍ଡ ହାସଲ କରିଛନ୍ତି ।
ସେହିଭଳି ବିରାଟ ୧୩୮ଟି ଟେଷ୍ଟ ମ୍ୟାଚରେ ୭୦୦୦ ରନ ପୂରଣ କରିଥିବାବେଳେ କ୍ରିକେଟ କିମ୍ବଦନ୍ତୀ ସଚିନ ୧୩୬ଟି ପାଳିରେ ଏହି ରେକର୍ଡ ହାସଲ କରିଛନ୍ତି ।


Share It

Comments are closed.